ସୌର ସିଂହ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର। ଚନ୍ଦ୍ର- ମକର ସନ୍ଧ୍ୟା ୦୬.୫୯ ଗତେ କୁମ୍ଭ । ତିଥି- ପୂର୍ଣ୍ଣିମା ରାତ୍ରି ୧୧.୫୫ ଗତେ ପ୍ରତିପଦ ।
ଧନିଷ୍ଠା- ସ୍ୱାସ୍ଥ୍ୟ ସମସ୍ୟା ମାନସିକ ଅସୁସ୍ଥତାର କାରଣ ହୋଇପାରେ। ଅଫିସର କୌଣସି ସଂକଟଜନକ ସ୍ଥିତିର ସମାଧାନ ହୋଇଯିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରୁ ସୁଫଳ ପାଇବେ।
ଶତଭିଷା- ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପୂର୍ବ ଜୋରଦାର କରିପାରନ୍ତି । ସମସ୍ୟା ଭାରକ୍ରାନ୍ତ ହୋଇ ମନଟା ଭଲ ଲାଗିବ ନାହିଁ । ରାଜନୀତି କ୍ଷେତ୍ରରେ ବିଜୟ ଲାଭ କରିବେ ।
ପୂ,ଭାଦ୍ରପଦ- ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ । ମହିଳା ମାନେ କୌଣସି ଧର୍ମାନୁଷ୍ଠାନରେ କିଛି ଅଗ୍ରଣି ଦାୟିତ୍ୱ ନେଇ ପାରନ୍ତି । ଅନ୍ୟ ମନସ୍କତା ଓ ଆଘାତପ୍ରାପ୍ତିର ଆଶଙ୍କା ରହିଛି ।
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮