ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର – ମକର ରାତ୍ରି ୦୩.୩୧ ଗତେ କୁମ୍ଭ,ତିଥି- ୪ର୍ଥୀ ରାତ୍ରି ୦୧.୩୮ ଗତେ ୫ମୀ ଘାତ ଚନ୍ଦ୍ର- ସିଂହ ରାତ୍ରି ୦୩.୩୧ ଗତେ ମିଥୁନ , ମୀନ,ଘାତ ବାର – ମିଥୁନ,ପୁଷ୍କର ଦୋଷ – ନାସ୍ତି
ମଘା –ପରିବାରରେ ସୁଖଶାନ୍ତି ଫେରିଆସିବ । ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ । ନିଜ ଲୋକଙ୍କ ପରୋକ୍ଷ ଶତୃତା ହେତୁ ଭାବପ୍ରବଣତା ବୃଦ୍ଦି ପାଇବ । ସରକାରୀ ସ୍ତରରୁ ଆଶା କରୁଥିବା ଶୁଭ ଖବର ପାଇ ଉଲ୍ଲସିତ ହେବେ ।
ପୂ , ଫାଲଗୁନୀ - କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ କିଛି ବାଦ ବିବାଦ ଉପୁଜି ପାରେ । ସାମାଜିକ ସ୍ତରରେ ସମ୍ମାନୀୟ ବ୍ୟକ୍ତି ସହୟତା କରିବେ । ଛାତ୍ର ଛାତ୍ରି ମାନେ ଉଚ୍ଚ ଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ ।
ଉ ,ଫାଲଗୁନୀ – ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ । ମହିଳା ମାନେ ପାରିବରିକ ସମସ୍ୟା ଭୋଗିବେ ।ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଢୋଶୀଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ । ଆନୁଷ୍ଠାନିକ କାର୍ୟ୍ୟ ସକାଶେ ପ୍ରସ୍ତୁତିପୂର୍ବ ଜୋରଦାର କରିପାରନ୍ତି । ସମସ୍ୟା ଭାରକ୍ରାନ୍ତ ହୋଇ ମନଟା ଭଲ ଲାଗିବ ନାହିଁ ।
ପ୍ରତିକାର – ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧