ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ବଲଙ୍ଗୀରର ପାଟଣାଗଡ଼ ଗଞ୍ଜାମର ପୋଲସରା ଗୋଟିଏ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ, ଅନ୍ୟଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ଥାନ ଭିନ୍ନ ହେଲେ ବି ଘଟଣା କିନ୍ତୁ ସମାନ । ଗତକାଲି ରାତିରେ ପାଟଣାଗଡ଼ର ବାଲିପଟା ପଡ଼ିଆଜୋର ନିକଟରେ ଏକ ସଡ଼କ ଦୁର୍ଘଟଣା ପରେ ଚିକିତ୍ସା ପାଇଁ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ ୪ ଆହତ । କିନ୍ତୁ ସେତେବେଳକୁ ପାଓ୍ୱାର କଟ୍ ପାଇଁ ଅନ୍ଧାରରେ ଥିଲା ପୂରା ମେଡିକାଲ । ଖାଲି ମେଡିକାଲ ନୁହେଁ, ଜରୁରୀକାଳୀନ ସେବା କୋଠରୀରେ ବି ଲାଇଟର କୌଣସି ବ୍ୟବସ୍ଥା ନଥିଲା । ତେଣୁ ଦାୟିତ୍ୱରେ ଥିବା ଡାକ୍ତର ବାଧ୍ୟ ହୋଇ ମୋବାଇଲ ଲାଇଟର ସାହାରା ନେଇଥିଲେ ।
Published: Chandan Shishu
Last updated: 22 April 2022, 11:01 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।