ଖରାଦିନ ଆରମ୍ଭରୁ ଦେଖା ଦେଲାଣି ଜଳ ସଙ୍କଟ । କୂଅ, ପୋଖରୀ ସବୁ ଶୁଖିଲା ପଡିଲାଣି । ଏମିତିକି ଟ୍ୟାପରୁ ବି ଆଉ ବାହାରୁନି ପାଣି । ଯାହାକୁ ନେଇ ସମସ୍ୟା ଭଗୁଛନ୍ତି କଟକ ଜିଲ୍ଲା ଟାଙ୍ଗି ନିକଟସ୍ଥ ଗୋବିନ୍ଦପୁର ପଞ୍ଚାୟତ ବାସୀ ।
ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳିବା କଷ୍ଟ। ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସେପଟେ ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ। ବାସ୍ ସରକାରଙ୍କ ସାହାଯ୍ୟ ମିଳିଲେ ବିନୋଦଙ୍କ ଚିକିତ୍ସା ହେବ...ପୁଣି ଥରେ ପରିବାର ହସିବ
ଓଡ଼ିଶାର କୁନିପୁଅ ରାଜଭୀରର ଜୀବନ ବଞ୍ଚେଇବାକୁ ଅପିଲ୍ କଲେ ନିଜେ ସୋନୁ ସୁଦ୍। ଆଜି ରାଜଭୀରର ବାପା ମାଆ ମୁମ୍ବାଇରେ ସୋନୁଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ, ପିଲାଟିକୁ ସାହାଯ୍ଯ କରିବାକୁ ସେ ଅପିଲ୍ କରିଛନ୍ତି। କହିଛନ୍ତି ଏ ପିଲାଟିର ଦାୟିତ୍ୱ ଆମ ସମସ୍ତଙ୍କର। ତା ପାଇଁ ଯେଉଁ ଇଂଜେକ୍ସନ ଲାଗିବ ତାର ଦାମ ୧୬ କୋଟି ଟଙ୍କା।
ଗଞ୍ଜାମ ଜିଲ୍ଲା ପାତ୍ରପୁର ତୁରୁବୁଡି ପଞ୍ଚାୟତର ଉଲୁମ ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା। କରିଥିବା ଅଭିଯୋଗ ହୋଇଛି। ଚାଷ ଜମିର କ୍ଷତି ସହି ନ ପାରି ଚାଷୀ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ ।
ଓଡ଼ିଶାରେ ପଛୁଆ ବର୍ଗ ଅବହେଳିତ । ମଣ୍ଡଳ କମିଶନ ସୁପାରିସ ଅନୁସାରେ ଦିଆଯାଉନି ସଂରକ୍ଷଣ । ମଣ୍ଡଳ କମିଶନ ସୁପାରିସ ଅନୁସାରେ ସଂରକ୍ଷଣ ଦେବାକୁ ଦାବି । ବିଜେପି ଓଡ଼ିଶା ଓବିସି ମୋର୍ଚ୍ଚାର ଦାବି ।