• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23rd September 2023: ଦୀର୍ଘ ଦିନର ଆଶା ପୂରଣ ହୋଇପାରେ, ଧାତୁ ଅଳଙ୍କାର କ୍ରୟ କରିପାରନ୍ତି...

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ, ଶନିବାର ଚନ୍ଦ୍ର –ଧନୁ ଅହୋରାତ୍ର ତିଥି- ୮ମୀ  ଦିବା ୧୨.୧୮ ଗତେ ୯ମୀ  ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମି ଦାନ 

Virgo

କନ୍ୟା

Saturday 23 Sep 2023

ଉ- ଫାଲ୍‌ଗୁନୀ- ବନ୍ଧୁଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବାକୁ ପଡିପାରେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ଓ ସାଧାରଣ କଥାକୁ ଅସାଧାରଣ ଭାବେ ଚିନ୍ତା କରିବେ।
ହସ୍ତା-କୌଣସି ଧାତୁ ସମ୍ବନ୍ଧୀୟ ବ୍ୟବସାୟରେ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ଚାପଗ୍ରସ୍ତ ରହିବେ । ଦୂର ସମ୍ପର୍କୀୟ ବନ୍ଧୁଙ୍କ ଠାରୁ ଆର୍ଥିକ ସମ୍ବନ୍ଧୀୟ ସୁ ସମ୍ବାଦ ପାଇପାରନ୍ତି । 
ଚିତ୍ରା- ପୂର୍ବ ଶତ୍ରୁତା କାରଣରୁ ପ୍ରତ୍ୟେକ କାର‌୍ୟ୍ୟାବଳୀର ସଠିକ୍ ସମୀକ୍ଷା କରିପାରିବେ ନାହିଁ। ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି କ୍ଷେତ୍ରରେ ସାଧାରଣ ସମସ୍ୟା  ଲାଗିରହିବ । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ଚେଷ୍ଟାରେ ପାଇବେ।

ପ୍ରତିକାର - ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :