ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ବୁଧବାର । ଚନ୍ଦ୍ର – ମିଥୁନ ଅହୋରାତ୍ର । ତିଥି – ୮ମୀ ରାତ୍ରି ୦୯.୦୭ ଗତେ ୯ମୀ । ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର । ଘାତ ବାର - କର୍କଟ ।
ଉ- ଫାଲ୍ଗୁନୀ- ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ । ଆପଣ ଟିକେ ଆଳସ୍ୟ ଅନୁଭବ କରିବେ । ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ । ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇ ପଡିବେ ।
ହସ୍ତା- ସମୟ ଏପରି ହେବ ଯେ ଦୁଇ ପଇସା ଜାଗାରେ ଛ ପଇସା ଖର୍ଚ୍ଚ କରିବାକୁ ପଡିବ । ବହୁ ଦିନରୁ ସମାଧାନ ହୋଇ ପାରୁନଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବ । ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରିପାରବେ ।
ଚିତ୍ରା- ଜମି କ୍ରୟ କରି ଖୁସି ରହିବେ । ମହିଳା ମାନେ ପରିବାରରେ ପୁଷ୍ଟି ସାଧନ କରିବେ । କୌଣସି କଥାକୁ ନେଇ ଅଧିକ ଭାବୁକ ରହିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ