ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ଦିବା ୦୪.୨୦ ଗତେ ମେଷ, ତିଥି- ପୂର୍ଣ୍ଣିମା ଦିବା ୦୪.୫୬ ଗତେ ପ୍ରତିପଦ,ଘାତଚନ୍ଦ୍ର- ଧନୁ ରାଶିର , ଦିବା ୦୪.୨୦ ଗତେ ମେଷ ରାଶିର, ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ନାସ୍ତି ।
ଧନିଷ୍ଠା- ସ୍ୱାର୍ଥପରତା ଯୋଗୁ ଅନେକ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ । ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ । କର୍ତବ୍ୟ ନିଷ୍ଠା ଯୋ ଗୁ ସମସ୍ତଙ୍କର ଆଦର ହେବେ ।
ଶତଭିଷା- ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ମନରେ ସାହସ ବାନ୍ଧି କୈାଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ । ମହିଳା ମାନେ କର୍ତବ୍ୟନିଷ୍ଠା ପରାୟଣ ରହିବେ ।
ପୂ,ଭାଦ୍ରପଦ- ଦୁଶାହାସିକ ପଦକ୍ଷପ ନେଇ ରାଜନୀତିରେ ସଫଳତା ପାଇବେ । ଶତୃଙ୍କର ସଡ ଯନ୍ତ୍ରର ଶିକାର ହୋଇ ପାରନ୍ତି । ଋଣ ଗ୍ରସ୍ତ ହୋଇ ଜମି ବିକ୍ରୟ କରିବାକୁ ବାଧ୍ୟ ହେବେ
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮