• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th September 2023: ଏହି ରାଶିର ବ୍ୟକ୍ତି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର । ଚନ୍ଦ୍ର – ତୁଳା ଦିବା ୦୮.୪୩ ଗତେ ବିଛା । ତିଥି- ୫ମୀ ଦିବା ୦୨.୧୬ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – କର୍କଟ । ପୁଷ୍କର ଦୋଷ – ୧ ପାଦ - କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୫୭ ପର୍ଯ୍ୟନ୍ତ ।

Virgo

କନ୍ୟା

Wednesday 20 Sep 2023

ଉ- ଫାଲ୍‌ଗୁନୀ- ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ଅଭାବ ବୋଧ ବିଶେଷ ବାଧିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଘଟଣା ଗୁଡିକ ଅସ୍ୱାଭାବିକ ଭାବେ ଚିନ୍ତା କରିବେ ।

ହସ୍ତା- କର୍ମକ୍ଷେତ୍ରରେ କର୍ମଚାରୀ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ରାଜନୀତିରେ ମନର ବଳ ଖୁବ୍ ଟାଣ ରହିବ । ବ୍ୟବସାୟୀମାନେ ଉନ୍ନତି ଦିଗରେ ଗତି କରିବେ । ଅପୂରଣୀୟ ଅଭିଳାଷ ନେଇ ଦୁଃଖ ଅନୁଭବ କରିବେ ।

ଚିତ୍ରା- ଆପଣଙ୍କର ବହୁତ କାମ ଅଧୁରା ରହିପାରେ । ପୈତୃକ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ । ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :