ପୋଲିସ୍ ଚାକିରି କରିବେ ବୋଲି ପିଲା ମାନେ ଅନ୍ଧପରି ଦେଉଥିଲେ କୋଟି କୋଟି ଟଙ୍କା ଲାଞ୍ଚ। ଦଲାଲ ପୁଣି ଅବସର ପ୍ରାପ୍ତ ସରକାରୀ ବାବୁ । ଚାକିରି ନାଁରେ ହରିଲୁଟ୍
ରାଜ୍ୟର ଆଉ ୮ ଜଣ ଦୁର୍ନୀତିଗ୍ରସ୍ତ ଅପାରଗ ଅଧିକାରୀଙ୍କୁ ବିଦା କଲେ ସରକାର । ଦୁର୍ନୀତି ଓ ଅପାରଗତା ପାଇଁ ୮ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ଏମାନଙ୍କ ଭିତରେ ନିମାପଡ଼ାର ପୂର୍ବତନ ତହସିଲଦାର ରାମଚନ୍ଦ୍ର ଜେନା ଅଛନ୍ତି।
ହରମାଉସୀଙ୍କୁ ଥରେ ଭେଟିବା ପାଇଁ ତାଙ୍କ ପାନ ଦୋକାନକୁ ଆଜି ଯାଇଥିଲେ ରାଜନେତା ନବଜ୍ୟୋତି ପଟ୍ଟନାୟକ। ମାଉସୀଙ୍କ ସହ ଢେସ୍ ସମୟ ଗପସପ କଲେ। ମାଉସୀଙ୍କୁ ଶୀତ ଦିନ ସକାଶେ ଖଣ୍ଡେ ସାଲ୍ ଦେଲେ।
ଚଳିତ ବର୍ଷ ପଞ୍ଚୁକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ । ଧବଳେଶ୍ୱରଙ୍କ ପୀଠରେ ପଞ୍ଚୁକ ଓ ବଡଓଷାରେ କଟକଣା ଲଗାଇଲା ପ୍ରଶାସନ । ଆଜି ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ୧୨ରୁ ୧୯ ତାରିଖ ଯାଏଁ ପୀଠରେ ୧୪୪ ଧାରା ବଳବତ୍ତର ରହିବ । କେବଳ ବିଧି ରକ୍ଷା ପାଇଁ ହେବ ନୀତିକାନ୍ତି ।
‘ନବୀନ ପଟ୍ଟନାୟକ କଳଙ୍କିତ ମୁଖ୍ୟମନ୍ତ୍ରୀ’ । ନବୀନ ବାବୁ କହୁଛନ୍ତି ମୁଁ ହ୍ୱାଇଟ୍, ଟ୍ରାଉଜର୍ ପିନ୍ଧୁଛି ହ୍ୱାଇଟ୍, ଦେଖିଲା ବେଳକୁ ଭିତରଟା ପୂରା କଳା
କୋଟିଆକୁ ନେଇ ନୂଆ ଚାଲ୍ ! କୋଟିଆବାସୀ ଆନ୍ଧ୍ରରେ ମିଶିବାକୁ ଚାହୁଁଛନ୍ତି-ବିଧାୟକ। ସୋସିଆଲ୍ ମିଡିଆରେ ପୋଷ୍ଟ କଲେ ସାଲୁର ବିଧାୟକ ରାଜନ୍ନା ଦୋରା । ଦେଖନ୍ତୁ ଏହାର ପୁରା ଖବର ।
ଭୁଲ୍ ରକ୍ତ ଦେବାରୁ ରୋଗୀ ମୃତ୍ୟୁ ଅଭିଯୋଗ । ରାଉରକେଲା ସରକାରୀ ହସ୍ପିଟାଲରୁ ଆସିଛି ଏପରି ଅଭିଯୋଗ । ଶୁଣନ୍ତୁ ପୁରା ଘଟଣା
ଆଜିର ମହିଳା କାହାଠାରୁ କୌଣସି ଗୁଣରେ କମ୍ ନୁହେଁ । ଏସବୁ ସର୍ତ୍ତ୍ୱେ ମଧ୍ୟ କଥା ଯେତେବେଳେ ଶାରିରୀକ ଶକ୍ତିର ଆସେ, ଆଜିବି ଆମ ସମାଜ ସେପରି କାମ ପାଇଁ ପୁରୁଷଙ୍କୁ ଖୋଜେ । କିନ୍ତୁ ଏବେ ସେ କ୍ଷେତ୍ରରେ ମଧ୍ୟ ମହିଳା ନିଜକୁ ପ୍ରତିପାଦିତ କରାଇବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । କେମିତି, ଦେଖିବା ଏହି ରିପୋର୍ଟରେ ।
ମୁମ୍ବାଇର ମନଖର୍ଡ ଅଞ୍ଚଳରେ ଥିବା ମାଣ୍ଡଲା କବାଡ଼ିଖାନାରେ ଭୟାବହ ଅଘ୍ନିକାଣ୍ଡ। ନିଆଁ ଲାଗି ଅନେକ ଯନ୍ତ୍ରାଂଶ ଜଳିଯାଇଛି। ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡିଛି ।
ଫସଲ ଅମଳ ବେଳେ ବନ୍ୟଜନ୍ତୁଙ୍କ ଆରମ୍ଭ ହୋଇଛି ଉପଦ୍ରବ । ସଞ୍ଜ ନଇଁଲେ ଜଙ୍ଗଲି ହାତୀ ଆସି ଉଜାଡ଼ି ଦେଉଛନ୍ତି ଫସଲ । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ବଣାଇ ବନଖଣ୍ଡ ଅଞ୍ଚଳବାସୀ । ୨୪ଟିକିଆ ହାତୀ ପଲ ଆସି ଉତ୍ପାତ କରୁଛନ୍ତି ଫଳରେ ଅତିଷ୍ଠ ହୋଇଗଲେଣି ସ୍ଥାନୀୟ ଗ୍ରାମବାସୀମାନେ, ବନ ବିଭାଗ।
ଅସ୍ୱାସ୍ଥ୍ୟକର ହେଉଛି ଦେଶର ରାଜଧାନୀ ଦିଲ୍ଲୀର ପରିବେଶ। ବିଷ ବଳୟରେ କଲବଲ ହେଉଛନ୍ତି ଲୋକେ। ନଭେମ୍ବର ପହିଲାରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ପ୍ରତିଦିନ ହ୍ରାସ ଘଟୁଛି ବାୟୁର ଗୁଣବତ୍ତା। ଶରୀରକୁ ଯାଉଛି ବିଶାକ୍ତ ପବନ। ସ୍ଥିତିକୁ ଅଧିକ ବିଗାଡ଼ୁଛି ଗାଡ଼ି। ଉତ୍ତର ପ୍ରଦେଶ ଆଗ୍ରାର ସ୍ଥିତି ଅଧିକ ଜଟିଳ ରହିଛି।
ଭାସୁଛି ଚେନ୍ନାଇ, ଉବୁଟୁବୁ ତାମିଲନାଡ଼ୁ । ଆହୁରି ଲଗାତର ବର୍ଷା ଲାଗି ରହିଛି । ସପ୍ତାହେ ଧରି ଜାରି ରହିଥିବା ବର୍ଷାରେ ଏଯାଏଁ ୧୪ ଜଣଙ୍କ ଜୀବନ ଗଲାଣି । ଶତାଧିକ ଲୋକ ଏବେବି ଜଳବନ୍ଦୀ। ଦେଖନ୍ତୁ ଏବେକାର ଚେନ୍ନଆଇର ସ୍ଥିତି ।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ପ୍ରଥମେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଆହ୍ୱାନ ଦେଇଥିଲା କଂଗ୍ରେସ।
ସୋସିଆଲ ମିଡିଆରେ ଫଟୋ ସେୟାର କରି ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ମଲାଲା ୟୁସୁଫଜାୟୀ ଦୁନିଆକୁ ଜଣାଇଲେ ଯେ, ସେ ହାତକୁ ଦି ହାତ ହେଲେ। ତେବେ ଫ୍ୟାନମାନେ ଅସରଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଜାଣିବାକୁ ଚାହିଁଛନ୍ତି ମଲାଲାଙ୍କ ସ୍ୱାମୀ ଏ ଅସର୍ ମଲିକ କିଏ? ଦେଖନ୍ତୁ ଏ ରିପୋର୍ଟ..
ମାଳତୀ ମାଉସୀ ୯୫ ବର୍ଷ ବୟସରେ ଗୀତ ଗାଉଛନ୍ତି, ଚିତ୍ର ଆଙ୍କୁଛନ୍ତି, ଉଲ୍ ବୁଣୁଛନ୍ତି। କନା କଣ୍ଢେଇ କରୁଛନ୍ତି। ନାତି ନାତୁଣୀ ଖେଳାଉଛନ୍ତି। ନିଜର ସବୁ କାମ ନିଜ ହାତରେ କରିବା ସହିତ ଆଖ ପାଖ ଝିଅ ବୋହୂଙ୍କୁ ନିଜେ ଶିଖିଥିବା କାମ ଶିଖାଉଛନ୍ତି। ତାଙ୍କ କଥା ଶୁଣିଲେ ଆପଣଙ୍କ ଦେହରେ ବି ଜୋସ୍ ଚାଲି ଆସିବ। ଚାଲନ୍ତୁ କଟକରେ ଭିଟିବା ମାଳତୀ ମାଉସୀଙ୍କୁ
ଆଜି୨୦୨୧ ମସିହା, ନଭେମ୍ୱର ମାସ, ୧୨ ତାରିଖ, ଶୁକ୍ରବାର, ତୁଳା ୨୭ ଦିନ, କାର୍ତ୍ତିକ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଧନିଷ୍ଠା ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଗୁହାରି ପରେ ଶୁଣିଲାନି ପ୍ରଶାସନ। ଧାର କରଜ କରି ମାତ୍ର ୧୫ ଦିନରେ ନଦୀରେ ପୋଲ ତିଆରି କରିଦେଲେ ବାପା ଓ ପୁଅ। ଏହି ପୋଲ ଦେଇ ଯାଉଛନ୍ତି ୫୦ ଖଣ୍ଡର ଗାଁ ଲୋକେ। ଦେଖନ୍ତୁ ଏହି ସ୍ୱତନ୍ତ୍ର ଭିଡ଼ିଓ...
ଓଡ଼ିଶାରେ ଆରମ୍ଭ ହୋଇଯାଇଛି ଡିଜିଟାଲ ଗ୍ୟାଙ୍ଗୱାର। ସୋସିଆଲ୍ ମିଡିଆରେ ଗୋଟିଏ ଗ୍ୟାଙ୍ଗ ଭିଡିଓ ଛାଡ଼ିଲେ, ଏହାର ଜବାବ ଦେଉଛି ଆଉ ଗୋଟିଏ ଗ୍ୟାଙ୍ଗ୍। ତାହା ପୁଣି ସେଇ ଭିଡିଓରେ। ଆଉ ସେ ଭିଡିଓର ଦୃଶ୍ୟ ଓ ଭାଷା ଅତ୍ୟନ୍ତ ଅରୁଚିକର ଓ ଭୟାନକ। ଦେଖନ୍ତୁ ଆମର ଏହି ଷ୍ଟୋରି।
ଭିତ୍ତିଭୂମି ନଥିବା ସ୍ଥାନରେ କେମିତି ହେବ ସଂକ୍ରମଣମୁକ୍ତ ଶିକ୍ଷାଦାନ ? ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ନା ନା ଆଶଙ୍କା । ସ୍କୁଲ ବିଶୋଧନ ସହ ଆଇସୋଲେସନ୍ ରୁମ୍ ପ୍ରସ୍ତୁତି ପାଇଁ ଏସ୍ଓପି ।
ନବୀନ-ଜଗନଙ୍କ ଭେଟ ପରେ ବି ଗ୍ରାଉଣ୍ଡ ଜିରୋରେ ତେଜୁଛି ଅସନ୍ତୋଷ I ଆଲୋଚନା ପରେ ତୁଟିବ କି ପୁରୁଣା ବିବାଦ ? ଆନ୍ଧ୍ର-ଓଡ଼ିଶା ନଦୀବନ୍ଧ ପ୍ରକଳ୍ପ ବିବାଦର ହେବ କି ସମାଧାନ ? ଅପେକ୍ଷାରେ ସୀମା ବାସି, ଦାବିପୂରଣ ନହେଲେ ଆନ୍ଦୋଳନକୁ ତୀବ୍ର କରିବାକୁ କ୍ଷତିଗ୍ରସ୍ତଙ୍କ ଚେତାବନୀ ।
ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରେ ଜଳ ପ୍ରଳୟ । ସପ୍ତାହେ ହେଲାଣି, ବର୍ଷା ଥମିବାର ନାଁ ନେଉନି । କେତେବେଳେ ଝିପି ଝିପି ବର୍ଷା ହେଉଛି, ତ ଆଉ କେତେବେଳେ ପ୍ରବଳ ଛେଚୁଚି । ଘର ଭିତରେ ପାଣି ଜମିରହିଥିବାରୁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି ।
ଆସନ୍ତାକାଲି ରାଜ୍ୟରେ କଂଗ୍ରେସର ୬ ଘଣ୍ଟିଆ ଧର୍ମଘଟ, କଂଗ୍ରେସର ବନ୍ଦକୁ ହାଇକୋର୍ଟଙ୍କ କଟକଣା । ବନ୍ଦ ନୁହେଁ, ହରତାଳ କରିପାରିବ ।
ନୂଆ ବର୍ଷରେ ନୂଆ ଡିଜିପି । କିଏ ଧରିବେ ରାଜ୍ୟ ପୋଲିସର ମଙ୍ଗ ? ଡିଜିପି ଅଭୟଙ୍କ ଅବସର ବିଜ୍ଞପ୍ତି ପରେ ପାୱାର କରିଡର୍ରେ କଳ୍ପନାଜଳ୍ପନା ।
ଚେତାଶୂନ୍ୟ ହୋଇ ପଡିଥିବା ଲୋକକୁ ଉଠେଇ ହସପିଟାଲ ନେଲେ ଲେଡି ପୋଲିସ ଇନସପେକ୍ଟର ରାଜେଶ୍ୱରୀ। କାନ୍ଧରେ ପକେଇ ଅଟୋ ଡାକି ତାଙ୍କୁ ହସ୍ପିଟାଲ ପଠେଇଥିଲେ। ଚେନ୍ନାଇର ଛତ୍ରମ ପୋଲିସ ଷ୍ଟେସନ ନିକଟର ଏହି ଦୃଶ୍ୟ। ଚେନ୍ନାଇରେ ଲଗାଣ ବର୍ଷାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ଦିନ ୧୨ଟା ଯାଏ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି ।ତେବେ ବନ୍ଦକୁ ନେଇ ହାଇକୋର୍ଟ ଦେଇଛନ୍ତି ଏମିତି ଆଦେଶ।