ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଅହୋରାତ୍ର,ତିଥି- ୭ମୀ ରାତ୍ରି ୦୨.୩୧ ଗତେ ୮ମୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୨.୩୧ ଗତେ ୧ ପାଦ-କୃଷିହାନି-ଭୂମିଦାନ
ଉ,ଷାଢା- ପରିବହନ ଓ ଖାଦ୍ୟ ପଦାର୍ଥକୁ ନେଇ ବ୍ୟବସାୟରେ ନିଜ ଆଶାନୁରୂପକ ବ୍ୟବସାୟ କରିବେ । ଗଣ ମାଧ୍ୟମ ପ୍ରତିନିଧି ପାଇଁ ଦିନଟା ବ୍ୟସ୍ତତାରେ କଟିବ । ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ ।
ଶ୍ରବଣା- ଛାତ୍ରଛାତ୍ରିଙ୍କର ପାଠ ପଢାରେ ମନ ଲାଗିବ । ଘର ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ । ରାଜନୈତିକ ସମର୍ଥନ ପାଇବେ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି ।
ଧନିଷ୍ଠା- ଅଫିସ୍ରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି । ସମ୍ପତିକୁ ନେଇ ଦୀର୍ଘଦିନର ଚିନ୍ତା ଦୂର ହେବ । ନାରୀମାନେ ଈର୍ଷାପରାୟଣ ରହିବେ ।
ପ୍ରତିକାର – ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮