ସୌର ସିଂହମାସ ଶ୍ରାବଣ (ଶୁଦ୍ଧ ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର ଚନ୍ଦ୍ର – ବିଛା ଅହୋରାତ୍ର ତିଥି - ୯ମୀ ରାତ୍ରି ୦୨.୦୨ ଗତେ ୧୦ମୀ ଘାତ ଚନ୍ଦ୍ର – ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ- ନାସ୍ତି
ମଘା- ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ନିଜର ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ ।
ପୂ- ଫାଲ୍ଗୁନୀ- ମହିଳାଙ୍କୁ ନିଯୁକ୍ତି ମିଳିବ । ଯେଉଁ କାମ କରିବେ ତାହା ମନ ମୁତାବକ ସଂପୂର୍ଣ୍ଣ ହେବ । ଜୀବନ ସାଥିଙ୍କ ସହଯୋଗ ଆପଣଙ୍କ ଅଶାନ୍ତି ଦୂର କରିଦେବ
ଉ- ଫାଲ୍ଗୁନୀ- ଜମିଜମା କାରବାରରେ ଉପକୃତ ହେବେ । ସରକାରୀ ଚାକିରିଆ ମାନଙ୍କ ପାଇଁ ଭଲ ସୁଯୋଗ ଆସିପାରେ । ନିର୍ମାଣ କାର୍ଯ୍ୟରେ ଆଗେଇବେ, ଆଶା ବଢି ବଢି ଚାଲିବ
ପ୍ରତିକାର –ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧