ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ସୋମବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୧୨ଶୀ ପ୍ରାତଃ ୦୬.୨୪ ଗତେ ୧୩ଶୀ,ଘାତ ଚନ୍ଦ୍ର – କର୍କଟ, ମକର ଅହୋରାତ୍ର, ଘାତ ବାର – ମିଥୁନ,ପୁଷ୍କର ଦୋଷ – ୧ ପାଦ- ପଶୁ ସମ୍ପଦ ନାଶ- ଅନ୍ନଦାନ ପ୍ରାତଃ ୦୬.୨୪ ପର୍ଯ୍ୟନ୍ତ
ପୂ, ଭାଦ୍ରପଦ- ଆପଣଙ୍କର ପ୍ରତିଯୋଗୀମାନେ ଟିକେ ଶକ୍ତିଶାଳୀ ହେବେ ଯାହା ଆପଣଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବ । ବ୍ୟକ୍ତିମାନେ ପାରିବାରିକ ଜୀବନକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିବେ । ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଖୁବ୍ ଭଲ ରହିବ
ଉ, ଭାଦ୍ରପଦ- ବ୍ୟବସାୟ ଅଗ୍ରଗତି କରିବା ପାଇଁ ସାହାଯ୍ୟକାରୀ ଲୋକମାନେ ସହାୟତା କରିବେ । ଆପଣ ଚାହୁଁଥିବା କାର୍ୟ୍ୟ ଗୁଡ଼ିକୁ ସଂପୂର୍ଣ୍ଣ କରିବାକୁ ସମର୍ଥ ହେବେ । ଛାତ୍ରମାନେ ପାଠ ପଢ଼ାରେ ବହୁତ ଉପକୃତ ହେବେ
ରେବତୀ- ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ । ରାଜନେତାଙ୍କ ସାହାର୍ୟ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ । ମହିଳା ମାନେ ସହନଶୀଳତା ଜାଗ୍ରତ କରିବେ
ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩