• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st October 2023: ଏହି ରାଶିର ବ୍ୟକ୍ତି ସାବଧାନ!! ଯାହାକୁ ବିଶ୍ୱାସ କରିବେ, ସେ ହିଁ ପିଠିରେ ଛୁରି ମାରିବ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧ ତାରିଖ ରବିବାର । ଚନ୍ଦ୍ର –ମେଷ ଅହୋରାତ୍ର । ତିଥି- ୨ୟା ଦିବା ୦୯.୪୨ ଗତେ । ୩ୟା ଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତ ବାର- ମେଷ ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା । ୦୯.୪୨ ଗତେ ୧ ପାଦ- କୃଷିହାନି-ଭୂମିଦାନ ।

Aquarius

କୁମ୍ଭ

Sunday 01 Oct 2023

ଧନିଷ୍ଠା- ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତା ହୁଅନ୍ତୁ । ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ । ବ୍ୟବସାୟିକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଚେଷ୍ଟା କରିବେ ।

ଶତଭିଷା- କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ୱାସ୍ଥ୍ୟହାନୀର କାରଣ ହୋଇପାରେ। ମିତ୍ର ବନ୍ଧନରେ, ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରିବେ। ପରିସ୍ଥିତି ଅନୁକୂଳ ନହେବାରୁ ମନରେ ଉତ୍ସାହ ରହିବ ନାହିଁ ।

ପୂ, ଭାଦ୍ରପଦ- କଚେରି ମାମଲାର ଶୁଣାଣି ବିଳମ୍ବ ହେବାରୁ ଦୁଶ୍ଚିନ୍ତା ବଢିଯିବ । ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କୁ ଆପ୍ୟାୟିତ କରିବେ। କୌଣସି ନୂତନ କର୍ମାରମ୍ଭ ସକାଶେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି।

 ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :