ଜୀବନ ସାଥିଙ୍କ ଆଗରେ ନିଜର ମନ କଥା ପ୍ରକାଶ କରିବେ । ପାରିବାରିକ ସ୍ଥିତି ଭଲ ରହିବ । ଏକାଧିକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି ।
କର୍ମ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଓ ପ୍ରାଧାନ୍ୟ ଦେଇ ପ୍ରଶଂସିତ ହେବେ । ସାମୟିକ ଚିନ୍ତା ଦୂର ହେବ । କାର୍ଯ୍ୟ ସହଜ ସରଳରେ ସମାଧାନ ହେବ । ଶିକ୍ଷା କ୍ଷେତ୍ରରେ ମାନସିକ ଏକାଗ୍ରତା ବଜାୟ ରହିବା ଯୋଗେ ଆନନ୍ଦିତ ହେବେ । ରାଜନୀତି କ୍ଷେତ୍ରରେ ମିତ୍ର, ଭାଇ, ବନ୍ଧୁମାନେ ସହଯୋଗ କରିବେ । ଛୋଟ ଛୋଟ କାମ କୁ ବୁଝିବିଚାରି ନ କଲେ ଦ୍ୱନ୍ଦରେ ପଡିବେ । ଉଚ୍ଚ ଚିନ୍ତା କରିବେ, ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ ।
ପ୍ରତିକାର- ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬