ଭାଗ୍ୟର ତାଲା କେବେ ଖୋଲିବ ତାହା କେହି କହି ପାରିବେ ନାହିଁ। ଟଙ୍କା ପାଖରେ ନଥିବ, କିନ୍ତୁ ଈଶ୍ୱରଙ୍କ କରୁଣାରୁ ଲକ୍ଷ ଲକ୍ଷ ଟଙ୍କା ଆସିଯିବ। ସେଥିପାଇଁ ତ କୁହାଯାଏ, ‘ଈଶ୍ୱର ଯେତେବେଳେ ଦିଅନ୍ତି, ଛପର ଫାଡିକି ଦିଅନ୍ତି।’
ପଞ୍ଚାୟତର ନିଆରା ନିଷ୍ପତ୍ତି..ଲଟେରୀ ପଡ଼ିବ, ଝିଅ ପାଇଁ ବର ବଛାଯିବ । ଜାଣନ୍ତୁ ପୂରା ଘଟଣା..
ଓଡ଼ିଆରେ ଗୋଟିଏ ଢଗ ରହିଛି-‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର’ ଅର୍ଥାତ ଆଜି ଯିଏ ରାଜ ସିଂହାସନରେ ବସିଛି ହୁଏତ କାଲି ସେ ଭିକାରୀ ସାଜିପାରେ। କାରଣ ଜୀବନକୁ ନେଇ କିଛି ବି ଆକଳନ କରିବା ଅସମ୍ଭବ। ଏଇ ମୁହୂର୍ତ୍ତ ପରେ କ’ଣ ଘଟିବ ତାହା କହିବା ଅସମ୍ଭବ। ଏଇ କଥା ପ୍ରସଙ୍ଗରେ ଅଳ୍ପ ଦିନ ତଳର ଏକ ଉଦାହରଣ ଆମେ ଆପଣଙ୍କୁ ଦେବୁ।
ନେପାଳରୁ ଆସି ଭାରତରେ ରହି ପେଟ ପୋଷୁଥିଲେ ଭରତ। ଦୁବାଇରେ ରହି କରୁଥିଲେ କାର୍ ସଫା। ହଠାତ ଲାଗିଗଲା ଲଟେରୀ ଆଉ ସେ ହୋଇଗଲେ କୋଟିପତି।