ଯୁଗ ସହ ତାଳ ଦେଇ ଚାଲୁଛି ଭାରତୀୟ ଡାକ । ପୂର୍ବରୁ ଚିଠି, ଟେଲିଗ୍ରାମ, ପାର୍ସଲ ମନିଅର୍ଡର ସେବା ଯୋଗାଉଥିବା ଡାକ ଏବେ ବ୍ୟାଙ୍କିଙ୍ଗ୍ ସେବା ସହ ଯୋଡ଼ି ହୋଇଛି । ଲୋକମାନେ ଡାକଘରେ ସଞ୍ଚୟ ଖାତା ଖୋଲିବା ସହ ମିଆଦି ଜମା ବି କରିପାରୁଛନ୍ତି ।