ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ଅହୋରାତ୍ର,ତିଥି- ୧୪ଶୀ ରାତ୍ରି ୦୩.୨୬ ଗତେ ପୂର୍ଣ୍ଣିମା,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି
ଅଶ୍ୱନୀ- ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । କର୍ମ କ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ବକେୟା ଅର୍ଥ ଆଦାୟ ହେବ ।
ଦ୍ୱିଜା- ନୂତନ ଅଫିସ୍ କାମରେ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି। ଶିଳ୍ପ, ଆଇନ ଅଦାଲତ କ୍ଷେତ୍ରରେ ସୁଫଳ ପାଇବେ। ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ।
କୃତିକା- ଦୂରଯାତ୍ରା କାଳରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ପ୍ରଶାସନିକ ସ୍ତରରେ, ସଭାସମିତିରେ, ବ୍ୟବସାୟରେ ମନମନାନ୍ତର ଦେଖା ଦେଇପାରେ। ଅଟକି ରହିଥିବା କାମ ଆରମ୍ଭ କରିବାକୁ ମନ ବଳାଇବେ।
ପ୍ରତିକାର - ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯