• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ratha Jatra

Puri Srimandir
ସିଂହଦ୍ୱାର ସମ୍ମୁଖରେ ଅଭ୍ୟର୍ଥନା ପ୍ରକୋଷ୍ଠ: ଏଏସ୍‌ଆଇ ଡିଜି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସିଂହଦ୍ୱାର ସମ୍ମୁଖରେ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣକୁ ଏଏସଆଇ ଡିଜି ୧୦୦ ମିଟର ବାହାରେ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

Snana Jatra of Shri Jagannath in Puri
ରଥଯାତ୍ରାର ଆଦ୍ୟ ପର୍ବ ସ୍ନାନଯାତ୍ରା ଓ ଜଗନ୍ନାଥଙ୍କ ଗଜାନନ ବେଶ

ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପ ସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ ବିଜେ କରାଇଥାନ୍ତି। ମହାପ୍ରଭୁଙ୍କ ଉପଚାର ବିଧିରେ ଆଉ କ’ଣ ରହିଛି ଆସନ୍ତୁ ଜାଣିବା…

ratha jatra
ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭ କ୍ୟାମେରା

ସିସିଟିଭ କ୍ୟାମେରା ଲଗାଇବା ପାଇଁ ସ୍ଥାନ ଚିହ୍ନଟ ହୋଇଯାଇଛି, ଟେଣ୍ଡର ବି ଆହ୍ୱାନ ହୋଇସାରିଛି ।

Not getting wood for Three Cart of Puri
ମିଳୁନି ରଥ ନିର୍ମାଣ ପାଇଁ କାଠ; ଚିନ୍ତାରେ ସେବକ

ରଥ ନିର୍ମାଣ ପାଇଁ ଅଭାବ ପଡ଼ିଲାଣି କାଠ ଫାଶି, ଅସନ ଓ ଧଉରା କାଠ ସହଜରେ ମିଳୁନି। ଏସବୁକୁ ନେଇ ଚିନ୍ତାରେ ମହାରଣା ଓ ଭୋଇ ସେବକ। ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ବଢୁଛି ସଂଶୟ।

Maa Biraja Ratha Jatra
ଆଜି ସନ୍ଧ୍ୟାରୁ ମା’ ବିରଜାଙ୍କ ରଥଯାତ୍ରା, ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଆଜି ପବିତ୍ର ମହାଳୟା । ପିତୃପକ୍ଷଙ୍କୁ ପିଣ୍ଡ ଦେବାର ଶେଷ ଦିନ । ସେପଟେ ଆଜି ସଂଧ୍ୟାରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ୱଜ ରଥ ଯାତ୍ରା। ୯ ଦିନ ଗଡିବ ରଥ। ପୂର୍ବପରି ଏଥର ମଧ୍ୟ ବିନା ଭକ୍ତରେ ବିରଜାଙ୍କ ରଥ ଟଣାଯିବ । ପବିତ୍ର ମହାଳୟା ଲାଗି ବିରଜା ମନ୍ଦିର ସ୍ଥିତ ନାଭିଗୟାରେ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ସାରା ଭାରତବର୍ଷରେ ଥିବା ତିନିଗୋଟି ପିଣ୍ଡଦାନ କ୍ଷେତ୍ର ମଧ୍ୟରୁ ଯାଜପୁର ବିରଜା କ୍ଷେତ୍ରର ନାଭିଗୟା ଅନ୍ୟତମ ।

Pahala Rasagola
ରାଜଧାନୀରେ କେବେ ହେବ ରସଗୋଲା ହବ୍ ?

ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ୍ ମହାନ୍ତି ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ରସଗୋଲାର ପରିଚୟକୁ ବଳିଷ୍ଠ କରିବାକୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି।

Jagannath Suna besha
ସୁନାବେଶରେ ଜଗନ୍ନାଥ ପିନ୍ଧିଥିଲେ ଭଙ୍ଗା କିରୀଟ

ପୂର୍ବରୁ ୨୦୧୦ ମସିହାରେ ବି ଭାଙ୍ଗିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ସୁବର୍ଣ୍ଣ କିରୀଟ, ଯାହାକୁ ମରାମତି କରାଯାଇ ପୁଣି ଠାକୁରଙ୍କୁ ଲାଗି ହେଉଛି। ଶ୍ରୀମନ୍ଦିର ଗବେଷକଙ୍କ ମତରେ ସୁନାବେଶରେ ଲାଗି ହେଉଥିବା କିରୀଟ ଓ ଅଳଙ୍କାରଗୁଡ଼ିକ ଶହ ଶହ ବର୍ଷ ପୁରୁଣା।

Rayagada
ଜଗା ପ୍ରେମରେ ଆଉ ଜଣେ ସାଲବେଗ : ହେରାପଞ୍ଚମୀରେ ମହାପ୍ରଭୁଙ୍କ ଦର୍ଶନ କଲେ, ଭୋଗ ଲଗାଇଲେ

ଭାବ ଭକ୍ତିର ଡୋରରେ ବନ୍ଧା ଭାବ ବିନୋଦିଆ ଠାକୁର । ଜଗା ପ୍ରେମରେ ଆଉ ଜଣେ ସାଲବେଗ । ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମାଗଣା ଖାଇବାକୁ ଦେଇ ବହୁ ଚର୍ଚ୍ଚାକୁ ଆସିଥିବା କାସିମ୍ ଚାଚା ଏବେ ପୁଣି ଚର୍ଚ୍ଚାରେ ।

mahalaxmi
ଆଜି ହେରା ପଞ୍ଚମୀ:ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ଆଜି  ହେରା ପଞ୍ଚମୀ । ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଆଣିନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ, ଗୁଣ୍ଡିଚା ମନ୍ଦିରକୁ ଆସିବେ। ମହାଲକ୍ଷ୍ମୀଙ୍କ ନୀତିକାନ୍ତି ନନ୍ଦିଘୋଷ ରଥ ନିକଟରେ ବିଦ୍ୟାପତି ସେବାୟତଙ୍କ ଦ୍ୱାରା କରାଯାଇଥିଲା।

ratha-yatrra
ପୁରୀରେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟନୁଷ୍ଠାନ

ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟନୁଷ୍ଠାନ । ୧୦ ଜଣ ଉଲ୍ଲଘଂନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ ।

puri
ତିନି ରଥର ଚକ ଓ ପ୍ରଭାରେ ସାମାନ୍ୟ ଫାଟ

ପ୍ରତିବର୍ଷ ଦକ୍ଷିଣ ମୋଡ଼ ପୂର୍ବରୁ ତିନି ରଥକୁ ଭଲଭାବେ ଯାଞ୍ଚ କରାଯାଏ । ୧୭ ତାରିଖ ପ୍ରଭୁଙ୍କ ଦକ୍ଷିଣ ମୋଡ଼ ଥିବା ବେଳେ ଆଜି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରେଳ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ତିନି ରଥର ଯାଞ୍ଚ କରିଥିଲେ

adapa mandap rituals
ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଦ୍ୱିତୀୟ ଦିନ:ସମ୍ପନ୍ନ ହେବ ବନକଲାଗି ନୀତି, ଝଲସିବେ ମହାବାହୁ

ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବ । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ବନ୍ଦ ଥିବାରୁ କେବଳ ସେବାୟତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ

Gundicha Temple
ଆଡ଼ପ ମଣ୍ଡପରେ ଶ୍ରୀଜିଉ: ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଗତକାଲି ସଂଧ୍ୟା ଧୂପ ନୀତି ପରେ ଘୋଡା ଫିଟା ଯାଇ ଚାରମାଳ ଲଗାଯିବା ସହ ପୁଷ୍ପାଞ୍ଜଳି କରାଯାଇ ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଜନ୍ମ ବେଦୀକୁ ବିଜେ କରାଯାଇଥିଲା । ମହାବାହୁଙ୍କ ଏହି ବିଶେଷ ଓ ଅନନ୍ୟ ଆଡପ ମଣ୍ଡପ ବିଜେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା ।

Lord Jagannath
ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡ଼ପ ମଣ୍ଡପରେ ହେବ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି

ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥରେ ଦିନଟିଏ କାଟିବା ପରେ ଗତକାଲି ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତିଅ କାଳିଆ ସାଆନ୍ତଙ୍କ ସହ ଭାଇ ବଡ଼ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରା ।

Jagannath
ପହଣ୍ଡିରେ ଯାଉଛନ୍ତି ଶ୍ରୀ ଜଗନ୍ନାଥ

ଗୋଟି ପହଣ୍ଡିରେ ଯାଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଆଗରେ ସୁଦର୍ଶନ, ପରେ ବଡ଼ଭାଇ ଆଉ ତାହା ପଛକୁ ଦେବୀ ସୁଭଦ୍ରା ଓ ସର୍ବାଶେଷରେ ଯାଉଛନ୍ତି କାଳିଆ ଗୋସାଇଁ

Balabhadra Pahandi
ଶ୍ରୀଗୁଣ୍ଡିଚା ଘରକୁ ଯାଉଛନ୍ତି ଶ୍ରୀଜିଉ, ଗୋଟି ପହଣ୍ଡିରେ ବିଜେ ହେବେ ମହାପ୍ରଭୁ

ସେପଟେ ଆସନ୍ତାକାଲି ଆଡ଼ପ ଅବଢା ମିଳିବ ବୋଲି ଜଣାପଡ଼ିଛି। ତେବେ ୭ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିବେ ଶ୍ରୀଜିଉ। ଏହା ପରେ ପଞ୍ଚମୀ ଦିନ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏହିଦିନ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ବିଧି ରହିଛି।

Makes Chariot For Ratha Jatra
କୁନି ଭକ୍ତଙ୍କ କୁନିରଥ

ଭକତ ଡୋରିରେ ବନ୍ଧା କାଳିଆ ଠାକୁର । କୁନି ଭକତର କୁନି ରଥ । ପୁରୀ ଯିବାକୁ ଇଛା ଥିଲା ହେଲେ ସେ ଯାଇ ପାରିଲାନି ଜଗାକୁ ଦର୍ଶନ କରିବା ପାଇଁ , ସେଥିପାଇଁ ତ କୁନି ରଥ ତିଆରି କରି ରଥ ଟାଣିଛି କୁନି ଭକ୍ତ । କାଳିଆ ପ୍ରେମରେ ପଡିଯାଇଛି ସୁନ୍ଦରଗଡ଼ ଜିଲ୍ଲାର ୨ ବର୍ଷର ବାଳକ ।

Baripada Jagannath Temple
ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ

ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ। ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି। ପରମ୍ପରା ଅନୁସାରେ ପୁରୀ ରଥ ଯାତ୍ରାର ପର ଦିନ ଏଠାରେ ରଥଯାତ୍ରା ହୋଇଥାଏ।

dry food
ରଥାଋଢ ଚତୁର୍ଦ୍ଧାମୃର୍ତ୍ତିଙ୍କୁ ଶୁଖିଲା ଭୋଗ କାହିଁକି ଅର୍ପଣ କରାଯାଏ ?

ରଥାଋଢ ଚତୁର୍ଦ୍ଧାମୃର୍ତ୍ତିଙ୍କୁ ଅର୍ଣ୍ଣ ଭୋଗ ଲାଗିନଥାଏ । ପୂର୍ବ କାଳରୁ ଚାଲି ଆସିଛି ଏହି ପରମ୍ପରା। ପ୍ରଭୁଙ୍କ ନିକଟରେ ଶଂଖ କୋରା,ନଡିଆ କୋରା,ବଡ଼ କୋରା,ସାନ କୋରା ଓ ମଝାଲ କୋରା ସହିତ ବିଭିନ୍ନ ଫଳ ଭୋଗ ଲାଗି କରାଯାଏ ।

puri
ପୁରୀରୁ ୧୪୪ ଧାରା ପ୍ରତ୍ୟାହାର, ଆଡ଼ପ ମଣ୍ଡପ ବିଜେ ପହଣ୍ଡି ପାଇଁ କଟକଣା ଜାରି

କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଏହି କଟକଣା ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ratha jatra
ଶରଧାବାଲିରେ ଲାଗିଛି ଶ୍ରୀଜିଉଙ୍କ ତିନି ରଥ : ଆଜି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବ ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ । ଆଡ଼ପ ମଣ୍ଡପରୁ ଆଜିଠୁ ଦର୍ଶନ ଦେବେ ଭଗବାନ ।

ratha jatra
ପୁରୀ ବ୍ୟତୀତ କେଉଁଠି କେଉଁଠି ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ରଥଯାତ୍ରା ?

ପୁରୀ ବ୍ୟତୀତ ଗୁଜରାଟର ଅହମ୍ମଦାବାଦରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ରୀତିନୀତିରେ ପୂଜାର୍ଚ୍ଚନା ପରେ ରଥ ଟଣା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ରଥରେ ଛେରାପହରା କରିଥିଲେ । ଛେରାପହରା ସମୟରେ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ମଧ୍ୟ ଉପସ୍ଥିତ ଥିଲେ

rathajatra
ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ । ତାଲଧ୍ୱଜ, ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ବିନା ଭକ୍ତରେ ତିନି ରଥକୁ ଟାଣି ଟାଣି ମାଉସୀ ଘର ନେଲେ ସେବାୟତ । କୋଭିଡ୍ କଟକଣା ଯୋଗୁଁ ଦିବ୍ୟସେବାରୁ ବଂଚିତ ହେଲେ ଭକ୍ତ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ଆଗରୁ ଆଜି ଆରମ୍ଭ ହୋଇଥିଲା ରଥଟଣା ।

Ratha jatra
ରଥ ଟାଣିଲେ ବାହୁବଳି ସେବାୟତ, କହିଲେ ଆମ ପାଇଁ ଅପୂର୍ବ ସୁଯୋଗ

ଏମାନେ ସେବାୟତ । ସେହି ବଳିଆର ଭୁଜଙ୍କ ସେବା ପାଇଁ ଏମାନଙ୍କର ଏହି ଭୁଜ । ସବୁଥର ରଥ ଉପରେ ବସନ୍ତି, ଏଥର କିନ୍ତୁ ଦଉଡ଼ି ଧରି ରଥ ଟାଣୁଛନ୍ତି। କହିଛନ୍ତି, ଏହା ଆମ ପାଇଁ ଅପୂର୍ବ ସୁଯୋଗ। ତେଣୁ ଛୋଟ ପିଲାଙ୍କୁ ବି ଡାକିଆଣିଛୁ। ଦେଖନ୍ତୁ କେମିତି ରଥ ଟାଣୁଛନ୍ତି ବାହୁବଳି ସେବାୟତ।

Ratha Jatra
ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ରଥ

ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ ମହାରାଜା। ପରେ ଦେବୀ ରଥରେ ଛେରା ପହଁରା କରିଛନ୍ତି ଗଜପତି। ମହାରାଜା ପ୍ରଥମେ ରଥ ଉପରେ ଶ୍ରୀଜିଉମାନଙ୍କର ଆଳତୀ କରିଥିଲେ।