• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th September 2023: ଜୀବନରେ ନୂଆ ସଙ୍କେତ ମିଳିପାରେ, ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି

ସୈାର  ସିଂହ  ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ, ବୁଧବାର। ଚନ୍ଦ୍ର- ବୃଷ ଅହରାତ୍ର ତିଥି – ୭ମୀ ଦିବା ୦୩.୩୮ ଗତେ ୮ମୀ ଘାତ ଚନ୍ଦ୍ର- ବିଛା ରାଶିର ଅହରାତ୍ର ଘାତ ବାର –  କର୍କଟ ପୁଷ୍କର ଦୋଷ –୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୨୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୩୮

Aquarius

କୁମ୍ଭ

Wednesday 06 Sep 2023

ଧନିଷ୍ଠା- ଶାରୀରିକ ସମସ୍ୟାକୁ ଅଣଦେଖା କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ନାନା ସମସ୍ୟା ବଢିପାରେ । ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ଆର୍ଥିକ ସ୍ଥିତିକୁ ନଷ୍ଟ କରିପାରେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଉପରେ ଆଧାର କରି  ଏକ ଭଲ ପଦୋନ୍ନତି ଏବଂ ବେତନ ବୃଦ୍ଧି ହୋଇପାରେ
ଶତଭିଷା- ପରିବାରରେ କୈାଣସି ଗୁରୁ ଦାୟିତ୍ୱ ତୁଲାଇବେ । ନିଜ ମାଲିକାନାରେ ଥିବା ସମ୍ପତିକୁ ହସ୍ତାନ୍ତର କରିପାରନ୍ତି । ଜୀବନସାଥୀଙ୍କ ସହିତ ବିବାଦ ଗ୍ରସ୍ତ ହୋଇପାରନ୍ତି । ବିଦ୍ୟାର୍ଥୀମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ
ପୂ,  ଭାଦ୍ରପଦ- ସାହାଯ୍ୟ ସହଯୋଗ ପାଇ ଆଧ୍ୟାତ୍ମିକ ଓ ବୈାଦ୍ଧିକ କ୍ଷମତା ପ୍ରାପ୍ତ କରିବେ । କୋର୍ଟ କଚେରୀ ମାମଲା ସହଜରେ ସମାଧାନ ହୋଇଯିବ । ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରି ଆଶାତୀତ ଲାଭ ପାଇବେ ।

ପ୍ରତିକାର – ଦକ୍ଷିଣ କାଳୀଙ୍କ ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :