• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

balasore
ପୁଣି କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ପୁଣି ଏକ କରୋନା ପଜିଟିଭ ଚିହ୍ନଟ। ଏଥର ବାଲେଶ୍ୱରରେ ଚିହ୍ନଟ ହୋଇଛନ୍ତି ଏହି କରୋନା ରୋଗୀ। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଛି। ବାଲେଶ୍ୱର କରୋନା ପଜିଟିଭ୍ ଚିହ୍ନଟ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତ ଜଣେ ପୁରୁଷ ଓ ତାଙ୍କ ବୟସ ୩୪। ସେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ରହିଛି। ଆଜି ସକାଳୁ ଗଞ୍ଜାମ ଓ ଝାରୁସୁଗୁଡ଼ାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। […]

  • Monday, 26 July 2021
vapadmanaa
ଦୁଇ ଦୁଇ ଥର ବସ୍ ଦୁର୍ଘଟଣା ପରେ ଏହି ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରବାସ ଫେରନ୍ତାକୁ ଆସିଥିବା ବସ୍‌ ଦୁଇ ଦୁଇଥର କଳିଙ୍ଗା ଘାଟି ଦୁର୍ଘଟଣା ହେବା ପରେ ବସ୍ ଦୁର୍ଘଟଣା ନେଇ ପ୍ରିତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏଣିକି ବସ୍‌ର ରୁଟ୍ ବଦଳିବ ବୋଲି ମନ୍ତ୍ରୀ କହିଛନ୍ତି। ଘାଟି ରାସ୍ତା ହୋଇଥିବାରୁ ଦୁର୍ଘଟଣା ଘଟୁଛି। ଡ୍ରାଇଭର ଅଭ୍ୟସ୍ତ ନୁହନ୍ତି। ତେଣୁ ସୁରତରୁ ଆସୁଥିବା ବସ୍‌ର ରୁଟ୍ ବଦଳାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଏଣିକି ସୁରତରୁ ଆସୁଥିବା ବସ୍‌ଗୁଡ଼ିକ ବୌଦ୍ଧ-ଚାରିଛକ-ମାଧପୁର-ନୟାଗଡ଼-ଓଡ଼ଗାଁ ଦେଇ ଗଞ୍ଜାମ ଯିବ ବୋଲି […]

  • Monday, 26 July 2021
jelocp
କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଭାରତର ତିନି ସେନା

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ବିରୋଧରେ ଲଢୁଥିବା ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଉଛନ୍ତି ଭାରତର ତିନି ସେନା। ଏନେଇ ଆଜି ହୋଇଛି ବ୍ୟାପକ ପ୍ରସ୍ତୁତି। ଆଜି  କରୋନା ଯୋଦ୍ଧାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନ ପ୍ରଦର୍ଶନ କରାଯିବ। ଉତ୍ତରରେ ଶ୍ରୀନଗର, ଦକ୍ଷିଣରେ ଥିରୁଅନନ୍ତପୁରମ୍, ପୂର୍ବରେ ଦିବ୍ରୁଗଡ଼ରୁ ପଶ୍ଚିମରେ ଗୁଜରାଟ କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ ଆକାଶ ମାର୍ଗରେ ଫ୍ଲାଏ ପାଷ୍ଟ କରାଯିବ। ଏଥିରେ ଫାଇଟର ପ୍ଲେନ ସହ ଅନ୍ୟ ବିମାନ ସାମିଲ ହୋଇ ଦେଶର ବିଭିନ୍ନ ହସ୍ପିଟାଲରେ […]

  • Monday, 26 July 2021
baijayanata
'ପଶ୍ଚିମବଙ୍ଗର ଦାୟିତ୍ୱହୀନତା ପାଇଁ ଓଡ଼ିଶାରେ କରୋନା ବଢ଼ିଛି'

ଭୁବନେଶ୍ୱର: ଓଡ଼ିଶାର କୋଭିଡ୍ ବିରୋଧୀ ଲଢ଼େଇରେ ପଶ୍ଚିମବଙ୍ଗ କଣ୍ଟା। ପଶ୍ଚିମବଙ୍ଗ ସରକାରଙ୍କ ଦାୟିତ୍ୱହୀନତା ପାଇଁ ଓଡ଼ିଶାର କୋଭିଡ୍ ବିରୋଧୀ ଲଢ଼େଇ ବିପଦରେ ପଡ଼ିଥିବା ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ବୈଜୟନ୍ତ କହିଛନ୍ତି ଆଗୁଆ ଲକ୍‌ଡାଉନ ଲାଗୁ ସାଙ୍ଗକୁ ନିୟମର କଡ଼ା ଅନୁପାଳନ ପାଇଁ କୋଭିଡ୍ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଏପର୍ଯ୍ୟନ୍ତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ହେଲେ ଏହାର ସଂପୂର୍ଣ୍ଣ ବିପରୀତ ପଶ୍ଚିମବଙ୍ଗ ସରକାର […]

  • Monday, 26 July 2021
busd
ପୁଣି କଳିଙ୍ଗା ଘାଟିରେ ବସ୍‌ ଦୁର୍ଘଟଣା

ଫୁଲବାଣୀ: ଆଜି ପୁଣି ଏକ ବସ୍‌ ଦୁର୍ଘଟଣା ଖବର ଆସିଛି। ଗତକାଲି ଯେଉଁ କଳିଙ୍ଗା ଘାଟିରେ ପ୍ରବାସ ଫେରନ୍ତାଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  ଆଜି ସେଇ ଘାଟିରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣ ୩ ଆହତ ହୋଇଥିବା ସୂଚନା ମିଳିଛି। ବସ୍‌ଟି ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିଲା। ଏଥିରେ ପାଖାପାଖି ୫୭ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ଜି ଉଦୟଗିରି ଏସ୍‌ଡିପିଓ ଏ.କେ ବେହେରାଙ୍କ ସୂଚନାନୁସାରେ, ସମସ୍ତ ଯାତ୍ରୀ […]

  • Monday, 26 July 2021
doctor
କରୋନା ମୁକାବିଲା ପାଇଁ ନିଯୁକ୍ତି ହେବେ ୨୬୭ ଆୟୁଷ ଡାକ୍ତର

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲାରେ ସାମିଲ ହେବେ ଆୟୁଷ ଡାକ୍ତର। ଏଥିପାଇଁ ନିଯୁକ୍ତ ହେବେ ୨୬୭ଜଣ ଆୟୁଷ ଡାକ୍ତର। ଏମାନେ ସମସ୍ତେ କୋଭିଡ୍ ହସ୍ପିଟାଲରେ ଚୁକ୍ତି ଭିତ୍ତିରେ ନିଯୁକ୍ତି ହେବେ। ଏଥିପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି। ହୋମିଓପ୍ୟାଥିକରେ ୧୩୭ ଏବଂ ଆୟୁର୍ବେଦରେ ୧୩୦ ଜଣ ଓ ସମୁଦାୟ ୨୬୭ଜଣ ଡାକ୍ତର ନିଯୁକ୍ତି ହେବା ନେଇ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞାପନ ଜାରି କରାଯାଇଛି। ଏହି ଡାକ୍ତରମାନଙ୍କୁ ତିନି ମାସ ପାଇଁ ଚୁକ୍ତି ଭିତ୍ତିକ ନିଯୁକ୍ତି ମିଳିବ ବୋଲି […]

  • Monday, 26 July 2021
polce
ଭଦ୍ରକରୁ ୮ ପ୍ରବାସ ଫେରନ୍ତାଙ୍କୁ ଧରି କ୍ୱାରେଣ୍ଟିନ୍‌ରେ ରଖିଲା ପୁଲିସ୍

ଭଦ୍ରକ: ଭଦ୍ରକ ବନ୍ତ ଛକରେ ସୁରତରୁ ୮ ପ୍ରବାସୀ ଶ୍ରମିକ ଫେରିଥିବା ଖବର ମିଳିବା ପରେ  ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ସେମାନଙ୍କୁ ନେଇ ଭଣ୍ଡାରିପୋଖରୀ କ୍ୱାରେଣ୍ଟାଇନ ସେଣ୍ଟରରେ ଛାଡ଼ିଛି। ପୋଲିସର ତଦନ୍ତରୁ ଜଣା ପଡ଼ିଛି ଯେ, ୫୬ ଜଣ ସୁରତ ଫେରନ୍ତା ନିଜ ଖର୍ଚ୍ଚରେ ଏକ ବସ ଯୋଗେ ଓଡ଼ିଶା ଫେରିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଲୋକେ ବ୍ରହ୍ମପୁରରେ, କିଛି ଯାଜପୁର ଜିଲ୍ଲା ପାଣିକୋଇଲିରେ ଓହ୍ଲାଇଥିଲେ। ତେବେ ବସ୍‌ଟି ୮ ଜଣଙ୍କୁ ଭଦ୍ରକ ବନ୍ତ ଛକରେ […]

  • Monday, 26 July 2021
cr
ବିଭିନ୍ନ ସ୍ଥାନରୁ ଫେରିଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ କେରଳରେ ଫସିରହିଥିବା ପ୍ରବାସୀ ଓଡ଼ିଆ।  କେରଳର ଏର୍ଣ୍ଣାକୁଲମ ଷ୍ଟେସନରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନ୍ ପ୍ରଥମେ ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ଦକ୍ଷିଣ ଓଡ଼ିଶାର ୫ଶହ ଯାତ୍ରୀଙ୍କୁ ଓହ୍ଲାଇଛି। ଜଗନ୍ନାଥପୁର ଷ୍ଚେସନରେ ଓହ୍ଲାଇଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୩୧, କନ୍ଧମାଳର ୩୫୩, ବୌଦ୍ଧର ୬, ରାୟଗଡ଼ାର ୧୭ କୋରାପୁଟର ଜଣେ ଏବଂ ନଗରଙ୍ଗପୁରର ୩ଜଣ ଯାତ୍ରୀ ରହିଛନ୍ତି। ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଲା ପରେ ସମସ୍ତ ଯାତ୍ରୀଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। […]

  • Monday, 26 July 2021
cornd
ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଝାରସୁଗୁଡ଼ାରୁ ଜଣେ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳେ ଗଞ୍ଜାମ ଜିଲ୍ଲାରେ ଦୁଇ କରୋନା ପଜିଟିଭି ଚିହ୍ନଟ ହେବା ପରେ ପୁଣି ଝାରସୁଗୁଡ଼ାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ ଛୁଇଁଛି। ତେବେ ଝାରସୁଗୁଡ଼ା ଆକ୍ରାନ୍ତ ଜଣକ ଜଣେ ୪୦ ବର୍ଷୀୟା ମହିଳା। ସେ କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସି ସଂକ୍ରମିତି ହୋଇଥିବା ସୂଚନା […]

  • Monday, 26 July 2021
CORONAVIRUS
ରଜ୍ୟରେ ମୋଟ କରୋନା ଆକ୍ରାନ୍ତ ୧୫୯; କେଉଁ ଜିଲ୍ଲାରେ କେତେ ପଜିଟିଭ୍‌ ?

ଗଞ୍ଜାମ: ରାଜ୍ୟରେ ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହେଲେ କରୋନା ରୋଗୀ। ଏଠି ଏକାଥରକେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି। ତେବେ ଗତକାଲି କେବଳ ଯାଜପୁରରେ ସକାଳେ ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ଛୁଇଁଛି। ରାଜ୍ୟର କରୋନା […]

  • Monday, 26 July 2021
corona
ରାଜ୍ୟରେ ପୁଣି ଦୁଇ କରୋନା ରୋଗୀ ଚିହ୍ନଟ

ଗଞ୍ଜାମ: ରାଜ୍ୟରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ପଜିଟିଭ୍ ହେଲେ ଗଞ୍ଜାମ ଜିଲ୍ଲାର। ଗଞ୍ଜାମରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି। ଗତକାଲି କେବଳ ଯାଜପୁରରେ ସକାଳେ ୮ଜଣ କରୋନା ରୋଗୀ ଚିହ୍ନଟ […]

  • Monday, 26 July 2021
arogya
ଆରୋଗ୍ୟ ସେତୁ ଆପ୍‌ରେ ତଥ୍ୟ ଗୋପନୀୟତା ନେଇ ପ୍ରଶ୍ନ ଉଠାଇଲେ ରାହୁଲ୍

ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍ କରିବା ବାଧ୍ୟତାମୂଳକ ହେବା ନେଇ ତଥ୍ୟ ଗୋପନୀୟତା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଟ୍ୱିଟ୍‌ କରି ରାହୁଲ୍ ଲେଖିଛନ୍ତି “ଏହି ଆପ୍‌ ଏକ ଅତ୍ୟାଧୁନିକ ତଦାରଖ ବ୍ୟବସ୍ଥା। ଏହା ପ୍ରାଇଭେଟ୍‌ ଅପରେଟର ପାଇଁ ଆଉଟ୍‌ସୋର୍ସ ଭଳି କାର୍ଯ୍ୟ କରିବ। ଏହା ତଥ୍ୟ ସୁରକ୍ଷା ଓ ଗୋପନୀୟତା ନେଇ ଚିନ୍ତା ବଢ଼ାଇବ। ଟେକ୍ନୋଲୋଜୀ ଆମକୁ ସୁରକ୍ଷା ଦେଇପାରେ, କିନ୍ତୁ ନାଗରିକଙ୍କ ବିନା ଅନୁମତିରେ ତାଙ୍କୁ ଟ୍ରାକ୍‌ କରିବା […]

  • Monday, 26 July 2021
mobile
ଏଣିକି ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍ କରିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସରକାରୀ ହେଉ କିମ୍ବା ବେସରକାରୀ କର୍ମଚାରୀ, ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେଲା ଆରୋଗ୍ୟ ସେତୁ ଆପ୍‌। ସମସ୍ତେ ଏହି କରୋନା ଟ୍ରାକିଂ ଆପ୍‌କୁ ଡାଉନ୍‌ଲୋଡ୍‌ କରିବେ। ଏଥିପାଇଁ ସଂସ୍ଥାର ମୁଖ୍ୟ କର୍ମଚାରୀମାନଙ୍କୁ ଆପ୍‌ ଡାଉନ୍‌ଲୋଡ୍ କରିବାକୁ ନିର୍ଦ୍ଦେଶ ଦେବେ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ ସଂସ୍ଥାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଯେମିତ ଏହି ଆପ୍ ଡାଉନ୍‌ଲୋଡ୍ କରିବା ସେ ନେଇ ସୁନିଶ୍ଚି କରିବାକୁ ମଧ୍ୟ କୁହାଯାଇଛି। ସେହିଭଳି କଣ୍ଟେନ୍‌ମେଣ୍ଟ […]

  • Monday, 26 July 2021
secy
ପ୍ରବାସୀ ଓଡ଼ିଆ ନିଜ ଖର୍ଚ୍ଚରେ ସୁରତରୁ ଫେରିବା ପରେ ସରକାର ଆରମ୍ଭ କଲେ ଅପରେସନ୍ ଶୋଭାଯାତ୍ରା

ଭୁବନେଶ୍ୱର: ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ବସ୍‌ରେ ନିଜ ଖର୍ଚ୍ଚରେ ଘରକୁ ଫେରିବା ଆରମ୍ଭ କରିବା ପରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅପରେସନ୍ ଶୁଭାଯାତ୍ରା। ଏହି କ୍ରମରେ ଗତକାଲି କେରଳର ଏର୍ଣ୍ଣାକୁଲମ୍‌ରୁ ଗୋଟିଏ ଟ୍ରେନ୍ ଓ ଆଜି ଗୁଜରାଟର ସୁରତରୁ ଅନ୍ୟ ଏକ ଟ୍ରେନ୍‌ରେ ପ୍ରବାସୀ ଓଡ଼ିଆମାନେ ଯାତ୍ରା ଆରମ୍ଭ କରିଛନ୍ତି। ସେପଟେ ରାଜସ୍ଥାନ କୋଟାରୁ ବି ଫେରିବାରେ ଲାଗିଛନ୍ତି ଛାତ୍ରଛାତ୍ରୀ। ଏଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ […]

  • Monday, 26 July 2021
odisj
ରାଜ୍ୟରେ କରୋନା ଆରୋଗ୍ୟ ହାର କେତେ ପ୍ରତିଶତ ଅଛି ?

ଭୁବନେଶ୍ୱର: ରାଜ୍ୟରେ କରୋନା ସାମ୍ପଲ୍ ଟେଷ୍ଟକୁ ୪ ଗୁଣ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏବେ ଓଡ଼ିଶାରେ ଗୋଟିଏ କୋବାସ୍ ମେସିନ୍ କାର୍ଯ୍ୟ କରୁଥିବା ବେଳେ, ଆଗକୁ ଆଉ ୩ଟି କୋବାସ୍ ମେସିନ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସରକାରଙ୍କ କୋଭିଡ୍ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥିସହ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୬ ହଜାର […]

  • Monday, 26 July 2021
opd
କରୋନା ଲଢ଼େଇରେ ନୂଆ ଚ୍ୟାଲେଞ୍ଜ ଯାଜପୁରର କଟିକଟା ପଞ୍ଚାୟତ; ୭ ଦିନରେ ୨୧ ପଜିଟିଭ୍

ଯାଜପୁର: କରୋନା ଲଢ଼େଇରେ ନୂଆ ଚ୍ୟାଲେଞ୍ଜ ପାଲଟିଛି ଯାଜପୁରର କଟିକଟା ପଞ୍ଚାୟତ। ୭ ଦିନରେ କେବଳ ଗୋଟିଏ ପଞ୍ଚାୟତରୁ ୨୧ ପଜିଟିଭ୍ ବାହାରିବା ପ୍ରଶାସନର ନିଦ ହଜାଇଦେଲାଣି। ହେଲେ କଟିକଟାରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଇଁ ଆଜି ସ୍ଥାନୀୟ ଲୋକଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ। କ୍ୱାରେଣ୍ଟିନ୍ ନିୟମ ନମାନି ଲୋକେ ବୁଲା ବୁଲି କରିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି। କରୋନା ଯୁଦ୍ଧରେ ନୂଆ […]

  • Monday, 26 July 2021
pm
ଅର୍ଥନୀତିକୁ ବଳ ଦେବାକୁ ଦ୍ୱିତୀୟ ଆର୍ଥିକ ପ୍ୟାକେଜ୍‌ ଘୋଷଣା ହୋଇପାରେ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ଯୋଗୁ ଭୁଶୁଡ଼ି ପଡ଼ିଥିବା ଦେଶର ଅର୍ଥନୀତିକୁ ବଳ ଦେବାକୁ ଦ୍ୱିତୀୟ ଆର୍ଥିକ ପ୍ୟାକେଜ୍ ଘୋଷଣା କରିପାରନ୍ତି ଭାରତ ସରକାର।  ବିଶେଷ ସୂତ୍ରରୁ ମିଳିଥିବା ଆଜି ପ୍ରଧାନମନ୍ତ୍ରୀ ମରେନ୍ଦ୍ର ମୋଦିଙ୍କ ନେତ୍ୱତ୍ୱରେ ଏସମ୍ପର୍କିତ ଏକ ଗରୁତ୍ୱପୂର୍ଣ୍ଣ ବୌଠକ ବସିଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥବ୍ୟବସ୍ଥା ସହିତ ଜଡ଼ିତ ମନ୍ତ୍ରୀମାନେ ସାମିଲ୍ ଥିଲେ।  ଭାରତୀୟ ଅର୍ଥନୀତିକୁ ବଳ ଦେବାକୁ ଅର୍ଥମନ୍ତ୍ରାଳୟ ମଧ୍ୟ ଅନେକ ଯୋଜନା କରିଛି। ଏଥିସହିତ ଶୁକ୍ରବାର […]

  • Monday, 26 July 2021
co0ncrert-mistyuered
କ୍ରଂକିଟ୍ ମିକ୍ସଚର ଟ୍ୟାଙ୍କର ଦେଖି ଅଟକାଇଲା ପୁଲିସ୍; ଚେକ୍‌ କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ

ଇନ୍ଦୋର: ଲକ୍‌ଡାଉନରେ ଘରକୁ ଫେରିବାରୁ ଚେଷ୍ଟା କରୁଛନ୍ତି ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ। ଏମିତି କି ଜୀବନକୁ ବିପଦରେ ପକାଇ ଘରକୁ ଫେରିବାକୁ ଚେଷ୍ଟା କରୁଛନ୍ତି ଏମାନେ। ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଇନ୍ଦୋର ସହରରେ। ବିପଦଜନକ ଭାବେ କ୍ରଂକିଟ୍ ମିକ୍ସଚର ଟ୍ୟାଙ୍କରରେ ପଶି ୧୮ ଜଣ ଶ୍ରମିକ ମହାରାଷ୍ଟ୍ରରୁ ଲକ୍ଷ୍ନୌ ନିଜ ଘରକୁ ଫେରୁଥିଲେ। କ୍ରଂକିଟ ମିକ୍ସଚର ଟ୍ୟାଙ୍କରରେ ପଶି ଲକ୍ଷ୍ନୌ ଆସିବା ବେଳେ ମଧ୍ୟପ୍ରଦେଶ ଇନ୍ଦୋରରେ ଟ୍ରକ୍‌କୁ ଧରିଥିଲା […]

  • Monday, 26 July 2021
kahiniki
ବସ୍‌ରେ ଘରକୁ ଫେରୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଭୁବନେଶ୍ୱର: ବସ୍‌ରେ ଘରକୁ ଫେରୁଥିବା ବେଳେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ। ମୃତକ ଜଣଙ୍କ ହେଲେ ଗଂଜାମ ଜିଲ୍ଲା ସୁରମଣି ନାରାୟଣପୁରର ପ୍ରକାଶ ଗୌଡ଼। ଚଳନ୍ତା ବସ୍ ରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ ପୋଲିସ ବସ୍‌କୁ ଅଟକ ରଖିବା ସହ ଶବ ବ୍ୟବଚ୍ଛେଦ କରିଥିବା ସୂଚନା ମିଳିଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ସୂଚନା ମୁତାବକ, ଗୁରୁବାର ଦିନ ଏକ ବସ୍ ଯୋଗେ ସୁରଟରୁ ଏକ ବସ୍ ରେ ୫୬ଜଣ […]

  • Monday, 26 July 2021
police
୨୪ ଘଣ୍ଟାରେ ଆକ୍ରାନ୍ତ ହେଲେ ୧୧୫ ପୋଲିସ

ମୁମ୍ୱାଇ: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୫ ପୋଲିସ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହା ସହ ମହାରାଷ୍ଟ୍ରର କରୋନା ପଜିଟିଭ ପୋଲିସ୍ ସଂଖ୍ୟା ୩୪୨ କୁ ବୃଦ୍ଧି ପାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୫୪ ଜଣ ପୋଲିସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଗତ ମାସରେ ୫୩ ଜଣ ସାମ୍ବାଦିକ କରୋନରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ତେବେ ଏହି ସାମ୍ବାଦିକମାନଙ୍କ ମଧ୍ୟରୁ ୩୧ ଜଣ ସୁସ୍ଥ ହେବା ପରେ ନିଜ […]

  • Monday, 26 July 2021
coron
ଗୋଟିଏ କୋଠାରୁ ବାହାରିଲେ ୪୧ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିଜାମୁଦ୍ଦିନ ଲିଙ୍କ୍ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କାପସହେଡାର ଠେକେ ବାଲି ଗଳିରେ ଥିବା ଏକ ବିଲ୍ଡିଂରେ ୪୧ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏତେ ସଂଖ୍ୟକ ରୋଗୀ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବାରୁ  ଭୟର ବାତାବରଣ ସୃଷ୍ଟି ହୋଇଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଡିଏମ୍‌ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୧୯ରେ  ସେହି ବିଲ୍ଡିଂରୁ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ସେହି ବିଲ୍ଡିଂକୁ ସିଲ୍‌ କରାଯାଇଥିଲା। ଖବର […]

  • Monday, 26 July 2021
koraput
ପୋଡ଼ାଗଡ଼ରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍‌ ଅବଧି

କୋରାପୁଟ: କୋରାପୁଟ ଜିଲ୍ଲାର ପୋଡ଼ାଗଡ଼ରେ ପୁଣି ବଢ଼ିଲା କଣ୍ଟେନମେଣ୍ଟ ଜୋନ୍‌ ଅବଧି। ପୋଡ଼ାଗଡ଼ ପଞ୍ଚାୟତ ଓ ଏହାର ୩ କିମି ପରିଧି ମଧ୍ୟରେ ଥିବା ଅଞ୍ଚଳରେ ପୁଣି ୪୮ ଘଣ୍ଟା କଣ୍ଟେନମେଣ୍ଟ ଅବଧି ବଢ଼ାଇଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର। ଦିନ ୧୨ଟା ଠାରୁ ୪ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଇ ଦିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ପୋଡ଼ାଗଡ଼ରେ କୋରାପୁଟ ଜିଲ୍ଲାର ପ୍ରଥମ କରୋନା ପଜିଟିଭ୍ କେସ୍ […]

  • Monday, 26 July 2021
blood
କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ‌ର ଦାମ ୧୦ ଲକ୍ଷ!

ନୂଆଦିଲ୍ଲୀ: କରୋନା ଭାଇରସରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ବେଆଇନ ଭାବେ ଇଣ୍ଟରନେଟରେ ବିକ୍ରି କରାଯାଉଥିବା ନେଇ ଅଭିଯୋଗ କରାଯାଇଛି। କରୋନାର ଚିକିତ୍ସା ଓ ଭ୍ୟାକ୍ସିନ୍‌ ତିଆରି କରିବାକୁ ନେଇ, ରୋଗୀଙ୍କ ରକ୍ତଙ୍କୁ ଲୁଚାଇ ବିକ୍ରି କରାଯାଉଛି। ଅଷ୍ଟ୍ରେଲିଆ ନ୍ୟାସନାଲ ୟୁନିଭରସିଟି (ANU) ରିପୋର୍ଟରେ, ଏହି ତଥ୍ୟକୁ ଖୁଲାସା କରିଛି। ଚୋରାରେ ବିକ୍ରି କରୁଥିବା ଲୋକମାନେ ବିଭିନ୍ନ ଦେଶରେ ରହି ଏହାକୁ ସଂଗ୍ରହ କରି ବିଦେଶକୁ ଡେଲିଭରି କରୁଛନ୍ତି। କରୋନା ରୋଗୀଙ୍କ ରକ୍ତ ଲକ୍ଷ ଲକ୍ଷ ଟଙ୍କାରେ […]

  • Monday, 26 July 2021
boy
୧୩୦୦ କିମି ସାଇକେଲରେ ଆସିଲେ, ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ କାରଣରୁ ସବୁକିଛି ଠପ୍‌ ହୋଇଯାଇଛି। ଏନେଇ ଅନ୍ୟ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ଯେକୌଣସି ପରିସ୍ଥିତିରେ ନିଜ ଘରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। କେତେଜଣ ଚାଲି ଚାଲି ଆସୁଥିବାବେଳେ ଅନ୍ୟ କେତେଜଣ ସାଇକେଲରେ ଫେରୁଛନ୍ତି। ତେବେ ଏପରି ପ୍ରତିକୂଳ ପରିସ୍ଥିତିରେ ଘରକୁ ଫେରିବାର ଇଛା ଅନେକ ଲୋକଙ୍କ ମୃତ୍ୟୁର କାରଣ ସାଜିଛି। ଜଣେ ଯୁବକ ସାଙ୍ଗମାନଙ୍କ ସହ ମିଶି ସାଇକେଲରେ ଦିଲ୍ଲୀଠାରୁ ପ୍ରାୟ […]

  • Monday, 26 July 2021