ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ଅହୋରାତ୍ର,ତିଥି- ୧୪ଶୀ ରାତ୍ରି ୦୩.୨୬ ଗତେ ପୂର୍ଣ୍ଣିମା,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି
ଚିତ୍ରା-ପାରିବାରିକ ପରିସ୍ଥିତି ଠିକ୍ ରହିବ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଦୂରେଇ ଯିବ । କର୍ମ କ୍ଷେତ୍ରରେ ଉଦ୍ୟମ ଓ ଚେଷ୍ଟାଦ୍ୱାରା ସାଫଲ୍ୟ ହେବେ ।
ସ୍ୱାତୀ- ସ୍ୱାସ୍ଥ୍ୟ ଭଲ ରହିବ ଯାହା ଫଳରେ ମନ ପ୍ରସନ୍ନ ରହିବ । ରାଜନୈତିକ ବିରୋଧୀ ମାନେ କୌଣସି କ୍ଷତି କରିପାରିବେ ନାହିଁ । କର୍ମ କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ।
ବିଶାଖା-ଯାନ ବାହନରେ ସତର୍କତା ଅବଲମ୍ବନ ନ କଲେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ ପ୍ରତି ରୁଚି ବୃଦ୍ଧି ହେବ । ବାଦ ବିବାଦ ଠାରୁ ଦୂରେଇ ରହିବା ଭଲ ।
ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ
ଶୁଭ ରଙ୍ଗ :ଇଣ୍ଡିଗୋ
ଶୁଭ ସଂଖ୍ୟା :୬