ଏହି ସପ୍ତାହରେ କର୍ମ କ୍ଷେତ୍ରରେ ବହୁ ବାଧା ସହି ସଫଳତା ହାସଲ କରିବେ । ବ୍ୟବସାୟରେ ସଫଳତା ମିଳିବ । କୈାଣସି କାର୍ଯ୍ୟରେ ହଠାତ୍ ବାଧା ସୃଷ୍ଟି ହୋଇପାରେ । ପାରିବାରିକ ଜୀବନ ସୁଖ , ଶାନ୍ତିରେ କଟିବ । ମହିଳା ମାନେ ଅଧିକ ପରିଶ୍ରମ କରିବେ । ଶିକ୍ଷାର୍ଥି ମାନେ ପଢାରେ କୃତିତ୍ୱ ହାସଲ କରିବେ ।
ବ୍ୟବସାୟରେ ଆୟ, ବ୍ୟୟ ସମାନ ରହିବ । କର୍ମ କ୍ଷେତ୍ରରେ ବହୁ ବାଧା ସହି ସଫଳତା ହାସଲ କରିବେ । ଶତୃ ବୃଦ୍ଧି ପାଇବ କିନ୍ତୁ ନିଜଲୋକ ସହାୟତା କରିବେ । ପାରିବାରିକ ଜୀବନରେ ଅଶାନ୍ତି ଦେଖା ଦେବ । କୈାଣସି ନୂତନ ଯୋଜନା ଅର୍ଥ ଅଭାବ ଯୋଗୁ ଆରମ୍ଭ ହୋଇ ପାରିବ ନାହିଁ । ଚାକିରିରେ ବଦଳିର ସମ୍ଭାବନା ରହିଛି । ଯାତ୍ରା ସମୟରେ ହାତ କିମ୍ବା ଗୋଡରେ ଅଘାତ ଲାଗିପାରେ , ସେଥିପ୍ରତି ସତର୍କ ରୁହନ୍ତୁ । ପୁରାତନ ରୋଗ ଓ ଚିନ୍ତା ଦୂର ହେବାର ଯୋଗ ରହିଛି । ମାଲିମକନ୍ଦମାରେ ସଫଳତା ହାସଲ କରିବେ । ସାମ୍ୱାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତି ପାଦିତ କରିବେ । ବିଦେଶ ଭ୍ରମଣର ସୁଯୋଗ ଆସିବ । ମହିଳା ମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଛାତ୍ରଛାତ୍ରୀ ପଢାରେ ମନ ଦେବେ ।
ପ୍ରତିକାର- ପ୍ରତ୍ୟେକ ଦିନ ଖାଇବା ପୂର୍ବରୁ ନିଜର ଖାଇବାର କିଛି ଅଂଶ ଗୋ ମାତାକୁ ଦେଇ ଖାଦ୍ୟ ଗ୍ରହଣ କରନ୍ତୁ । କିମ୍ବା ଗୋସାଳାରେ ଗୋଖାଦ୍ୟ ଦାନ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬