• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th June 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ଯାନବାହାନ କ୍ରୟ କରିବାର ଯୋଗ ରହିଛି

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୯ ରବିବାର। ଚନ୍ଦ୍ର- ମିଥୁନ ଦିବା ୦୨-୦୮ ଗତେ କର୍କଟ। ତିଥି- ୩ୟା ଦିବା ୦୩.୪୪ ଗତେ ୪ର୍ଥୀ। ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୦୨.୦୮ପର୍ଯ୍ୟନ୍ତ। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ ରାତ୍ରି ୦୮.୨୧ ଗତେ ୦୧ ପାଦ-କୃଷିହାନି-ଭୂମିଦାନ।

Leo

ସିଂହ

Sunday 09 Jun 2024

ମଘା- ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପ୍ରିୟଜନମାନଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ।

ପୂ,ଫାଲଗୁନି- ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ମାନସିକ ସନ୍ତୁଳନ ହରାଇବେ । ରାଜନୀତି ତଥା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । କୌଣସି ଜନକଲ୍ୟାଣ ସଂସ୍ଥାରେ ଉଚ୍ଚପଦପଦବୀ ମିଳିପାରେ।

ଉ,ଫାଲଗୁନି- ଅଫିସରେ ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ନିଜର ଘର ଲୋକ ମାନଙ୍କୁ କୈଫିୟତ୍ ଦେବାକୁ ପଡିବାର ଆଶଙ୍କା ରହିଛି । ସନ୍ତାନଙ୍କ କୃତୀ ଓ କୃତିତ୍ୱରେ ଖୁସି ହୋଇପାରନ୍ତି।

ପ୍ରତିକାର – ଘରର ବଡଲୋକମାନଙ୍କଠାରୁ ଆଶୀର୍ବାଦ ନେଇ କର୍ମ ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :