Advertisment

ବିଲହୁଡ଼ାରୁ ବଡ଼ ରେସ୍ତୋରାଁରେ ମହକିଲା ପଖାଳ

ମୁଖ୍ୟମନ୍ତ୍ରୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସହ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ପଖାଳର ଆନନ୍ଦ ନେଇଥିଲେ । ପରେ ସୋସିଆଲ ମିଡିଆରେ ପୋଷ୍ଟକରି ଲେଖିଛନ୍ତି ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆତ୍ମା । ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ ।

author-image
Santosh Kumar Sahoo

କଥାରେ ଅଛି ଯିଏ ପଖାଳ ନ ଖାଇଛି, ସିଏ କି ଓଡ଼ିଆ । ଆଜିର ଡିଜିଟାଲ୍ ଯୁଗରେ ସେଇ ପଖାଳ ଏବେ ଗ୍ଲୋବାଲ୍ ହେଇଯାଇଛି । କାରଣ ବିଗତ କିଛି ବର୍ଷ ହେଲା ମାର୍ଚ୍ଚ ୨୦ ଆଜିର ତାରିଖକୁ ବିଶ୍ବପଖାଳ ଦିବସ ଭାବେ ପାଳନ କରାଯାଉଛି । ଆପଣ ବି ଆଜି ପଖାଳ ଖାଇଥିବେ ନିଶ୍ଚୟ । କଂସାଏ ଛୁଙ୍କମରା ପଖାଳକୁ ଆମିଷ ନିରାମିଷ- ବାର ରକମର ଭଜାର ମଜା ନେଇଛନ୍ତି ଲୋକେ ।

Advertisment
Odisha News Odia Food Pakhala
Advertisment
Advertisment