• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th October 2023: ଦାମ୍ପତ୍ୟରେ ତିକ୍ତତା, କର୍ମକ୍ଷେତ୍ରରେ ଯୁକ୍ତିତର୍କ ସମ୍ଭାବନା...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ପ୍ରତିପଦ ରାତ୍ରି ୧୧.୫୩ ଗତେ ୨ ୟାଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ – ୧ ପାଦ - କୃଷିହାନି – ଭୂମି ଦାନ ରାତ୍ରି ୧୧.୫୩ ଗତେ ୨ ପାଦ - କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ନିଶାନ୍ତ ୦୪.୪୧ ଗତେ କୃତ୍ତିକା ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ।

Pisces

ମୀନ

Sunday 29 Oct 2023

ପୂ,ଭାଦ୍ରପଦ- କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଭୁଲ୍ ବୁଝାମଣା କାରଣରୁ ଦାମ୍ପତ୍ୟରେ ତିକ୍ତତା ଦେଖାଦେବ। ନିର୍ଦ୍ଦିଷ୍ଟ ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡ଼ିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।

ଉ,ଭାଦ୍ରପଦ- ବନ୍ଧୁଙ୍କ ଆଦରସୁହାଗ, ମନକୁ ପ୍ରଫୁଲ୍ଲିତ କରି ରଖିବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଆର୍ଥିକ ସମସ୍ୟା, ମାମଲା, ଜମିଜମା, ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ଅସ୍ଥିର ରହିବ ।

ରେବତୀ- କେତେକ କ୍ଷେତ୍ରରେ ମତାନ୍ତରର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ବିଦ୍ୟାର୍ଥୀମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ କରିବେ ।

ପ୍ରତିକାର – ପଶୁ,ପକ୍ଷୀ ମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :