ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ, ରବିବାର। ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବୃଷ ତିଥି – ୮ମୀ ଦିବା ୦୯.୦୫ ଗତେ ୯ମୀ ଘାତ ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବିଛା , ମେଷ ଘାତ ବାର- ସିଂହ , ଧନୁ ଓ କୁମ୍ଭ ଦିବା ୦୯.୦୫ ପୁଷ୍କର ଦୋଷ – ୧ ପାଦ-କୃଷିହାନି- ଭୂମିଦାନ ଦିବା ୦୮.୨୧ ଗତେ ୨ ପାଦ।
ପୂ, ଭାଦ୍ରପଦ- ବିଶେଷତଃ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି । ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ୍ ହୋଇ ପାରନ୍ତି । ଚାକିରି କ୍ଷେତ୍ରରେ ଆପଣଙ୍କ ଭଲ କାମ ଦେଖି ସହକର୍ମୀମାନେ ଇର୍ଷାପରାୟଣ ହେବେ
ଉ, ଭାଦ୍ରପଦ- ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ । ବିଦ୍ୟାର୍ଥୀମାନେ ବିଷର୍ଣ୍ଣ ରହିବେ ଓ ମନ ଦୁର୍ବଳ ରହିବ । ଧାର ଦେବା ନେବାରେ ନିବୃତ ରୁହନ୍ତୁ । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ ।
ରେବତୀ-ଜମିଜମା କିଣିବାର ସୁଯୋଗ ରହିଛି । ନିଜ ଜିନିଷ କେଉଁଠି ରଖି ପାସୋରି ଯିବେ । କୌଣସି ଗୋଟେ ବଡ ପଦବୀ ଯାଇପାରେ । ମହିଳାମାନେ ଧର୍ମପରାୟଣ ହେବେ ।
ପ୍ରତିକାର – ସକାଳୁ ଉଠି ଗୁରୁଜନମାନଙ୍କୁ ପ୍ରଣାମ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩