• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Dec 2023 : ଭୂସମ୍ପତ୍ତି କିଣିବାର ଯୋଗ, ଦୂର ହେବ ଦୀର୍ଘ ଦିନର ଘରୋଇ ସମସ୍ୟା

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଦିବା ୧୦.୨୧ ଗତେ କନ୍ୟା । ତିଥି- ୯ମୀ ରାତ୍ରି ୦୩.୦୪ ଗତେ ୧୦ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୧୦.୨୧ ଗତେ ବୃଷ ରାଶିର, ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Leo

ସିଂହ

Wednesday 06 Dec 2023

ମଘା- ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ । କିଛି ନୂଆ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରଂଶସିତ ହେବେ । ନିତି ଦିନିଆ କାମ ସହଜରେ ପୂରା ହେବ ।

ପୂ,ଫାଲଗୁନି- ରାଜନୀତିରେ ଚାପ ହେତୁ ମାନସିକ କ୍ଲାନ୍ତି ଅନୁଭବ କରିବେ । ବ୍ୟବସାୟରେ କୌଣସି ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ । ଚେଷ୍ଟା କରିଲେ ଅନ୍ୟକୁ ଦେଇଥିବା ଧନ ମିଳିପାରିବ ।

ଉ,ଫାଲଗୁନି-ଅନ୍ୟ କାହାର ସହଯୋଗ ନ ପାଇଲେ ମଧ୍ୟ ଯେଉଁ କାର୍ଯ୍ୟ କରିବେ ତାହା ସୂଚାରୁ ରୂପେ କରି ପାରିବେ । କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଭୁଲ ବୁଝାମଣା ହେତୁ ସମସ୍ୟା ବଢିପାରେ ।

ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :