ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ, ରବିବାର। ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବୃଷ ତିଥି – ୮ମୀ ଦିବା ୦୯.୦୫ ଗତେ ୯ମୀ ଘାତ ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବିଛା , ମେଷ ଘାତ ବାର- ସିଂହ , ଧନୁ ଓ କୁମ୍ଭ ଦିବା ୦୯.୦୫ ପୁଷ୍କର ଦୋଷ – ୧ ପାଦ-କୃଷିହାନି- ଭୂମିଦାନ ଦିବା ୦୮.୨୧ ଗତେ ୨ ପାଦ।
ବିଶାଖା- କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କାମରେ ଭାଇ,ଭଉଣୀଙ୍କ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ବହୁ ସମୟ କାଟିବାକୁ ବାଧ୍ୟ ହେବେ ଓ ବୃଦ୍ଧି ଖଟାଇ ନିଜ ସ୍ଥାନକୁ କୌଣସି ମତେ ଦୃଢ କରିବେ ।
ଅନୁରାଧା- ବ୍ୟବସାୟୀମାନେ ଭାଗୀଦାରି ବ୍ୟବସାୟ କରିବେ । ରାଜନୀତିରେ ଯଥେଷ୍ଟ ଲାଭ ପାଇବେ । ଛାତ୍ରୀଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତି ଠାରୁ ଭଲ ପରାମର୍ଶ ମିଳିବ । ସାମ୍ବାଦିକମାନେ ଲକ୍ଷ୍ୟ ଦିଗରେ ଆଗେଇବେ ।
ଜ୍ୟୋଷ୍ଠା- ନିଜର ଖର୍ଚ୍ଚ ଉପରେ ଆୟତ୍ତ ରଖନ୍ତୁ । ମହିଳାମାନେ ଦାୟିତ୍ୱବାନ୍ ରହିବେ । ଆବଶ୍ୟକୀୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିପାରନ୍ତି । ଶତ୍ରୁମାନେ ପରାଜିତ ହେବେ ଏବଂ ସରକାରୀ ସହୟତା ପାଇବେ ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯