ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଅହୋରାତ୍ର,ତିଥି- ୭ମୀ ରାତ୍ରି ୦୨.୩୧ ଗତେ ୮ମୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୨.୩୧ ଗତେ ୧ ପାଦ-କୃଷିହାନି-ଭୂମିଦାନ
କୃତିକା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୈାଣସି ନୂତନ କାମ କରିପାରନ୍ତି । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବା ସକାଶେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡିବ ।
ରୋହିଣୀ- ବିବେକ ପ୍ରୟୋଗ କରି ସବୁ କାମକୁ ହାସଲ କରିବେ । ରାଜନୈତିକ ପରିସି୍ଥତି ସମ୍ଭାଳିବା ପରିପ୍ରେକ୍ଷୀରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ସରକାରୀ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।
ମୃଗଶିରା- ବହୁ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ମହିଳା ମାନେ ଧୈର୍ୟ୍ୟ ଧରି କାମ କରିଲେ କାର୍ୟ୍ୟରେ ବିଜୟଲାଭ କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ପଢାରେ ଏକାଗ୍ରତା ରକ୍ଷା କରିବେ
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬