• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st June 2024: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୧ ତାରିଖ ଶନିବାର । ଚନ୍ଦ୍ର- ମୀନ ଅହୋରାତ୍ର,ତିଥି-୦୯ମୀ ପ୍ରାତଃ ୦୭.୨୪ ଗତେ ୧୦ମୀ ନିଶାନ୍ତ ୦୮.୦୪ ଗତେ ୧୧ଶୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର ,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Pisces

ମୀନ

Saturday 01 Jun 2024

ପୂ,ଭାଦ୍ରପଦ- ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ କରିପାରିବେ । ପନିପରିବା ଆଦି ବ୍ୟବସାୟରୁ ବେଶ୍ ଲାଭବାନ ହୋଇ ପାରିବେ । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ।

ଉ,ଭାଦ୍ରପଦ- କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ନିଜକାମ ପଛକୁ ପକାଇ ଅନ୍ୟମାନଙ୍କ ନିର୍ଦ୍ଦେଶରେ କାମ କରିପାରନ୍ତି । ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇ ମନସ୍କାମନା ପୂର୍ଣ୍ଣ ହେବ ।

ରେବତୀ- ଚଳଚ୍ଚିତ୍ର ତଥା ମନୋରଞ୍ଜନରେ ନିଜକୁ ନିୟୋଜିତ କଲେ ପ୍ରଶଂସିତ ହେବେ। ପୁରାଣ ପଠନ ସାଙ୍ଗକୁ ଧର୍ମକାର‌୍ୟ୍ୟ ପ୍ରତି ରୁଚି ବଳିବ। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କଥା କହି କାମ ହାସଲରେ ସମର୍ଥ ହେବେ।

ପ୍ରତିକାର- ମିଠା, ହଳଦିଆ ଚାଉଳ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଭଗବାନଙ୍କୁ ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :