ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର ଚନ୍ଦ୍ର – କନ୍ୟା ଅହୋରାତ୍ର ତିଥି- ୧୦ମୀ ଦିବା ୧୦/୩୦ ଗତେ ୧୧ଶୀ ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ୧ ତିଳକାଞନ ଦାନ ରାତ୍ରି ୧୨/୧୨ ଗତେ ୧ ପାଦ
ମଘା – ମନ ପ୍ରଫୁଲିତ ରହିବ । ବନ୍ଧୁ ବର୍ଗଙ୍କ ସହିତ ନୂଆ ଜାଗାକୁ ଯାଇ ପାରନ୍ତି । ଯେଉଁ କାମ ହାତକୁ ନେବେ ତାହା ସଂପୂର୍ଣ୍ଣ କରିବେ ।
ପୂ , ଫାଲଗୁନୀ - ବ୍ୟବସାୟରେ କ୍ଷତି ଘଟିବା ଯୋଗୁ କ୍ରମେ କାରବାର ସଙ୍କୁଚିତ ହେବ । ଛାତ୍ରଛାତ୍ରୀ ମାନେ ପଢାପଢିରେ ଉନ୍ନତି କରିବେ ।
ଉ ,ଫାଲଗୁନୀ – ଜମି ବାଡି ଭାଗ ହୋଇପାରେ । ମହିଳା ମାନେ ପୂଜାପୂଜିରେ ମନୋନିବେଶ କରିବେ ।
ପ୍ରତିକାର – ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧