ଭଦ୍ରକ: ଲକ୍ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ। ଲୋକେ ଗାଁ ଦାଣ୍ଡରେ ବସି ତାସ୍ ଖେଳୁଛନ୍ତି। ଭଦ୍ରକ ଚାନ୍ଦବାଲିର ନରସିଂହପୁର ଅଞ୍ଚଳରେ ଏଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ବେଖାତିର ଭାବେ ତାସ୍ ଖେଳୁଛନ୍ତି ଲୋକେ। ମେଳ ମେଳ ହୋଇ ଗାଁ ଦାଣ୍ଡରେ ତାସ୍ ଖେଳୁଥିବା ଦେଖିବାକୁ ମିଳିଛି। ଗୋଟିଏ କି ଦୁଇଟି ନୁହେଁ ପୂରା ଗାଁସାରା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୪ରୁ ୫ ଜଣ ଲୋକେ ଏକଜୁଟ୍ ହୋଇ ତାସ୍ ଖେଳୁଛନ୍ତି। ନାଁ […]
ଭଦ୍ରକ: ଅଦୃଶ୍ୟ କରୋନା ମହାମାରି ପାଇଁ ସବୁଠି ଲକ୍ ଡାଉନ୍ ସ୍ଥିତି ଜାରି ରହିଛି। କରୋନାକୁ ଜିଣିବା ଆଉ ଜୀବନ ଜିଇଁବାକୁ ଚାଲିଛି ସଚେତନତାର ଲଢ଼େଇ। ଏହି ଲଢେଇ ଭିତରେ ବଳିପଡୁଛନ୍ତି ବହୁ ଗରିବ, ଅସହାୟ ଓ ଦିନମଜୁରିଆ। ଏପରିକି କମ୍ପାନୀରେ କାମ କରୁଥିବା କର୍ମଚାରୀ ବି ଘରେ ବସିଛନ୍ତି। ଦୀର୍ଘଦିନ ବସିବା ପରେ ଏମାନଙ୍କ ପାଖରେ ଖାଇବା ଅଛି ନା ଚଳିବା ପାଇଁ ଅର୍ଥ ଅଛି ଶେଷରେ ଭୋକ ଉପାସ ସହି ନପାରି ଚାଲି ଚାଲି […]
ଭୁବନେଶ୍ୱର: ସୁରତରୁ କେବଳ ଟ୍ରେନ୍ରେ ଫେରିବାକୁ ଅନୁମତି ଦେଲେ ରାଜ୍ୟ ସରକାର। କରୋନା ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁରତରୁ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେଉଛି ଓ ଦୀର୍ଘ ପଥରେ ଖାଇବା ପିଇବା ଅସୁବିଧା, ଦୁର୍ଘଟଣା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି କରୋନା ମୁକାବିଲା ଲାଗି ଆଗକୁ ଦୈନିକ ୧୫ ହଜାର ସାମ୍ପଲ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଉଛି। ଗ୍ରୀନ ଜୋନରେ କୃଷି, ଶିଳ୍ପ, ଜୀବିକା, ପରିବହନ ସ୍ୱାଭାବିକ […]
ଭୁବନେଶ୍ୱର: ରାଜ୍ୟରେ ଗ୍ରୀନ୍ ଜୋନରେ ବି ଗଡ଼ିବ ନାହିଁ ବସ୍। ଗ୍ରୀନ ଜୋନ୍ରେ ବସ୍ ଚଳାଚଳ ଅନୁମତି ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛି ଘରୋଇ ବସ୍ ମାଲିକ ସଂଘ। ସଂଘର କହିବା ଅନୁଯାୟୀ, ସରକାର ଗତକାଲି ପ୍ରକାଶ କରିଥିବା ବିଜ୍ଞପ୍ତିରେ ଆମ ଦାବି କଥା କିଛି କହିନାହାନ୍ତି। ତେଣୁ ଆମେ ଗାଡ଼ି ଚଳାଇବୁ ନାହିଁ ବୋଲି କହିଛନ୍ତି ଘରୋଇ ବସ୍ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ। ସରକାର ଆମକୁ ଆଲୋଚନା ପାଇଁ ଡାକି ନାହାନ୍ତି। ଆଜି […]
ମଥୁରା: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏହି ଲକ୍ଡାଉନ୍ରେ ଜାରି କରାଯାଇଥିବା ନିୟମଗୁଡିକୁ ଟିକେ କୋହଳ କରାଯାଇଛି। ବାହାରେ ଫସିରହିଥିବା ପ୍ରବାସୀମାନଙ୍କୁ ନିଜ ଘରକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍ ଜାରି କରିଛି। ଏନେଇ ମଙ୍ଗଳବାର ମଧ୍ୟପ୍ରଦେଶକୁ ଫେରୁଥିବା କିଛି ଲୋକ ମଥୁରା ଠାରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣଙ୍କର ଅବସ୍ଥା […]
ଲକ୍ଷ୍ନୌ: କରୋନାର ସ୍ଥିତିକୁ ନେଇ ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନର ଜାରି କରିଛନ୍ତି। ଏହି ଲକ୍ଡାଉନ୍ର ଗାଇଡଲାଇନ୍କୁ ଟିକେ କୋହଳ କରାଯାଇଛି। ଗତକାଲି ସରକାର ମଦ ଦୋକାନଗୁଡିକ ଖୋଲିବାକୁ ଅନୁମତି ଦେଇଥିଲେ। ଏନେଇ ଲକ୍ଷ୍ନୌ ସହର ଲୋକମାନେ ସକାଳ ୭ଟାରୁ ହାତରେ ବ୍ୟାଗକୁ ଧରି ମଦ ଦୋକାନ ସାମ୍ନାରେ ଲମ୍ୱା ଲାଇନ୍ କରି ଛିଡା ହୋଇଥିଲେ। ଦୋକାନୀମାନେ ମଧ୍ୟ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଥିଲେ। ଦୋକାନର ସଟର ଖୋଲିବା ମାତ୍ରେ ଲୋକମାନେ ମଦ କିଣିବାକୁ ଗହଳି କରିଥିଲେ। ଆଲିଗଡ, […]
ମୁମ୍ୱାଇ: ମୁମ୍ବାଇରେ ଗତକାଲି ଜେଜେ ମାର୍ଗ ପୋଲିସ ଷ୍ଟେସନରେ ୧୨ ଜଣ ପୋଲିସ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ୬ଜଣ ସବ୍-ଇନ୍ସପେକ୍ଟର ଥିବା ଜଣାପଡିଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ୧୨ଜଣଙ୍କ ମଧ୍ୟରୁ ୮ଜଣଙ୍କ ମଧ୍ୟରେ କରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଇନଥିଲା। ବରିଷ୍ଠ ଅଧିକାରୀ କହିଛନ୍ତି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪୦ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସମସ୍ତ ପୋଲିସ କର୍ମଚାରୀଙ୍କୁ ଜେଜେ ମାର୍ଗ ପୋଲିସ ଷ୍ଟେସନ ନିକଟରେ ଥିବା […]
ଭୋପାଲ: ଦେଶରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍ଡାଉନ୍ ଅବଧିକୁ ବଢ଼ାଇ ଦେଇଛନ୍ତି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ବାହାର ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ଯେନତେନ ପ୍ରକାରର ଚେଷ୍ଟା କରୁଛନ୍ତି। ସେମାନେ ଫେରିବା ପରେ ଗ୍ରାମବାସୀମାନେ କରୋନା ଭୟରେ ତାଙ୍କୁ ଗାଁ ଭିତରକୁ ପଶିବାକୁ ଦେଉନାହାନ୍ତି। ଏନେଇ ପ୍ରଶାସନ ବାହାର ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ୍ର ବ୍ୟବସ୍ଥା କରିଛନ୍ତି। […]
ମୁମ୍ୱାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିକାର ପାଇଁ ସରକାର ୩ୟ ପର୍ଯ୍ୟାୟ ଲକଡାଉନ୍ ଜାରି କରିଛନ୍ତି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଇଁ ସରକାର ଲୋକମାନଙ୍କ ନିକଟରେ ଅପିଲ କରିଛନ୍ତି। କିଛି ବ୍ୟକ୍ତି ଏହି ନିୟମକୁ ମାନୁଥିବାବେଳେ କେତେକ ଲୋକ ଏହାକୁ ମାନୁନଥିବା ଜଣାପଡିଛି। ଏମିତି କିଛି ନିୟମ ଉଲ୍ଲଘଂନକାରୀଙ୍କୁ ଦେଖିବାକୁ ମିଳିଛି ମୁମ୍ୱାଇର ତିଲକ ନଗର ଅଞ୍ଚଳରେ । ଏହି ନିୟମ ଉଲ୍ଲଘଂନକାରୀମାନେ ମାସ୍କ ପିନ୍ଧୁ ନାହାନ୍ତି, […]
ଭୁବନେଶ୍ୱର: ଏଣିକି ନିୟମ ଭାଙ୍ଗିଲେ ଗିରଫ ହେବେ। ଓଡ଼ିଶା ଫେରୁଥିବା ପ୍ରବାସୀ ଅମାନିଆଙ୍କ ପାଇଁ ଏଭଳି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ସରକାର। କ୍ୱାରେଣ୍ଟିନ ନିୟମ ନମାନିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ। ବାହାରୁ ଆସୁଥିବା ପ୍ରବାସୀ ବିଶୃଙ୍ଖଳିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। କ୍ୱାରେଣ୍ଟିନ ନିୟମ ନ ମାନିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଦୂର ଜିଲ୍ଲାରେ […]
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ୍ ଜୋନ୍ ପରିବର୍ତ୍ତେ ଗ୍ରୀନ୍ ଜୋନ୍ ଘୋଷଣା କରିବାକୁ ଦାବି ହୋଇଛି। ଏହି ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ। କଳାହାଣ୍ଡି ଜିଲ୍ଲାରେ ରବି ଋତୁରେ ୩୦ ଲକ୍ଷ ଟନ୍ ଧାନ ଓ ୧୦ ଲକ୍ଷ ଟନ୍ କପା ଉତ୍ପାଦନ ହୁଏ। ଫସଲ ଅମଳ ଓ ମଣ୍ଡିରେ ବିକ୍ରି ପାଇଁ ଚାଷୀମାନେ ବହୁ ସଂଖ୍ୟାରେ ଶ୍ରମିକ ଆବଶ୍ୟକ […]
ଭୁବନେଶ୍ୱର: ପୁଣି ଜଣେ କରୋନା ରୋଗୀ ଚିହ୍ନଟ। ଗଞ୍ଜାମ, ଝାରସୁଗୁଡ଼ା ଓ ବାଲେଶ୍ୱର ପରେ ଏଥର କେନ୍ଦୁଝର ଜିଲ୍ଲାର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର ହାଟଡିହିରେ ଜଣେ ୩୪ ବର୍ଷୀୟ ଯୁବକଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସେ ମଧ୍ୟ କୋଲକାତୁର ଫେରିଥିବା ସୂଚାନ ଦେଇଛି ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି। ଏହା ପୂର୍ବରୁ ଆଜି ଗଞ୍ଜାମରୁ […]
ଗଞ୍ଜାମ: କ୍ୱାରେଣ୍ଟିନ୍ କେନ୍ଦ୍ରରୁ ପଳାଇଲେ ଶତାଧିକ ସୁରତ ଫେରନ୍ତା ଶ୍ରମିକ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଜନତା ହାଇସ୍କୁଲ ଏବଂ ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ସୁରତ ଫେରନ୍ତା ଶ୍ରମିକମାନେ ପଳାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ କରୋନା ବ୍ୟାପିବାର ଆଶଙ୍କା ଦେଖାଦେଇଛି। ସେଣ୍ଟରରେ ଖାଦ୍ୟ ଓ ପାନୀୟ ମିଳୁନଥିବା ଅଭିଯୋଗ କରି ସେଣ୍ଟର ଛାଡ଼ି ନିଜ ନିଜ ଗାଁକୁ ଚାଲିଯାଇଛନ୍ତି ଏମାନେ। ସୂଚନା ମୁତାବକ, ଗତକାଲି ୨ଟି ବସ୍ରେ ୧୦୦ରୁ ଅଧିକ ସୁରତ ଫେରନ୍ତା […]
ଗଞ୍ଜାମ: ଗଞ୍ଜାମ ଆକ୍ରାନ୍ତଙ୍କ ରହିଛି ସୁରତ ଲିଙ୍କ୍। ଜିଲ୍ଲାରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ସୁରତରୁ ଫେରିଛନ୍ତି। ଆଜି ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। ୧୭ ଓ ୨୨ ବର୍ଷର ଏହି ଦୁଇ ଜଣ ଯୁବକ ସୁରତରୁ ଫେରିଥିଲେ। ତେବେ ଏମାନଙ୍କ ପାଖରେ ଲକ୍ଷଣ ଦେଖାଯାଇନଥିଲା ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। ହେଲେ ଏମାନେ କ୍ୱାରେଣ୍ଟିନ୍ରେ ଥିଲେ କିମ୍ବା ନାହିଁ ସେ ସମ୍ପର୍କରେ ଏବେ ଯାଏ […]
ଭୁବନେଶ୍ୱର: ପୁଣି ଏକ କରୋନା ପଜିଟିଭ ଚିହ୍ନଟ। ଏଥର ବାଲେଶ୍ୱରରେ ଚିହ୍ନଟ ହୋଇଛନ୍ତି ଏହି କରୋନା ରୋଗୀ। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଛି। ବାଲେଶ୍ୱର କରୋନା ପଜିଟିଭ୍ ଚିହ୍ନଟ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତ ଜଣେ ପୁରୁଷ ଓ ତାଙ୍କ ବୟସ ୩୪। ସେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ରହିଛି। ଆଜି ସକାଳୁ ଗଞ୍ଜାମ ଓ ଝାରୁସୁଗୁଡ଼ାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। […]
ଭୁବନେଶ୍ୱର: ପ୍ରବାସ ଫେରନ୍ତାକୁ ଆସିଥିବା ବସ୍ ଦୁଇ ଦୁଇଥର କଳିଙ୍ଗା ଘାଟି ଦୁର୍ଘଟଣା ହେବା ପରେ ବସ୍ ଦୁର୍ଘଟଣା ନେଇ ପ୍ରିତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏଣିକି ବସ୍ର ରୁଟ୍ ବଦଳିବ ବୋଲି ମନ୍ତ୍ରୀ କହିଛନ୍ତି। ଘାଟି ରାସ୍ତା ହୋଇଥିବାରୁ ଦୁର୍ଘଟଣା ଘଟୁଛି। ଡ୍ରାଇଭର ଅଭ୍ୟସ୍ତ ନୁହନ୍ତି। ତେଣୁ ସୁରତରୁ ଆସୁଥିବା ବସ୍ର ରୁଟ୍ ବଦଳାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଏଣିକି ସୁରତରୁ ଆସୁଥିବା ବସ୍ଗୁଡ଼ିକ ବୌଦ୍ଧ-ଚାରିଛକ-ମାଧପୁର-ନୟାଗଡ଼-ଓଡ଼ଗାଁ ଦେଇ ଗଞ୍ଜାମ ଯିବ ବୋଲି […]
ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ବିରୋଧରେ ଲଢୁଥିବା ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଉଛନ୍ତି ଭାରତର ତିନି ସେନା। ଏନେଇ ଆଜି ହୋଇଛି ବ୍ୟାପକ ପ୍ରସ୍ତୁତି। ଆଜି କରୋନା ଯୋଦ୍ଧାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନ ପ୍ରଦର୍ଶନ କରାଯିବ। ଉତ୍ତରରେ ଶ୍ରୀନଗର, ଦକ୍ଷିଣରେ ଥିରୁଅନନ୍ତପୁରମ୍, ପୂର୍ବରେ ଦିବ୍ରୁଗଡ଼ରୁ ପଶ୍ଚିମରେ ଗୁଜରାଟ କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ ଆକାଶ ମାର୍ଗରେ ଫ୍ଲାଏ ପାଷ୍ଟ କରାଯିବ। ଏଥିରେ ଫାଇଟର ପ୍ଲେନ ସହ ଅନ୍ୟ ବିମାନ ସାମିଲ ହୋଇ ଦେଶର ବିଭିନ୍ନ ହସ୍ପିଟାଲରେ […]
ଭୁବନେଶ୍ୱର: ଓଡ଼ିଶାର କୋଭିଡ୍ ବିରୋଧୀ ଲଢ଼େଇରେ ପଶ୍ଚିମବଙ୍ଗ କଣ୍ଟା। ପଶ୍ଚିମବଙ୍ଗ ସରକାରଙ୍କ ଦାୟିତ୍ୱହୀନତା ପାଇଁ ଓଡ଼ିଶାର କୋଭିଡ୍ ବିରୋଧୀ ଲଢ଼େଇ ବିପଦରେ ପଡ଼ିଥିବା ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ବୈଜୟନ୍ତ କହିଛନ୍ତି ଆଗୁଆ ଲକ୍ଡାଉନ ଲାଗୁ ସାଙ୍ଗକୁ ନିୟମର କଡ଼ା ଅନୁପାଳନ ପାଇଁ କୋଭିଡ୍ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଏପର୍ଯ୍ୟନ୍ତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ହେଲେ ଏହାର ସଂପୂର୍ଣ୍ଣ ବିପରୀତ ପଶ୍ଚିମବଙ୍ଗ ସରକାର […]
ଫୁଲବାଣୀ: ଆଜି ପୁଣି ଏକ ବସ୍ ଦୁର୍ଘଟଣା ଖବର ଆସିଛି। ଗତକାଲି ଯେଉଁ କଳିଙ୍ଗା ଘାଟିରେ ପ୍ରବାସ ଫେରନ୍ତାଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଆଜି ସେଇ ଘାଟିରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣ ୩ ଆହତ ହୋଇଥିବା ସୂଚନା ମିଳିଛି। ବସ୍ଟି ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିଲା। ଏଥିରେ ପାଖାପାଖି ୫୭ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ଜି ଉଦୟଗିରି ଏସ୍ଡିପିଓ ଏ.କେ ବେହେରାଙ୍କ ସୂଚନାନୁସାରେ, ସମସ୍ତ ଯାତ୍ରୀ […]
ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲାରେ ସାମିଲ ହେବେ ଆୟୁଷ ଡାକ୍ତର। ଏଥିପାଇଁ ନିଯୁକ୍ତ ହେବେ ୨୬୭ଜଣ ଆୟୁଷ ଡାକ୍ତର। ଏମାନେ ସମସ୍ତେ କୋଭିଡ୍ ହସ୍ପିଟାଲରେ ଚୁକ୍ତି ଭିତ୍ତିରେ ନିଯୁକ୍ତି ହେବେ। ଏଥିପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି। ହୋମିଓପ୍ୟାଥିକରେ ୧୩୭ ଏବଂ ଆୟୁର୍ବେଦରେ ୧୩୦ ଜଣ ଓ ସମୁଦାୟ ୨୬୭ଜଣ ଡାକ୍ତର ନିଯୁକ୍ତି ହେବା ନେଇ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞାପନ ଜାରି କରାଯାଇଛି। ଏହି ଡାକ୍ତରମାନଙ୍କୁ ତିନି ମାସ ପାଇଁ ଚୁକ୍ତି ଭିତ୍ତିକ ନିଯୁକ୍ତି ମିଳିବ ବୋଲି […]
ଭଦ୍ରକ: ଭଦ୍ରକ ବନ୍ତ ଛକରେ ସୁରତରୁ ୮ ପ୍ରବାସୀ ଶ୍ରମିକ ଫେରିଥିବା ଖବର ମିଳିବା ପରେ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ସେମାନଙ୍କୁ ନେଇ ଭଣ୍ଡାରିପୋଖରୀ କ୍ୱାରେଣ୍ଟାଇନ ସେଣ୍ଟରରେ ଛାଡ଼ିଛି। ପୋଲିସର ତଦନ୍ତରୁ ଜଣା ପଡ଼ିଛି ଯେ, ୫୬ ଜଣ ସୁରତ ଫେରନ୍ତା ନିଜ ଖର୍ଚ୍ଚରେ ଏକ ବସ ଯୋଗେ ଓଡ଼ିଶା ଫେରିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଲୋକେ ବ୍ରହ୍ମପୁରରେ, କିଛି ଯାଜପୁର ଜିଲ୍ଲା ପାଣିକୋଇଲିରେ ଓହ୍ଲାଇଥିଲେ। ତେବେ ବସ୍ଟି ୮ ଜଣଙ୍କୁ ଭଦ୍ରକ ବନ୍ତ ଛକରେ […]
ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ କେରଳରେ ଫସିରହିଥିବା ପ୍ରବାସୀ ଓଡ଼ିଆ। କେରଳର ଏର୍ଣ୍ଣାକୁଲମ ଷ୍ଟେସନରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନ୍ ପ୍ରଥମେ ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ଦକ୍ଷିଣ ଓଡ଼ିଶାର ୫ଶହ ଯାତ୍ରୀଙ୍କୁ ଓହ୍ଲାଇଛି। ଜଗନ୍ନାଥପୁର ଷ୍ଚେସନରେ ଓହ୍ଲାଇଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୩୧, କନ୍ଧମାଳର ୩୫୩, ବୌଦ୍ଧର ୬, ରାୟଗଡ଼ାର ୧୭ କୋରାପୁଟର ଜଣେ ଏବଂ ନଗରଙ୍ଗପୁରର ୩ଜଣ ଯାତ୍ରୀ ରହିଛନ୍ତି। ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଲା ପରେ ସମସ୍ତ ଯାତ୍ରୀଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳେ ଗଞ୍ଜାମ ଜିଲ୍ଲାରେ ଦୁଇ କରୋନା ପଜିଟିଭି ଚିହ୍ନଟ ହେବା ପରେ ପୁଣି ଝାରସୁଗୁଡ଼ାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ ଛୁଇଁଛି। ତେବେ ଝାରସୁଗୁଡ଼ା ଆକ୍ରାନ୍ତ ଜଣକ ଜଣେ ୪୦ ବର୍ଷୀୟା ମହିଳା। ସେ କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସି ସଂକ୍ରମିତି ହୋଇଥିବା ସୂଚନା […]
ଗଞ୍ଜାମ: ରାଜ୍ୟରେ ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହେଲେ କରୋନା ରୋଗୀ। ଏଠି ଏକାଥରକେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି। ତେବେ ଗତକାଲି କେବଳ ଯାଜପୁରରେ ସକାଳେ ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ଛୁଇଁଛି। ରାଜ୍ୟର କରୋନା […]