ଶ୍ରୀଲଙ୍କାରେ ସୋସିଆଲ୍ ମିଡିଆ ଉପରେ ଲାଗିଲା ରୋକ୍ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍, ଟିକ୍ଟକ୍ ଉପରେ ରୋକ୍ । ଆନ୍ଦୋଳନାତ୍ମକ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ରୋକ୍ ଲଗାଇଛନ୍ତି ।
ରାଷ୍ଟ୍ରପତି ଭବନ ଆଗରେ ହିଂସାକାଣ୍ଡ ପରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଉତ୍କଟ ଆର୍ଥିକ ସଂକଟକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି । ଅନେକ ସ୍ଥାନରେ ଲୋକେ ସରକାର ବିପକ୍ଷରେ ରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି ।
ସମଗ୍ର ଶ୍ରୀଲଙ୍କା ଏବେ ଜଟିଳ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ଏ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ସୃଷ୍ଟି ହୋଇଛି ହାହାକାର ସ୍ଥିତି । କେବଳ କିଛି ଥିଲାବାଲାଙ୍କୁ ଛାଡ଼ିଦେଲେ, ଅତି ନିକୃଷ୍ଟ ହେବାକୁ ଲାଗିଲାଣି ତମାମ ଲୋକଙ୍କ ଜୀବନଧାରଣର ମାନ ।