ଜାଣନ୍ତୁ କେମିତି କଟିବ ଆପଣଙ୍କ ସପ୍ତାହ....ଏହି ସପ୍ତାହରେ କୌଣସି ମାମଲାରେ ସଫଳତା ମିଳିବ। ଜ୍ଞାନ ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ହେବ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ ।
ପାରିବାରିକ ସ୍ତରରେ ବିବାଦୀୟ ପରିସ୍ଥିତିର ସମାଧାନ କରି ପ୍ରଶଂସା ପାଇବେ । କ୍ରୋଧକୁ ଦମନ କରି ହସଖୁସିର ବାତାବରଣ ସୃଷ୍ଟି ହେବ । ଏକାଧିକ କାମରେ ମୁଣ୍ଡ ପୂରାଇ ସାମାନ୍ୟ ଚିନ୍ତାରେ ରହିପାରନ୍ତି । ସାହିତ୍ୟ ଚର୍ଚ୍ଚା, ସଭାସମିତିରେ ଯୋଗଦେଇ ପ୍ରଶଂସା ପାଇବେ । ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେସି ଆଘାତ ପାଇବେ । ସତର୍କତା ଅବଲମ୍ବନ ନ କଲେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ପାରନ୍ତି ।
ପ୍ରତିକାର- ମା କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬