ଅସମ୍ଭବ ନୁହେଁ ଅପରାଜୟ ଦାବି କରୁଥିବା ନବୀନ ସରକାରଙ୍କୁ ହରାଇବା । ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷଙ୍କ ଏହି ବାର୍ତ୍ତା ପରେ ଚଳଚଂଚଳ ବିଜେପି ଶିବିର । ତେବେ ଏଥିପାଇଁ ନେତାଙ୍କ ମଧ୍ୟରେ ଏକତା ଜରୁରୀ ବୋଲି ଟୁଇଟ୍ କରି କହିଛନ୍ତି ସାଂସଦ ସୁରେଶ ପୂଜାରୀ । ଏପଟେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନିଜ ନିଜର ମହତ୍ୱାକାଂକ୍ଷାକୁ ନେଇ ଦଳ ଭିତରେ ଦ୍ୱନ୍ଦ୍ୱ ନଉପୁଜୁ । ଏପଟେ ବିଜେପି ପରେ ବିଜେଡି ଓ କଂଗ୍ରେସ ମଧ୍ୟ ୨୪ ନିର୍ବାଚନ ଲାଗି କର୍ମୀଙ୍କୁ ସକ୍ରୀୟ କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ ଶିବିର କରିବାକୁ ଯୋଜନା କଲେଣି ।
Published: Chandan Shishu
Last updated: 16 September 2022, 11:17 PM IST
ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।