• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

mada888
ଗୋଟିଏ ଦିନରେ ପିଇଦେଲେ ୩୦୦ କୋଟିର ମଦ

ଲକ୍ଷ୍ନୌ: କରୋନାର ସ୍ଥିତିକୁ ନେଇ ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନର ଜାରି କରିଛନ୍ତି। ଏହି ଲକ୍‌ଡାଉନ୍‌ର ଗାଇଡଲାଇନ୍‌କୁ ଟିକେ କୋହଳ କରାଯାଇଛି। ଗତକାଲି ସରକାର ମଦ ଦୋକାନଗୁଡିକ ଖୋଲିବାକୁ ଅନୁମତି ଦେଇଥିଲେ। ଏନେଇ ଲକ୍ଷ୍ନୌ ସହର ଲୋକମାନେ ସକାଳ ୭ଟାରୁ ହାତରେ ବ୍ୟାଗକୁ ଧରି ମଦ ଦୋକାନ ସାମ୍ନାରେ ଲମ୍ୱା ଲାଇନ୍‌ କରି ଛିଡା ହୋଇଥିଲେ। ଦୋକାନୀମାନେ ମଧ୍ୟ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଥିଲେ। ଦୋକାନର ସଟର ଖୋଲିବା ମାତ୍ରେ ଲୋକମାନେ ମଦ କିଣିବାକୁ ଗହଳି କରିଥିଲେ। ଆଲିଗଡ, […]

  • Monday, 26 July 2021
police
ଗୋଟିଏ ଥାନାରେ ୧୨ ପୋଲିସ କରୋନା ଆକ୍ରାନ୍ତ

ମୁମ୍ୱାଇ: ମୁମ୍ବାଇରେ ଗତକାଲି ଜେଜେ ମାର୍ଗ ପୋଲିସ ଷ୍ଟେସନରେ ୧୨ ଜଣ ପୋଲିସ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ୬ଜଣ ସବ୍-ଇନ୍ସପେକ୍ଟର ଥିବା ଜଣାପଡିଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ୧୨ଜଣଙ୍କ ମଧ୍ୟରୁ ୮ଜଣଙ୍କ ମଧ୍ୟରେ କରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଇନଥିଲା। ବରିଷ୍ଠ ଅଧିକାରୀ କହିଛନ୍ତି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪୦ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସମସ୍ତ ପୋଲିସ କର୍ମଚାରୀଙ୍କୁ ଜେଜେ ମାର୍ଗ ପୋଲିସ ଷ୍ଟେସନ ନିକଟରେ ଥିବା […]

  • Monday, 26 July 2021
school
ଶୌଚାଳୟ କ୍ୱାରେଣ୍ଟିନ୍‌ରେ ରହିଲେ ଆଦିବାସୀ ପରିବାର

ଭୋପାଲ: ଦେଶରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଅବଧିକୁ ବଢ଼ାଇ ଦେଇଛନ୍ତି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ବାହାର ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ଯେନତେନ ପ୍ରକାରର ଚେଷ୍ଟା କରୁଛନ୍ତି। ସେମାନେ ଫେରିବା ପରେ ଗ୍ରାମବାସୀମାନେ କରୋନା ଭୟରେ  ତାଙ୍କୁ ଗାଁ ଭିତରକୁ ପଶିବାକୁ ଦେଉନାହାନ୍ତି। ଏନେଇ ପ୍ରଶାସନ ବାହାର ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ୍‌ର ବ୍ୟବସ୍ଥା କରିଛନ୍ତି।  […]

  • Monday, 26 July 2021
mask
ମାସ୍କ ପିନ୍ଧିବାକୁ କହିବାରୁ ମରଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି ହେଲେ ୨ ଭାଇ

ମୁମ୍ୱାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିକାର ପାଇଁ ସରକାର ୩ୟ ପର୍ଯ୍ୟାୟ ଲକ‌ଡାଉନ୍‌ ଜାରି କରିଛନ୍ତି।  ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଇଁ ସରକାର ଲୋକମାନଙ୍କ ନିକଟରେ ଅପିଲ କରିଛନ୍ତି। କିଛି ବ୍ୟକ୍ତି ଏହି ନିୟମକୁ ମାନୁଥିବାବେଳେ କେତେକ ଲୋକ ଏହାକୁ ମାନୁନଥିବା ଜଣାପଡିଛି। ଏମିତି କିଛି ନିୟମ ଉଲ୍ଲଘଂନକାରୀଙ୍କୁ ଦେଖିବାକୁ ମିଳିଛି ମୁମ୍ୱାଇର ତିଲକ ନଗର ଅଞ୍ଚଳରେ । ଏହି ନିୟମ ଉଲ୍ଲଘଂନକାରୀମାନେ ମାସ୍କ  ପିନ୍ଧୁ ନାହାନ୍ତି, […]

  • Monday, 26 July 2021
asit
ଏଣିକି ନିୟମ ଭାଙ୍ଗିଲେ ଗିରଫ ହେବେ

ଭୁବନେଶ୍ୱର: ଏଣିକି ନିୟମ ଭାଙ୍ଗିଲେ ଗିରଫ ହେବେ। ଓଡ଼ିଶା ଫେରୁଥିବା ପ୍ରବାସୀ  ଅମାନିଆଙ୍କ ପାଇଁ ଏଭଳି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ସରକାର। କ୍ୱାରେଣ୍ଟିନ ନିୟମ ନମାନିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ। ବାହାରୁ ଆସୁଥିବା ପ୍ରବାସୀ ବିଶୃଙ୍ଖଳିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। କ୍ୱାରେଣ୍ଟିନ ନିୟମ ନ ମାନିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଦୂର ଜିଲ୍ଲାରେ […]

  • Monday, 26 July 2021
opdd
କଳାହାଣ୍ଡି ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଘୋଷଣା କରିବାକୁ ଦାବି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ୍ ଜୋନ୍ ପରିବର୍ତ୍ତେ ଗ୍ରୀନ୍ ଜୋନ୍ ଘୋଷଣା କରିବାକୁ ଦାବି ହୋଇଛି। ଏହି ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ। କଳାହାଣ୍ଡି ଜିଲ୍ଲାରେ ରବି ଋତୁରେ ୩୦ ଲକ୍ଷ ଟନ୍ ଧାନ ଓ ୧୦ ଲକ୍ଷ ଟନ୍ କପା ଉତ୍ପାଦନ ହୁଏ। ଫସଲ ଅମଳ ଓ ମଣ୍ଡିରେ ବିକ୍ରି ପାଇଁ ଚାଷୀମାନେ ବହୁ ସଂଖ୍ୟାରେ ଶ୍ରମିକ ଆବଶ୍ୟକ […]

  • Monday, 26 July 2021
sd
ପୁଣି ଜଣେ କରୋନା ରୋଗୀ ଚିହ୍ନଟ; ଏଥର ଏହି ଜିଲ୍ଲା ପାଳି

ଭୁବନେଶ୍ୱର: ପୁଣି ଜଣେ କରୋନା ରୋଗୀ ଚିହ୍ନଟ। ଗଞ୍ଜାମ, ଝାରସୁଗୁଡ଼ା ଓ ବାଲେଶ୍ୱର ପରେ ଏଥର କେନ୍ଦୁଝର ଜିଲ୍ଲାର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର ହାଟଡିହିରେ ଜଣେ ୩୪ ବର୍ଷୀୟ ଯୁବକଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସେ ମଧ୍ୟ କୋଲକାତୁର ଫେରିଥିବା ସୂଚାନ ଦେଇଛି ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି। ଏହା ପୂର୍ବରୁ ଆଜି ଗଞ୍ଜାମରୁ […]

  • Monday, 26 July 2021
s
କ୍ୱାରେଣ୍ଟିନ୍ କେନ୍ଦ୍ରରୁ ପଳାଇଲେ ଶତାଧିକ ସୁରତ ଫେରନ୍ତା ଶ୍ରମିକ !

ଗଞ୍ଜାମ: କ୍ୱାରେଣ୍ଟିନ୍ କେନ୍ଦ୍ରରୁ ପଳାଇଲେ ଶତାଧିକ ସୁରତ ଫେରନ୍ତା ଶ୍ରମିକ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଜନତା ହାଇସ୍କୁଲ ଏବଂ ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ସୁରତ ଫେରନ୍ତା ଶ୍ରମିକମାନେ ପଳାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ କରୋନା ବ୍ୟାପିବାର ଆଶଙ୍କା ଦେଖାଦେଇଛି। ସେଣ୍ଟରରେ ଖାଦ୍ୟ ଓ ପାନୀୟ ମିଳୁନଥିବା ଅଭିଯୋଗ କରି ସେଣ୍ଟର ଛାଡ଼ି ନିଜ ନିଜ ଗାଁକୁ ଚାଲିଯାଇଛନ୍ତି ଏମାନେ। ସୂଚନା ମୁତାବକ, ଗତକାଲି ୨ଟି ବସ୍‌ରେ ୧୦୦ରୁ ଅଧିକ ସୁରତ ଫେରନ୍ତା […]

  • Monday, 26 July 2021
ganjma
ଗଞ୍ଜାମ କରୋନା ଆକ୍ରାନ୍ତଙ୍କର ରହିଛି ସୁରତ ଲିଙ୍କ୍

ଗଞ୍ଜାମ: ଗଞ୍ଜାମ ଆକ୍ରାନ୍ତଙ୍କ ରହିଛି ସୁରତ ଲିଙ୍କ୍। ଜିଲ୍ଲାରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ସୁରତରୁ ଫେରିଛନ୍ତି। ଆଜି ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। ୧୭ ଓ ୨୨ ବର୍ଷର ଏହି ଦୁଇ ଜଣ ଯୁବକ ସୁରତରୁ ଫେରିଥିଲେ। ତେବେ ଏମାନଙ୍କ ପାଖରେ ଲକ୍ଷଣ ଦେଖାଯାଇନଥିଲା ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। ହେଲେ ଏମାନେ କ୍ୱାରେଣ୍ଟିନ୍‌ରେ ଥିଲେ କିମ୍ବା ନାହିଁ ସେ ସମ୍ପର୍କରେ ଏବେ ଯାଏ […]

  • Monday, 26 July 2021
balasore
ପୁଣି କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ପୁଣି ଏକ କରୋନା ପଜିଟିଭ ଚିହ୍ନଟ। ଏଥର ବାଲେଶ୍ୱରରେ ଚିହ୍ନଟ ହୋଇଛନ୍ତି ଏହି କରୋନା ରୋଗୀ। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଛି। ବାଲେଶ୍ୱର କରୋନା ପଜିଟିଭ୍ ଚିହ୍ନଟ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତ ଜଣେ ପୁରୁଷ ଓ ତାଙ୍କ ବୟସ ୩୪। ସେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ରହିଛି। ଆଜି ସକାଳୁ ଗଞ୍ଜାମ ଓ ଝାରୁସୁଗୁଡ଼ାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। […]

  • Monday, 26 July 2021
vapadmanaa
ଦୁଇ ଦୁଇ ଥର ବସ୍ ଦୁର୍ଘଟଣା ପରେ ଏହି ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରବାସ ଫେରନ୍ତାକୁ ଆସିଥିବା ବସ୍‌ ଦୁଇ ଦୁଇଥର କଳିଙ୍ଗା ଘାଟି ଦୁର୍ଘଟଣା ହେବା ପରେ ବସ୍ ଦୁର୍ଘଟଣା ନେଇ ପ୍ରିତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏଣିକି ବସ୍‌ର ରୁଟ୍ ବଦଳିବ ବୋଲି ମନ୍ତ୍ରୀ କହିଛନ୍ତି। ଘାଟି ରାସ୍ତା ହୋଇଥିବାରୁ ଦୁର୍ଘଟଣା ଘଟୁଛି। ଡ୍ରାଇଭର ଅଭ୍ୟସ୍ତ ନୁହନ୍ତି। ତେଣୁ ସୁରତରୁ ଆସୁଥିବା ବସ୍‌ର ରୁଟ୍ ବଦଳାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଏଣିକି ସୁରତରୁ ଆସୁଥିବା ବସ୍‌ଗୁଡ଼ିକ ବୌଦ୍ଧ-ଚାରିଛକ-ମାଧପୁର-ନୟାଗଡ଼-ଓଡ଼ଗାଁ ଦେଇ ଗଞ୍ଜାମ ଯିବ ବୋଲି […]

  • Monday, 26 July 2021
jelocp
କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଭାରତର ତିନି ସେନା

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ବିରୋଧରେ ଲଢୁଥିବା ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଉଛନ୍ତି ଭାରତର ତିନି ସେନା। ଏନେଇ ଆଜି ହୋଇଛି ବ୍ୟାପକ ପ୍ରସ୍ତୁତି। ଆଜି  କରୋନା ଯୋଦ୍ଧାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନ ପ୍ରଦର୍ଶନ କରାଯିବ। ଉତ୍ତରରେ ଶ୍ରୀନଗର, ଦକ୍ଷିଣରେ ଥିରୁଅନନ୍ତପୁରମ୍, ପୂର୍ବରେ ଦିବ୍ରୁଗଡ଼ରୁ ପଶ୍ଚିମରେ ଗୁଜରାଟ କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ ଆକାଶ ମାର୍ଗରେ ଫ୍ଲାଏ ପାଷ୍ଟ କରାଯିବ। ଏଥିରେ ଫାଇଟର ପ୍ଲେନ ସହ ଅନ୍ୟ ବିମାନ ସାମିଲ ହୋଇ ଦେଶର ବିଭିନ୍ନ ହସ୍ପିଟାଲରେ […]

  • Monday, 26 July 2021
baijayanata
'ପଶ୍ଚିମବଙ୍ଗର ଦାୟିତ୍ୱହୀନତା ପାଇଁ ଓଡ଼ିଶାରେ କରୋନା ବଢ଼ିଛି'

ଭୁବନେଶ୍ୱର: ଓଡ଼ିଶାର କୋଭିଡ୍ ବିରୋଧୀ ଲଢ଼େଇରେ ପଶ୍ଚିମବଙ୍ଗ କଣ୍ଟା। ପଶ୍ଚିମବଙ୍ଗ ସରକାରଙ୍କ ଦାୟିତ୍ୱହୀନତା ପାଇଁ ଓଡ଼ିଶାର କୋଭିଡ୍ ବିରୋଧୀ ଲଢ଼େଇ ବିପଦରେ ପଡ଼ିଥିବା ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ବୈଜୟନ୍ତ କହିଛନ୍ତି ଆଗୁଆ ଲକ୍‌ଡାଉନ ଲାଗୁ ସାଙ୍ଗକୁ ନିୟମର କଡ଼ା ଅନୁପାଳନ ପାଇଁ କୋଭିଡ୍ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଏପର୍ଯ୍ୟନ୍ତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ହେଲେ ଏହାର ସଂପୂର୍ଣ୍ଣ ବିପରୀତ ପଶ୍ଚିମବଙ୍ଗ ସରକାର […]

  • Monday, 26 July 2021
busd
ପୁଣି କଳିଙ୍ଗା ଘାଟିରେ ବସ୍‌ ଦୁର୍ଘଟଣା

ଫୁଲବାଣୀ: ଆଜି ପୁଣି ଏକ ବସ୍‌ ଦୁର୍ଘଟଣା ଖବର ଆସିଛି। ଗତକାଲି ଯେଉଁ କଳିଙ୍ଗା ଘାଟିରେ ପ୍ରବାସ ଫେରନ୍ତାଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  ଆଜି ସେଇ ଘାଟିରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣ ୩ ଆହତ ହୋଇଥିବା ସୂଚନା ମିଳିଛି। ବସ୍‌ଟି ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିଲା। ଏଥିରେ ପାଖାପାଖି ୫୭ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ଜି ଉଦୟଗିରି ଏସ୍‌ଡିପିଓ ଏ.କେ ବେହେରାଙ୍କ ସୂଚନାନୁସାରେ, ସମସ୍ତ ଯାତ୍ରୀ […]

  • Monday, 26 July 2021
doctor
କରୋନା ମୁକାବିଲା ପାଇଁ ନିଯୁକ୍ତି ହେବେ ୨୬୭ ଆୟୁଷ ଡାକ୍ତର

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲାରେ ସାମିଲ ହେବେ ଆୟୁଷ ଡାକ୍ତର। ଏଥିପାଇଁ ନିଯୁକ୍ତ ହେବେ ୨୬୭ଜଣ ଆୟୁଷ ଡାକ୍ତର। ଏମାନେ ସମସ୍ତେ କୋଭିଡ୍ ହସ୍ପିଟାଲରେ ଚୁକ୍ତି ଭିତ୍ତିରେ ନିଯୁକ୍ତି ହେବେ। ଏଥିପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି। ହୋମିଓପ୍ୟାଥିକରେ ୧୩୭ ଏବଂ ଆୟୁର୍ବେଦରେ ୧୩୦ ଜଣ ଓ ସମୁଦାୟ ୨୬୭ଜଣ ଡାକ୍ତର ନିଯୁକ୍ତି ହେବା ନେଇ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞାପନ ଜାରି କରାଯାଇଛି। ଏହି ଡାକ୍ତରମାନଙ୍କୁ ତିନି ମାସ ପାଇଁ ଚୁକ୍ତି ଭିତ୍ତିକ ନିଯୁକ୍ତି ମିଳିବ ବୋଲି […]

  • Monday, 26 July 2021
polce
ଭଦ୍ରକରୁ ୮ ପ୍ରବାସ ଫେରନ୍ତାଙ୍କୁ ଧରି କ୍ୱାରେଣ୍ଟିନ୍‌ରେ ରଖିଲା ପୁଲିସ୍

ଭଦ୍ରକ: ଭଦ୍ରକ ବନ୍ତ ଛକରେ ସୁରତରୁ ୮ ପ୍ରବାସୀ ଶ୍ରମିକ ଫେରିଥିବା ଖବର ମିଳିବା ପରେ  ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ସେମାନଙ୍କୁ ନେଇ ଭଣ୍ଡାରିପୋଖରୀ କ୍ୱାରେଣ୍ଟାଇନ ସେଣ୍ଟରରେ ଛାଡ଼ିଛି। ପୋଲିସର ତଦନ୍ତରୁ ଜଣା ପଡ଼ିଛି ଯେ, ୫୬ ଜଣ ସୁରତ ଫେରନ୍ତା ନିଜ ଖର୍ଚ୍ଚରେ ଏକ ବସ ଯୋଗେ ଓଡ଼ିଶା ଫେରିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଲୋକେ ବ୍ରହ୍ମପୁରରେ, କିଛି ଯାଜପୁର ଜିଲ୍ଲା ପାଣିକୋଇଲିରେ ଓହ୍ଲାଇଥିଲେ। ତେବେ ବସ୍‌ଟି ୮ ଜଣଙ୍କୁ ଭଦ୍ରକ ବନ୍ତ ଛକରେ […]

  • Monday, 26 July 2021
cr
ବିଭିନ୍ନ ସ୍ଥାନରୁ ଫେରିଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ କେରଳରେ ଫସିରହିଥିବା ପ୍ରବାସୀ ଓଡ଼ିଆ।  କେରଳର ଏର୍ଣ୍ଣାକୁଲମ ଷ୍ଟେସନରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନ୍ ପ୍ରଥମେ ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ଦକ୍ଷିଣ ଓଡ଼ିଶାର ୫ଶହ ଯାତ୍ରୀଙ୍କୁ ଓହ୍ଲାଇଛି। ଜଗନ୍ନାଥପୁର ଷ୍ଚେସନରେ ଓହ୍ଲାଇଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୩୧, କନ୍ଧମାଳର ୩୫୩, ବୌଦ୍ଧର ୬, ରାୟଗଡ଼ାର ୧୭ କୋରାପୁଟର ଜଣେ ଏବଂ ନଗରଙ୍ଗପୁରର ୩ଜଣ ଯାତ୍ରୀ ରହିଛନ୍ତି। ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଲା ପରେ ସମସ୍ତ ଯାତ୍ରୀଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। […]

  • Monday, 26 July 2021
cornd
ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଝାରସୁଗୁଡ଼ାରୁ ଜଣେ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳେ ଗଞ୍ଜାମ ଜିଲ୍ଲାରେ ଦୁଇ କରୋନା ପଜିଟିଭି ଚିହ୍ନଟ ହେବା ପରେ ପୁଣି ଝାରସୁଗୁଡ଼ାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ ଛୁଇଁଛି। ତେବେ ଝାରସୁଗୁଡ଼ା ଆକ୍ରାନ୍ତ ଜଣକ ଜଣେ ୪୦ ବର୍ଷୀୟା ମହିଳା। ସେ କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସି ସଂକ୍ରମିତି ହୋଇଥିବା ସୂଚନା […]

  • Monday, 26 July 2021
CORONAVIRUS
ରଜ୍ୟରେ ମୋଟ କରୋନା ଆକ୍ରାନ୍ତ ୧୫୯; କେଉଁ ଜିଲ୍ଲାରେ କେତେ ପଜିଟିଭ୍‌ ?

ଗଞ୍ଜାମ: ରାଜ୍ୟରେ ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହେଲେ କରୋନା ରୋଗୀ। ଏଠି ଏକାଥରକେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି। ତେବେ ଗତକାଲି କେବଳ ଯାଜପୁରରେ ସକାଳେ ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ଛୁଇଁଛି। ରାଜ୍ୟର କରୋନା […]

  • Monday, 26 July 2021
corona
ରାଜ୍ୟରେ ପୁଣି ଦୁଇ କରୋନା ରୋଗୀ ଚିହ୍ନଟ

ଗଞ୍ଜାମ: ରାଜ୍ୟରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ପଜିଟିଭ୍ ହେଲେ ଗଞ୍ଜାମ ଜିଲ୍ଲାର। ଗଞ୍ଜାମରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି। ଗତକାଲି କେବଳ ଯାଜପୁରରେ ସକାଳେ ୮ଜଣ କରୋନା ରୋଗୀ ଚିହ୍ନଟ […]

  • Monday, 26 July 2021
arogya
ଆରୋଗ୍ୟ ସେତୁ ଆପ୍‌ରେ ତଥ୍ୟ ଗୋପନୀୟତା ନେଇ ପ୍ରଶ୍ନ ଉଠାଇଲେ ରାହୁଲ୍

ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍ କରିବା ବାଧ୍ୟତାମୂଳକ ହେବା ନେଇ ତଥ୍ୟ ଗୋପନୀୟତା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଟ୍ୱିଟ୍‌ କରି ରାହୁଲ୍ ଲେଖିଛନ୍ତି “ଏହି ଆପ୍‌ ଏକ ଅତ୍ୟାଧୁନିକ ତଦାରଖ ବ୍ୟବସ୍ଥା। ଏହା ପ୍ରାଇଭେଟ୍‌ ଅପରେଟର ପାଇଁ ଆଉଟ୍‌ସୋର୍ସ ଭଳି କାର୍ଯ୍ୟ କରିବ। ଏହା ତଥ୍ୟ ସୁରକ୍ଷା ଓ ଗୋପନୀୟତା ନେଇ ଚିନ୍ତା ବଢ଼ାଇବ। ଟେକ୍ନୋଲୋଜୀ ଆମକୁ ସୁରକ୍ଷା ଦେଇପାରେ, କିନ୍ତୁ ନାଗରିକଙ୍କ ବିନା ଅନୁମତିରେ ତାଙ୍କୁ ଟ୍ରାକ୍‌ କରିବା […]

  • Monday, 26 July 2021
mobile
ଏଣିକି ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍ କରିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସରକାରୀ ହେଉ କିମ୍ବା ବେସରକାରୀ କର୍ମଚାରୀ, ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେଲା ଆରୋଗ୍ୟ ସେତୁ ଆପ୍‌। ସମସ୍ତେ ଏହି କରୋନା ଟ୍ରାକିଂ ଆପ୍‌କୁ ଡାଉନ୍‌ଲୋଡ୍‌ କରିବେ। ଏଥିପାଇଁ ସଂସ୍ଥାର ମୁଖ୍ୟ କର୍ମଚାରୀମାନଙ୍କୁ ଆପ୍‌ ଡାଉନ୍‌ଲୋଡ୍ କରିବାକୁ ନିର୍ଦ୍ଦେଶ ଦେବେ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ ସଂସ୍ଥାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଯେମିତ ଏହି ଆପ୍ ଡାଉନ୍‌ଲୋଡ୍ କରିବା ସେ ନେଇ ସୁନିଶ୍ଚି କରିବାକୁ ମଧ୍ୟ କୁହାଯାଇଛି। ସେହିଭଳି କଣ୍ଟେନ୍‌ମେଣ୍ଟ […]

  • Monday, 26 July 2021
secy
ପ୍ରବାସୀ ଓଡ଼ିଆ ନିଜ ଖର୍ଚ୍ଚରେ ସୁରତରୁ ଫେରିବା ପରେ ସରକାର ଆରମ୍ଭ କଲେ ଅପରେସନ୍ ଶୋଭାଯାତ୍ରା

ଭୁବନେଶ୍ୱର: ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ବସ୍‌ରେ ନିଜ ଖର୍ଚ୍ଚରେ ଘରକୁ ଫେରିବା ଆରମ୍ଭ କରିବା ପରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅପରେସନ୍ ଶୁଭାଯାତ୍ରା। ଏହି କ୍ରମରେ ଗତକାଲି କେରଳର ଏର୍ଣ୍ଣାକୁଲମ୍‌ରୁ ଗୋଟିଏ ଟ୍ରେନ୍ ଓ ଆଜି ଗୁଜରାଟର ସୁରତରୁ ଅନ୍ୟ ଏକ ଟ୍ରେନ୍‌ରେ ପ୍ରବାସୀ ଓଡ଼ିଆମାନେ ଯାତ୍ରା ଆରମ୍ଭ କରିଛନ୍ତି। ସେପଟେ ରାଜସ୍ଥାନ କୋଟାରୁ ବି ଫେରିବାରେ ଲାଗିଛନ୍ତି ଛାତ୍ରଛାତ୍ରୀ। ଏଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ […]

  • Monday, 26 July 2021
odisj
ରାଜ୍ୟରେ କରୋନା ଆରୋଗ୍ୟ ହାର କେତେ ପ୍ରତିଶତ ଅଛି ?

ଭୁବନେଶ୍ୱର: ରାଜ୍ୟରେ କରୋନା ସାମ୍ପଲ୍ ଟେଷ୍ଟକୁ ୪ ଗୁଣ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏବେ ଓଡ଼ିଶାରେ ଗୋଟିଏ କୋବାସ୍ ମେସିନ୍ କାର୍ଯ୍ୟ କରୁଥିବା ବେଳେ, ଆଗକୁ ଆଉ ୩ଟି କୋବାସ୍ ମେସିନ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସରକାରଙ୍କ କୋଭିଡ୍ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥିସହ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୬ ହଜାର […]

  • Monday, 26 July 2021