ଭୁବନେଶ୍ୱର: ଚାହୁଁଚାହୁଁ ରାଜ୍ୟରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଓଡ଼ିଶାରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବାର ପ୍ରାୟ ୨ ମାସରେ ସଂଖ୍ୟା ୧ ହଜାର, ଅଢ଼େଇ ମାସରେ ୨ ହଜାର ଓ ୩ ମାସ ନପୂରୁଣୁ ୩ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୧୭ଟି ଜିଲ୍ଲାର ୧୪୬ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ୩ ହଜାର ୧୪୦ରେ ପହଞ୍ଚିଛି ମୋଟ୍ ପଜିଟିଭ ସଂଖ୍ୟା। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିବା […]
ଭୁବନେଶ୍ୱର: ଜୁଲାଇ ୩୧ ପରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବାବେଳେ କରୋନା ମହାମାରୀ ସମୟରେ ନାମଲେଖାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଅଭାଭାବକ ମହାସଂଘ। ଏ ନେଇ ଭୁବନେଶ୍ୱର ଗାନ୍ଧି ପାର୍କରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ସଂଘ ଧାରଣା ଦେଇଛି। ସାରା ବିଶ୍ୱକୁ ଏବେ କରୋନା କବଳିତ କରିଥିବା ବେଳେ ଆଡମିଶନ କାହା ସ୍ୱାର୍ଥରେ ବୋଲି ଅଭିଭାବକ ମହାସଂଘ ପ୍ରଶ୍ନ କରିଛି। ଘରୋଇ ସ୍କୁଲଗୁଡ଼ିକର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ […]
ଭୁବନେଶ୍ୱର: ମାସ୍କ କିଣା ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍ କରିଛି। ମାସ୍କ କିଣାରେ ମହାଦୁର୍ନୀତି ହୋଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତାମିଲନାଡୁର ଗୋଟିଏ ସଂସ୍ଥାରୁ ୧୬ ଟଙ୍କା ଦାମ୍ରେ ୩୦ ଲକ୍ଷ ମାସ୍କ ଆସିଛି। ହେଲେ ଅନ୍ୟ ରାଜ୍ୟମାନେ ଏହାକୁ ୧.୩୪ ଟଙ୍କାରୁ ୮.୪୭ ଟଙ୍କାରେ କିଣିଛନ୍ତି। ସରକାରୀ ସଂସ୍ଥାରୁ ସାମଗ୍ରୀ କିଣାର ନିୟମ ରହିଛି, ମାତ୍ର ତାହା ହୋଇ ନଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି। ତେବେ ଏହି […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହି ୧୪୦ ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୪ ସୁସ୍ଥ ହୋଇଛନ୍ତି। ସେହିପରି ଗଂଜାମରୁ ୨୨, ନୂଆପଡ଼ାରୁ ୨୧, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୧୧, ଜଗତସିଂହପୁରରୁ ୧୧, ସୁନ୍ଦରଗଡ଼ରୁ ୮ ଜଣ ସୁସ୍ଥ ହୋଇଛନ୍ତି। Another 140 #COVID19 patients have recovered and are being discharged […]
ନୟାଗଡ଼: ରାଜ୍ୟରେ ପୁଣି କରୋନା ପଜିଟିଭ୍ ହେଲେ କୋଭିଡ୍ ଯୋଦ୍ଧା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ନୟାଗ଼ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଉଭୟଙ୍କ ସ୍ୱାବ୍ ଟେଷ୍ଟ ପଜିଟିଭ୍ ଆସିବା ପରେ ଦୁଇଜଣଙ୍କୁ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଲକ୍ଷଣ ନ ଥିବା କହିଛନ୍ତି ସିଡିଏମ୍ଓ। ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେଉଛି। ପୂର୍ବରୁ ହାଜାରେ ଦୁଇ ହଜାର ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଗୋଟିଏ ଦିନରେ ୮, ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବି ଏହି ସଂଖ୍ୟାରେ କମ୍ ହୋଇନି। ଆଜି ଦିନକରେ ୯ ହଜାର ୯୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୦୬ ଜଣ ଜୀବନ ନେଇଛି କରୋନା ମହାମାରୀ। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା […]
ଭୁବନେଶ୍ୱର: କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩ ଦିନ ତଳେ ଜଣଙ୍କଠାରୋ କରୋନା ଭୂତାଣୁ ଛିହ୍ନଟ ହୋଇଥିଲା। ଆଜି ଆଉ ୪୯ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମୁଦାୟ ୫୦ ଯବାନ ପଜିଟିଭ୍ ଚିହ୍ନଟ ହୋଇଥିବା NDRF ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପଜିଟିଭ୍ ଚିହ୍ନଟ ହୋଇଥିବା ଏହି NDRF ଯବାନଙ୍କୁ କେଉଁଠାରେ ଚିକିତ୍ସା କରାଯାଉଛି ସେ ନେଇ ଏଯାଏ କୌଣସି ସୂଚନା ମିଳିନାହିଁ। ଖବର […]
ବାଲେଶ୍ୱର: ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରେ ପଶିଲା ମହାମାରୀ କରୋନା ଭାଇରସ୍। ଏହି କେନ୍ଦ୍ରର ଦୁଇ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ କୋଲକାତାରେ ସ୍ୱତନ୍ତ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ଚିହ୍ନଟ ପରେ ସଂସ୍ଥାରେ ଆଜି ଦିନକ ପାଇଁ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ମଧ୍ୟହ୍ନରେ ଆଉ ୧୩୮ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ରାଜ୍ୟରେ ଆଉ ୧୩୮ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫ ଜଣ […]
ଭୁବନେଶ୍ୱର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଜି ପୁଣି ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଯାଜପୁରରୁ ସର୍ବାଧିକ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, ଗଂଜାମରୁ ୯, ଦେବଗଡ଼ ୮, କଟକ ୭, ଜଗତସିଂହପୁରରୁ ୭ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ବରଗଡ଼, ବଲାଙ୍ଗିରରୁ ୬ ଜଣ ଲେଖାଏ ଆକ୍ରାନ୍ତ ଆଜି ସୁସ୍ଥ […]
ମୁମ୍ବାଇ: ପ୍ରବାସୀଙ୍କୁ ନିଜ ଘରେ ପହଞ୍ଚାଇବାକୁ ନେଇ ଦେଶବାସୀଙ୍କ ଆଗରେ ହିରୋ ସାଜିଥିବା ଅଭିନେତା ସୋନୁ ସୁଦଙ୍କୁ ଶିବସେନାର ସମାଲୋଚନା। ଦଳର ମୁଖପତ୍ର ସାମନାରେ ବ୍ୟଙ୍ଗାତ୍ମକ ଲେଖାରେ ସୋନୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଶିବସେନା ନେତା ତଥା ସାମନାର ସଂପାଦକ ସଂଜୟ ରାଉତ। ସୋନୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଓ ବିଜେପିର ପ୍ରଚାର ମଧ୍ୟ କରିପାରନ୍ତି ବୋଲି ସେ ଏଥିରେ ଲେଖିଛନ୍ତି। ମହାରାଷ୍ଟ୍ର ସରକାର ଓ ଶାସକ ଦଳ ଶିବସେନାକୁ ଆକ୍ରମଣ କରିବା ଲାଗି […]
ଭୁବନେଶ୍ୱର: କରୋନାର ଭୟାବହତା ଭିତରେ ଉଚ୍ଚଶିକ୍ଷା ବିଭାଗର ବିଚିତ୍ର ନିଷ୍ପତ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ବାଧ୍ୟତାମୂଳକ ଭାବେ ପରୀକ୍ଷା କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ପିଲାଙ୍କ ସୁରକ୍ଷା କଥା ଚିନ୍ତା ନକରି ଓଲଟା ପିଲାଙ୍କ ପାଇଁ ଅଭିଭାବକଙ୍କୁ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ଆସିଛି। ସମ୍ବଲପୁରରେ ଭିସୁଟ୍ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ତୀବ୍ର ବିରୋଧ କରାଯାଇଛି। ସେପଟେ ପରୀକ୍ଷା ନିଷ୍ପତ୍ତି ବିରୋଧରେ ବିପିୟୁଟି ଏବଂ ରମାଦେବୀ ପିଲା ବି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ […]
ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍ଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ […]
ଭୁବନେଶ୍ୱର: କୋଭିଡ୍ କିଟ୍ କିଣାରେ କୌଣସି ଦୁର୍ନୀତି ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଫେଇ ପରେ ବି ଥମୁନି ବିବାଦ। କେଳେଙ୍କାରୀର ଆଉ କିଛି ତଥ୍ୟ ରଖି କଂଗ୍ରେସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବେଳେ ବିଜେପି ବି ଶାଣିତ ଆକ୍ରମଣ କରିଛି। ଯେଉଁ ମାସ୍କକୁ ଗମେଣ୍ଟ ଇ-ମାର୍କେଟପ୍ଲସ୍ରୁ ଅନ୍ୟ ରାଜ୍ୟ ଟଙ୍କାଏ ୩୪ ଓ ୨ ଟଙ୍କା ୪ ପଇସାରେ କିଣିଛନ୍ତି, ସେହି ଏକା ମାସ୍କକୁ ରାଜ୍ୟ ସରକାର ଅନ୍ୟ ସଂସ୍ଥାରୁ ୧୬ ଟଙ୍କାରେ କିଣିବା ନେଇ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା। ଜିଲ୍ଲାର ପ୍ରତି ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ କହିଛନ୍ତି। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ ପ୍ରତି ଟିମ୍ରେ ୪ ଜଣ ସଦସ୍ୟ ରହିବେ। ଖଲ୍ଲିକୋଟରେ ବିଭିନ୍ନ ଟିଏମ୍ସିର ୧୫ କର୍ମଚାରୀ କରୋନା ପଜିଟିଭ୍ ବାହାରିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ବାଦପଲ୍ଲୀ ପଞ୍ଚାୟତର ବିଭିନ୍ନ ଟିଏମ୍ସିରେ କାର୍ଯ୍ୟରତ ୧୨ […]
ଭୁବନେଶ୍ୱର: ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ବାହାର ରାଜ୍ୟରୁ ଏବେ ସୁଦ୍ଧା ଫେରିଲେଣି ୩ ଲକ୍ଷ ପ୍ରବାସୀ ଓଡ଼ିଆ। ରାଜ୍ୟକୁ ୨୦୦ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଆସି ସାରିଲାଣି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। ପ୍ରବାସ ଫେରନ୍ତାଙ୍କୁ କରୋନା ଲକ୍ଷଣ ପାଇଁ ସ୍କ୍ରିନିଂ କରାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ଏବଂ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ସେମାନଙ୍କ ଜିଲ୍ଲାକୁ ପଠାଯାଉଛି ବୋଲି ଟ୍ୱିଟ୍ରେ ଉଲ୍ଲେଖ କରାଯାଇଛି। ସେପଟେ ଆଜି ଶ୍ରମିକ ଟ୍ରେନ୍ରେ ରାଉର୍କେଲାରେ ପହଞ୍ଚିଛନ୍ତି […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ଆଜି ସର୍ବାଧିକ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୮୯୪କୁ ବୃଦ୍ଧି ପାଇଛି। ସୁସ୍ଥମାନଙ୍କ ମଧ୍ୟରୁ ଖୋର୍ଦ୍ଧା-୩୯, ଗଜପତି-୨୩, ନୂଆପଡ଼ା୨୨, ଭଦ୍ରକରୁ ୧୭ ସୁସ୍ଥ, ନୟାଗଡ଼-୧୫, ଗଞ୍ଜାମ-୧୪, କେନ୍ଦ୍ରାପଡ଼ାରୁ ୧୦,ସୁନ୍ଦରଗଡ଼ ୬, ବାଲେଶ୍ୱରରୁ ୪, ଢେଙ୍କାନାଳ ଓ କନ୍ଧମାଳର ୯ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିଭଳି କଟକ, ବଲାଙ୍ଗିର ଓ ମାଲ୍କାନଗିରିରୁ ଦୁଇ ଜଣ ଲେଖାଏ ସୁସ୍ଥ ହୋଇଥିବା […]
ଭୁବନେଶ୍ୱର: ପୁଣିଥରେ ଚର୍ଚ୍ଚାକୁ ଆସିଲେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ପୂର୍ବତନ ଅଧ୍ୟକ୍ଷ ସୁବ୍ରତୋ ବାଗଚୀ। ରାଜ୍ୟ ସରକାରଙ୍କର କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ଭାବେ କରୋନା ସମ୍ପର୍କରେ ସୂଚନା ଦେଉଥିବା ବେଳେ ତାଙ୍କର ସୁନ୍ଦର ଉପସ୍ଥାପନ ଶୈଳୀ ଯୋଗୁ ସେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ। ସବୁରି ମୁହଁରେ ତାଙ୍କରି ଚର୍ଚ୍ଚା ହେଉଥିଲା। ଏବେ ପୁଣି ଥରେ କରୋନା ମୁକାବିଲା ପାଇଁ ବଡ଼ ଆକାରରେ ଅର୍ଥ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ବାଗଚୀ। ସୁବ୍ରତୋ ଓ ତାଙ୍କ ପତ୍ନୀ […]
ନୂଆଦିଲ୍ଲୀ: ପ୍ରବାସ ଫେରନ୍ତାଙ୍କ ଉପରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଘରକୁ ପଠାଇବାକୁ ୧୫ ଦିନ ହେଉଛି ପର୍ଯ୍ୟାପ୍ତ ସମୟ। ଏହି ସମୟ ଭିତରେ ସମସ୍ତଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ନେଇ ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍ ଅଶୋକ ଭୂଷଣ, […]
ଭୁବନେଶ୍ୱର: ଗୋଟେ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁସ୍ଥ ହେଉଥିବା ଖବର ଲୋକଙ୍କୁ ଆସ୍ୱସ୍ତି ଦେଉଛି। ଆଜି ରାଜ୍ୟରେ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୩୫, କଟକରୁ ୨୨, ନୂଆପଡ଼ାରୁ ୧୪, ବଲାଙ୍ଗିରରୁ ୧୪, ଖୋର୍ଦ୍ଧାରୁ ୧୦, କନ୍ଧମାଳରୁ ୭, କୋରାପୁଟରୁ ୫ ଓ କେନ୍ଦ୍ରାପଡ଼ାରୁ ୪ ଜଣ ଅଛନ୍ତି। ସେହିଭଳି ବାଲେଶ୍ୱର, ଢେଙ୍କାନାଳ ଓ […]
ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ପାର୍ କରିଛି କୋଭିଡ୍-19 ମାମଲା। ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୬,୯୧୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୩୦୪ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୬୦ ନୂଆ ମୃତ୍ୟୁ ସହ ଦେଶରେ ମୃତ୍ୟୁ ସଂଖ୍ୟା ୬ହଜାର ୭୫ରେ ପହଞ୍ଚିଛି। ବର୍ତ୍ତମାନ ଆକ୍ଟିଭ୍ […]
ଭୁବନେଶ୍ୱର: ତିନିଟି ସଂସ୍ଥାଠୁ ୩ ପ୍ରକାର ଦରରେ କିଣା ହୋଇଛି କରୋନା ଟେଷ୍ଟ କିଟ୍। ତାହା ପୁଣି କୋଟି କୋଟି ଟଙ୍କାର ଫରକ୍। ରାଜ୍ୟ ଔଷଧ ନିଗମର ପର୍ଚେଜ୍ ଅର୍ଡରରୁ ମାସ୍କ ଓ ପିପିଇ କିଟ୍ କିଣାରେ ବଡ଼ ଧରଣର ହେରଫେର ସାମ୍ନାକୁ ଆସିବା ପରେ ଏବେ ଟେଷ୍ଟ କିଟ୍ ଏବଂ ରିୟଲ ଟାଇମ୍ ପିସିଆର୍ ମେସିନ୍ କିଣାରେ ବି ଅନୁରୂପ ଘୋଟାଲାର ଆଭାସ ମିଳିଛି। ପଢ଼ନ୍ତୁ ଆମ ତଦନ୍ତକାରୀ ରିପୋର୍ଟ ‘କରୋନା କେଳେଙ୍କାରୀ ପାର୍ଟ-୨’ ମାସ୍କ […]
ଗଜପତି: କ୍ୱାରେଣ୍ଟିନ୍ ଅବଧି ସରିବା ପରେ ଘରକୁ ଫେରି ପାରିଲେନି ପ୍ରବାସୀ। ଜଙ୍ଗଲରେ ଦିନ କାଟୁଛନ୍ତି ୭ ଜଣ ପ୍ରବାସ ଫେରନ୍ତା। ଗଜପତି ଆର୍ ଉଦୟଗିରି ବ୍ଲକର ଖାରିପଦା ଗାଁରେ ଘଟିଛି ଏଭଳି ଘଟଣା। ଯେଉଁଠି କ୍ୱାରେଣ୍ଟିନ୍ ଅବଧି ସରିବା ପରେ ଏବେ ଗାଁକୁ ଆସିବାକୁ ଏହି ୭ ଜଣଙ୍କୁ ବାରଣ କରାଯାଇଛି। ଏମାନେ ଗୁଜରାଟରୁ ଫେରିବା ପରେ ୧୪ ଦିନ କ୍ୱାରେଣ୍ଟିନ୍ରେ ଥିଲେ। ରିପୋର୍ଟ ନେଗେଟିଭ୍ ଆସିବା ପରେ ଏମାନେ ଗାଁକୁ ଫେରିଥିଲେ। ହେଲେ ତାଙ୍କୁ […]