ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ରବିିବାର, ଚନ୍ଦ୍ର - ଧନୁ ସନ୍ଧ୍ୟା ୦୭.୧୭ ଗତେ ମକର, ତିଥି- ୯ମୀ ଦିବା ୧୦.୨୩ ଗତେ ୧୦ମୀ, ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୭.୧୭ ଗତେ ସିଂହ, ଘାତ ବାର –ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମି ଦାନ ଦିବା ୦୧.୪୦ ଗତେ ୨ ପାଦ କୃଷି ଓ ବଂଶ ହାନି- ଭୂମି ଓ ତିଳକାଞ୍ଚନ ଦାନ
ଧନିଷ୍ଠା - ଆତ୍ମବଳ ବୃଦ୍ଧି ପାଇବା ସହିତ ପରିବାରରେ ସୁଖ-ଶାନ୍ତି ପ୍ରାପ୍ତ ହେବ । ପ୍ରେମିକ, ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ପରିସ୍ଥିତି ଜଟିଳତା ମଧ୍ୟରେ ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତି ହୋଇପାରେ ।
ଶତଭିଷା - ମହିଳା ମାନେ ଧର୍ମପରାୟଣ ରହିବା ସହିତ ବନ୍ଧୁ ପରିଜନଙ୍କ ପ୍ରିୟଭାଜନ ହେବେ । ବିଦ୍ୟାର୍ଥୀ ମାନେ କୃତିତ୍ୱ ହାସଲ କରିବେ । ପ୍ରଶାସନିକ ସ୍ତରରେ ଭଲ କାମ କରିପାରନ୍ତି ।
ପୂ, ଭାଦ୍ରପଦ - ଧିରେ ଧିରେ ପ୍ରଗତି ପଥରେ ଅଗ୍ରସର ହେବେ । ବିଦେଶ ଯାତ୍ରା କରି ପାରନ୍ତି । ଭଲ ବ୍ୟବହାର ଯୋଗୁଁ ସମସ୍ତଙ୍କର ପ୍ରିୟ ହୋଇପାରନ୍ତି ।
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮