• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

child
ଆଖି ବୁଜିଲା ପୋଡ଼ିଯାଇଥିବା ଶିଶୁ

ଭୁବନେଶ୍ୱର: ନିଆଁରେ ପୋଡ଼ି ହୋଇ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲା ୭ ମାସର କଅଁଳ ଶିଶୁ କନ୍ୟା। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ତା’ ଶରୀରର ୭୦ ଭାଗ ପୋଡ଼ି...

paradip port
ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ

ପାରାଦୀପ: ବନ୍ଦର ନଗରୀ ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ। ଏନେଇ ନୂଆଦିଲ୍ଲୀରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି। ସାଗରମାଳା ପ୍ରୋଜେକ୍ଟରେ ପାରାଦୀପ ବନ୍ଦର ଉନ୍ନତି ନେଇ ଏହି ବୈଠକରେ ଆଲୋଚନା ହୋଇଛି। ସେହିଭଳି ସହରରେ ଏକ ୪ଶହ ଶଯ୍ୟା ବିଶିଷ୍ଟ ଉନ୍ନତ ହସ୍ପିଟାଲ ନିର୍ମାଣ ପାଇଁ...

accident
ଗଛରେ ପିଟି ହେଲା କାର୍‌; ୨ ମୃତ, ୫ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜାନିସାହି ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ବୌଦ୍ଧ ଅଞ୍ଚଳର। ସ୍ଥାନୀୟ ଲୋକଙ୍କ ସହାୟତାରେ ‌ଆହତଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି...

imfa--1
ବିଧାନସଭାରେ ଉଠିଲା ଇମ୍ଫା ପ୍ରସଙ୍ଗ

ଭୁବନେଶ୍ୱର : ଆଜି ବିଧାନସଭାରେ ଉଠିଛି ଥେରୁବାଲି ଇମ୍ଫା କାରଖାନା ଆଗରେ ଆନ୍ଦୋଳନ ନାଁରେ ଆତଙ୍କ ପ୍ରସଙ୍ଗ। ବିଧାନସଭାରେ ଆଜି ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏ ପ୍ରସଙ୍ଗ ଉଠାଇ ଓଡ଼ିଆ ଉଦ୍ୟୋଗୀଙ୍କ କାରଖାନାକୁ ସରକାର ସୁରକ୍ଷା ଦେଉନଥିବା ଅଭିଯୋଗ କରିଛନ୍ତି।...

boy
ମା ସହ ଝଗଡ଼ା କରି ଦେଶ ଛାଡ଼ି ପଳାଇଲା ୧୨ବର୍ଷର ପିଲା

ସିଡ଼ିନୀ : ଅନେକ ସମୟରେ ଏମିତି କିଛି ଘଟଣା ସାମନାକୁ ଆସେ ଯାହା ଖୁବ୍ ଆଶ୍ଚର୍ଯ୍ୟଜନକ ମନେହୁଏ। ଆମକୁ ବିଶ୍ୱାସ ବି ହୁଏନି, ଏମିତି ଘଟଣା ଘଟିଥିବ ବୋଲି। ହେଲେ ସିଡ଼ିନୀରେ ଘଟିଥିବା ଏ ଘଟଣାଟି ପୁରା ସତ। ଜଣେ ୧୨ ବର୍ଷର ପିଲା ନିଜ ମା’ଙ୍କ ସହ...

usashi1
ଉଷସୀଙ୍କ ନାଁରେ ପାଲଟା ମାମଲା କଲେ ଅଭିଯୁକ୍ତ

ଅନୁଗୁଳ : ଦୁର୍ବ୍ୟବହାର ମାମଲାରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କ ନାଁରେ ପାଲଟା ମାମଲା କଲେ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ। ତାଳଚେର SDJM କୋର୍ଟରେ ଉଷସୀଙ୍କ ନାଁରେ ମାମଲା ଦାଏର କରିଥିବା ଜଣାପଡିଛି। ଉଷସୀ ତାଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ତଳେ ପକାଇ ଜୀବନରେ ମାରିଦେବାକୁ...

rape victim
ସାଲେପୁର ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ 

କଟକ :  ସାଲେପୁର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ। SCB ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି। ୧୩ ଜଣିଆ ଡାକ୍ତରୀ ଦଳ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି। ତେବେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁନି ଏବଂ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି ବୋଲି...

jagannath
ମନ୍ତ୍ରୀ କହିଲେ, ଜଗନ୍ନାଥଙ୍କର ୧୨୮କିଲୋ ସୁନା

ପୁରୀ : ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ରହିଛି ୧୨୮ କେଜି ୩୧୦ ଗ୍ରାମର ସୁନା ଅଳଙ୍କାର ସହ ମୂଲ୍ୟବାନ ପଥର। ସେହିପରି ୨୨ହଜାର ୧୫୩ ଭରି ରୁପା ବାସନ ସହ ପୂଜା ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି।  ୧୪ଟି ସୁନା, ରୁପା ଜିନିଷ ବିଭିନ୍ନ କାରଣରୁ ଓଜନ ହୋଇପାରିନି। ...

ଆଜିଠୁ ମୋଦିଙ୍କ ଚୀନ ଗସ୍ତ

ନୂଆଦିଲ୍ଲୀ : ଆଜି ଦୁଇ ଦିନିଆ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ କାଳରେ ସେ ଚୀନ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ସହ ଅଣ-ଆନୁଷ୍ଠାନିକ ଆଲୋଚନା କରିବେ। ଡୋକଲାମ ବିବାଦ ପରଠାରୁ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ତେଣୁ ଏହାର ସମାଧାନ...

fire
ଛୁଆକୁ ନିଆଁରେ ପୋଡ଼ି ଦେଲା ମା’

ଭୁବନେଶ୍ୱର: ରାଜଧାନୀରେ ଅଭାବନୀୟ ଘଟଣା। ସାଲିଆସାହିରେ ଏକ ୭ ମାସର ଶିଶୁ କନ୍ୟାକୁ ତାର ମା’ ନିଆଁରେ ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରାଯାଇଛି। ପିଲାଟିକୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏନେଇ ଥାନାରେ ଅଭିଯୋଗ...

gang rape
୫ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ

ଜଗତସିଂହପୁର: ରାଜ୍ୟରେ ପୁଣି ଏକ ଲଜ୍ଜା ଜନକ ଘଟଣା।  ଜଗତସିଂହପୁରରେ ଜଣେ ୫ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ୨ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ମା’।  ଅଭିଯୋଗ ପରେ ଦୁଇ ନାବାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।...

cricketers
କୋହଲିଙ୍କୁ ଖେଳରତ୍ନ, ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦେବାପାଇଁ ବିସିସିଆଇ ସୁପାରିଶ କରିଛି।  ପୂର୍ବରୁ ୨୦୧୬ରେ କୋହଲିଙ୍କ ନାଁ ସୁପାରିଶ କରାଯାଇଥିଲା। କିନ୍ତୁ ସେହି ବର୍ଷ ରିଓ ଅଲମ୍ପିକରେ ପଦକ ଜିତିଥିବା ପି.ଭି.ସିନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କୁ ରାଜୀବଗାନ୍ଧି...

jayaram pangi
ଇମ୍ଫା ଆନ୍ଦୋଳନ ପଛରେ ଷଡ଼ଯନ୍ତ୍ର

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା ଆନ୍ଦୋଳନ ପଛରେ ପାଣ୍ଡିଆନଙ୍କ ହାତ। ଏଭଳି ଅଭିଯୋଗ କରିଛନ୍ତି ବିଜେପି ନେତା ଜୟରାମ ପାଙ୍ଗୀ। ଇମ୍ଫା ଆନ୍ଦୋଳନ ପ୍ରସଙ୍ଗରେ ପାଙ୍ଗୀ ତାଙ୍କ ମନ୍ତବ୍ୟ ରଖିଛନ୍ତି। ଆଦିବାସୀମାନେ ସରଳ, ଏମାନେ ନିଜ ମନକୁ ମନ ଆନ୍ଦୋଳନ କରିବା ବିଶ୍ୱାସ ହେଉନି। ଏଥିସହ ବାହ୍ୟ...