• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th Jan 2024: ଏହି ରାଶିର ବ୍ୟକ୍ତିମାନେ ନିଜର ମର୍ଯ୍ୟାଦାକୁ ଜଗି ରଖି ଚଳିଲେ ଭଲ ..

ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୮ ସୋମବାର ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୧୨ଶୀ ରାତ୍ରି ୧୧.୫୯ ଗତେ ୧୩ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୧.୫୯ ପର୍ଯ୍ୟନ୍ତ

Virgo

କନ୍ୟା

Monday 08 Jan 2024

ଉ,ଫଳଗୁନି- ଶାରୀରିକ ଅସୁସ୍ଥତା ଦୂରେଇ ଯିବ । ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ସେଥିରେ ପ୍ରଚୁର ଲାଭ ମିଳିବ । ଜୀବନ ସାଥୀଙ୍କ ସହିତ ଶାନ୍ତି ବାତାବରଣ ସୃଷ୍ଟି କରିବେ । 
ହସ୍ତା- ପାରିବାରିକ କ୍ଷେତ୍ରରେ ସ୍ନେହ ସ୍ୱଭାବ ଦେଖାଦେବ । ଶିକ୍ଷାର୍ଥୀଙ୍କ ପଢାରେ ଦେଖାଯାଉଥିବା ପ୍ରତିବନ୍ଧକ ଦୂରେଇ ଯିବ । ନୂଆ କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । 
ଚିତ୍ରା- ପିଲାମାନଙ୍କ କାର୍ଯ୍ୟ କଳାପରେ ସନ୍ତୁଷ୍ଟି ଲାଭ କରିବେ । ପୁରୁଣା ରୋଗର ପ୍ରକୋପରେ ହଇରାଣ ହୋଇପାରନ୍ତି । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । 
ପ୍ରତିକାର-ସର୍ବକାର‌୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :