ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର ଚନ୍ଦ୍ର- ମୀନ ଅହୋରାତ୍ର ତିଥି- ୮ମୀ ଦିବା ୧୧.୧୪ ଗତେ ୯ମୀ ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର
କୃତିକା- ନିଜର ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜ ମାନ କରିବ । ସନ୍ତାନ ମାନଙ୍କ ପାଇଁ ଘରକୁ ଖୁସି ଖବର ଆସିବ ।
ରୋହିଣୀ- ଆର୍ଥିକ ସଙ୍କଟ ଦୂରେଇ ଯିବ । କର୍ମ କ୍ଷେତ୍ରରେ ଅଧିକାରୀ ପ୍ରସନ୍ନ ରହିବେ । ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବା ସହ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ ।
ମୃଗଶିରା-ଯାନ ବାହନରେ ସତର୍କତା ଅବଲମ୍ବନ ନ କଲେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ ପ୍ରତି ରୁଚି ବୃଦ୍ଧି ହେବ । ବାଦ ବିବାଦ ଠାରୁ ଦୂରେଇ ରହିବା ଭଲ ।
ପ୍ରତିକାର – ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬