• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 31st January 2024: ଏହି ରାଶିର ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ ...

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୩୧ ତାରିଖ ବୁଧବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୫ମୀ ଦିବା ୧୧.୩୬ ଗତେ ୬ଷ୍ଠୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର।

Leo

ସିଂହ

Wednesday 31 Jan 2024

ମଘା- ପାରିବାରିକ ସ୍ଥିତି ଓ କର୍ମ କ୍ଷେତ୍ର ପୂର୍ବ ପରି ରହିବ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପି ଦିନଟିର ରୋଜଗାରଠାରୁ ଖର୍ଚ୍ଚ ବଳିଯିବ । ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡିପାରେ ।

ପୂ,ଫାଲଗୁନି- ରାଜନୈତିକ ଦିଗରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆର୍ଥିକ ଦିଗରୁ ଲାଭବାନ ନହେଲେ ମଧ୍ୟ ବ୍ୟୟଭାର କମ୍ ହେବ । ଅଭାବ ବୋଧ ଲାଗି ରହିବା କାରଣରୁ ବ୍ୟସ୍ତତା ବଢିବଢି ଯିବ ।

ଉ,ଫାଲଗୁନି- ପରିବହନରେ ଲାଗି ରହିଥିବା ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ । ଖଳ ଲୋକଙ୍କ କଥାକୁ ସତ ଭାବି ଘର ଲୋକଙ୍କୁ ଭୁଲ୍ ବୁଝିବେ । ମହିଳା ମାନେ ଅଧିକ ପରିଶ୍ରମ କରିବେ ।

ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :