ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର, ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି – ୬ଷ୍ଠୀ ଦିବା ୦୧.୪୩ ଗତେ ୭ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ଦିବା ୦୧.୪୩ ଗତେ ୧ ପାଦ- ପଶୁସମ୍ପଦ ନାଶ - ଅନ୍ନଦାନ
ମଘା - ଅନ୍ୟ ବ୍ୟକ୍ତିମାନେ ଉପର ମନରେ ଭଲ କଥା କହି ପଛରେ ବହୁତ ସମାଲୋଚନା କରିବେ । ବିଭିନ୍ନ ପ୍ରକାରର ସ୍ଥଗିତ କାମକୁ ନେଇ ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ ।
ପୂ- ଫାଲ୍ଗୁନୀ - ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଛାତ୍ରମାନେ ଶିକ୍ଷା ସମ୍ବନ୍ଧୀୟ ସୂଚନା ମଧ୍ୟ ପାଇବେ।
ଉ- ଫାଲ୍ଗୁନୀ - ଆଜି ଭ୍ରମଣ ହେତୁ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ନିର୍ଭରଯୋଗ୍ୟ ସୁତ୍ରରୁ କିଛି ଅର୍ଥ ପାଇବେ, ଯାହା ଆପଣଙ୍କର ଆର୍ଥିକ ଅସୁବିଧାକୁ ଦୂର କରିପାରେ।
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ।
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧