• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th September 2023: କୌଣସି ଶୁଭ ଖବର ମିଳିପାରେ, ବଡ କମ୍ପାନୀ ସହ ବ୍ୟବସାୟରେ ଜଡିତ ହୋଇପାରନ୍ତି..

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ରବିିବାର, ଚନ୍ଦ୍ର - ଧନୁ ସନ୍ଧ୍ୟା ୦୭.୧୭ ଗତେ ମକର, ତିଥି- ୯ମୀ ଦିବା ୧୦.୨୩ ଗତେ ୧୦ମୀ, ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୭.୧୭ ଗତେ ସିଂହ, ଘାତ ବାର –ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମି ଦାନ ଦିବା ୦୧.୪୦ ଗତେ ୨ ପାଦ କୃଷି ଓ ବଂଶ ହାନି- ଭୂମି ଓ ତିଳକାଞ୍ଚନ ଦାନ

Leo

ସିଂହ

Sunday 24 Sep 2023

ମଘା - ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇପାରେ । ପ୍ରେମିକ ପ୍ରେମିକା ସଂପର୍କ ମଧୁର ରହିବ । ଧର୍ମ ଓ ସାଂସୃତିକ କାର୍ଯ୍ୟରେ ଯୋଗଦାନ କରିବେ । ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ ।

ପୂ- ଫାଲ୍‌ଗୁନୀ - ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ମନରେ ସାହସ ବାନ୍ଧି କୌଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ । ଆପଣଙ୍କ ସବୁ ମନୋକାମନା ପୂର୍ଣ୍ଣ ହେବ ।

ଉ- ଫାଲ୍‌ଗୁନୀ - ଆଜି ଆପଣ ଋଣ ମୁକ୍ତ ହୋଇପାରିବେ । ବିଦ୍ୟାର୍ଥୀ ମାନେ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି । ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।

ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :