• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th September 2023: ଏହି ରାଶିର ବ୍ୟକ୍ତି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର । ଚନ୍ଦ୍ର – ତୁଳା ଦିବା ୦୮.୪୩ ଗତେ ବିଛା । ତିଥି- ୫ମୀ ଦିବା ୦୨.୧୬ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – କର୍କଟ । ପୁଷ୍କର ଦୋଷ – ୧ ପାଦ - କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୫୭ ପର୍ଯ୍ୟନ୍ତ ।

Leo

ସିଂହ

Wednesday 20 Sep 2023

ମଘା- ପରିବାରରେ ତିକ୍ତତା ଦେଖାଦେଇପାରେ । ବ୍ୟବସାୟରେ ବଡ ବ୍ୟବସାୟୀଙ୍କ ସହ ହାତ ମିଳାଇବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଂଶସାକୁ ସହି ନପାରି କଟୁ ମନ୍ତବ୍ୟ ଦେଇପାରନ୍ତି । 

ପୂ- ଫାଲ୍‌ଗୁନୀ- କର୍ମ କ୍ଷେତ୍ରରେ  ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ । ରାଜନୀତିରେ ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ମହିଳା ମାନେ କୌଣସି ସଭାରେ ସମ୍ମାନିତ ହେବେ ।

ଉ- ଫାଲ୍‌ଗୁନୀ- ଛାତ୍ରଛାତ୍ରୀ ମାନେ ପଢାରେ ଅଗ୍ରଗତି କରିବେ । ଜମିଜମାକୁ ନେଇ କୋର୍ଟର ଦ୍ୱାରସ୍ଥ ହେବେ । ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।

ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର – ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ ଥୋଇ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :