• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th October 2023: ଏହି ରାଶିର ବ୍ୟକ୍ତି ସା‍ବଧାନ, ସାଧାରଣ କଥାକୁ ନେଇ ମତାନ୍ତର ହୋଇପାରେ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର । ଚନ୍ଦ୍ର –କର୍କଟ ଅହୋରାତ୍ର । ତିଥି- ୧୦ମୀ ଦିବା ୧୨.୩୭ ଗତେ ୧୧ । ଘାତ ଚନ୍ଦ୍ର- ନାସ୍ତି, ଘାତ ବାର- ମିଥୁନପୁଷ୍କର ଦୋଷ- ନାସ୍ତି ।

Sagittarius

ଧନୁ

Monday 09 Oct 2023

ମୂଳା- ଅଫିସରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ସ୍ୱାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଖରାପ ନ ହେଲେ ମଧ୍ୟ ବିଶେଷ ଭଲ ରହିବ ନାହିଁ। ଆତ୍ମୀୟ ସ୍ୱଜନ ବିଭିନ୍ନ ଆଳ ଦେଖାଇ ଆପଣଙ୍କୁ ଅସହଯୋଗ କରିପାରନ୍ତି।

ପୂ, ଷାଢା- ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମତାନ୍ତର ସୃଷ୍ଟିର ଆଶଙ୍କା ରହିଛି । ଆଜିର କାମଗୁଡ଼ିକୁ ଯଥା ସମୟରେ ସମ୍ପନ୍ନ କରିପାରିବେ । କେବଳ ଲୋଭନୀୟ ପ୍ରତିଶ୍ରୁତି ଦେଇ ଉତ୍ତେଜନାପୂର୍ଣ୍ଣ ବାତାବରଣକୁ ହାଲୁକା କରିପାରିବେ।

ଉ, ଷାଢା- କୌଣସି ଆନୁଷ୍ଠାନିକ କାମ ସକାଶେ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଆଶ୍ୱସ୍ତି ଲାଭ କରିବେ। ବ୍ୟବସାୟ, ପରିବହନ ତଥା କର୍ମକ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ।

ପ୍ରତିକାର – କିଛି ବସ୍ତ୍ର ମନ୍ଦିରରେ ଦାନ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :