ଏହି ସପ୍ତାହରେ କର୍ମ କ୍ଷେତ୍ରରେ ବହୁ ବାଧା ସହି ସଫଳତା ହାସଲ କରିବେ । ବ୍ୟବସାୟରେ ସଫଳତା ମିଳିବ । କୈାଣସି କାର୍ଯ୍ୟରେ ହଠାତ୍ ବାଧା ସୃଷ୍ଟି ହୋଇପାରେ । ପାରିବାରିକ ଜୀବନ ସୁଖ , ଶାନ୍ତିରେ କଟିବ । ମହିଳା ମାନେ ଅଧିକ ପରିଶ୍ରମ କରିବେ । ଶିକ୍ଷାର୍ଥି ମାନେ ପଢାରେ କୃତିତ୍ୱ ହାସଲ କରିବେ ।
ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ୍ ହୋଇ ପାରନ୍ତି । ଚାକିରି କ୍ଷେତ୍ରରେ ସମତା ରକ୍ଷା କରିବେ । ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି । ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେବେ । କାର୍ଯ୍ୟହାନି ଓ ମାନହାନି ଘଟିପାରେ । ଶତୃ ଭୟ ସଦାସର୍ବଦା ଦେଖାଦେବ । ଏତେ ସବୁ ଅସୁବିଧା ଭିତରେ ମଧ୍ୟ ସବୁ ସମସ୍ୟାର ସମାଧାନ କରି ଆଗକୁ ଆଗେଇବେ । ଭଲ ବ୍ୟବହାର ଯୋଗୁ ସମସ୍ତଙ୍କର ପ୍ରିୟ ହୋଇଯିବେ । ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ପାଇ ପାରନ୍ତି । ବାଦ, ବିବାଦ ଦୂର ହୋଇଯିବ । ନୂତନ ଯୋଜନାର ଶୁଭାରମ୍ଭ କରିବେ । ଅର୍ଥ ଆଗମନର ସୂଚନା ମିଳିପାରେ । ଶିକ୍ଷାର୍ଥୀଙ୍କ ଆଶା ସଫଳ ହେବ ।
ପ୍ରତିକାର- ରାତିରେ ଶୋଇବା ବେଳେ ରୂପା ପାତ୍ରରେ ଜଳ ପୂର୍ଣ୍ଣ କରି ନିଜ ମୁଣ୍ଡ ପାଖରେ ରଖନ୍ତୁ ଏବଂ ସକାଳୁ ଉଠି ସେହି ଜଳକୁ ଘରର ମୂଖ୍ୟ ଦ୍ୱାରରେ ଢାଳି ଦିଅନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨