ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ, ରବିବାର। ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବୃଷ ତିଥି – ୮ମୀ ଦିବା ୦୯.୦୫ ଗତେ ୯ମୀ ଘାତ ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବିଛା , ମେଷ ଘାତ ବାର- ସିଂହ , ଧନୁ ଓ କୁମ୍ଭ ଦିବା ୦୯.୦୫ ପୁଷ୍କର ଦୋଷ – ୧ ପାଦ-କୃଷିହାନି- ଭୂମିଦାନ ଦିବା ୦୮.୨୧ ଗତେ ୨ ପାଦ।
ଚିତ୍ରା- ଅଫିସରେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । କୌଣସି ଉନ୍ନତି ମୂଳକ କାର୍ଯ୍ୟ ସକାଶେ ମୋଟା ଅଙ୍କର ଅର୍ଥ ଦରକାର ପଡିବ ।
ସ୍ୱାତୀ- ରାଜନୀତିରେ ବିଜୟ ଲାଭରୁ ମନୋବଳ ବୃଦ୍ଧି ପାଇବ । ଶିକ୍ଷାର୍ଥୀମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଚାକିରି କ୍ଷେତ୍ରରେ ଆଶା ଅଭିଳାଷା ପୂରଣ ହୋଇପାରେ । ମାନସିକ ଦୁଶ୍ଚିନ୍ତା କମିବ ।
ବିଶାଖା- ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ମହିଳାମାନେ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ । ମାଲିମକବ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬