ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ବୁଧବାର । ଚନ୍ଦ୍ର – ମିଥୁନ ଅହୋରାତ୍ର । ତିଥି – ୮ମୀ ରାତ୍ରି ୦୯.୦୭ ଗତେ ୯ମୀ । ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର । ଘାତ ବାର - କର୍କଟ ।
ପୁନର୍ବସୁ- ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ବ୍ୟବସାୟୀ ନିଜର ଜରୁରୀ କାଗଜ ପତ୍ର ସମ୍ଭାଳି ରଖନ୍ତୁ । ହଜିଥିବା ଜିନିଷର ସନ୍ଧାନ ପାଇ ପୁରାଦିନ ଖୁସି ରହିବେ । କୌଣସି କାର୍ଯ୍ୟରେ ସଫଳତାରେ ବିଘ୍ନ ଆସିପାରେ ।
ପୁଷ୍ୟା- ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ । ନାନା ଚିନ୍ତାରେ ମାନସିକ ଅସ୍ଥିରତା ବଢିବ । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ । ରାଜନୀତିରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ ।
ଅଶ୍ଳେଷା- ଶିକ୍ଷାର୍ଥୀ ମାନେ ଆତ୍ମ ନିର୍ଭରଶୀଳ ରହିବେ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି । ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ । ଜୀବନରେ କିଛି ପରିବର୍ତ୍ନ କରିବାକୁ ଚେଷ୍ଟା କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ୍ଚ ଧାରଣ କରିପାରନ୍ତି