Advertisment

୨୫ କୋଟି ଲଟେରି ଜିତିବା ପରେ ଖୁସିରେ ନାହାଁନ୍ତି ଅଟୋ ଡ୍ରାଇଭର ଅନୂପ, ଖୋଜୁଛନ୍ତି ମାନସିକ ଶାନ୍ତି

ଓଡ଼ିଆରେ ଗୋଟିଏ ଢଗ ରହିଛି-‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର’ ଅର୍ଥାତ ଆଜି ଯିଏ ରାଜ ସିଂହାସନରେ ବସିଛି ହୁଏତ କାଲି ସେ ଭିକାରୀ ସାଜିପାରେ। କାରଣ ଜୀବନକୁ ନେଇ କିଛି ବି ଆକଳନ କରିବା ଅସମ୍ଭବ। ଏଇ ମୁହୂର୍ତ୍ତ ପରେ କ’ଣ ଘଟିବ ତାହା କହିବା ଅସମ୍ଭବ। ଏଇ କଥା ପ୍ରସଙ୍ଗରେ ଅଳ୍ପ ଦିନ ତଳର ଏକ ଉଦାହରଣ ଆମେ ଆପଣଙ୍କୁ ଦେବୁ।

author-image
Minati Mishra
ଅଦ୍ୟତନ ହୋଇଛି
Lottery Winner Lost his Peace Of Mind

Lottery Winner Lost his Peace Of Mind

ଓଡ଼ିଆରେ ଗୋଟିଏ ଢଗ ରହିଛି-‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର’ ଅର୍ଥାତ ଆଜି ଯିଏ ରାଜ ସିଂହାସନରେ ବସିଛି ହୁଏତ କାଲି ସେ ଭିକାରୀ ସାଜିପାରେ। କାରଣ ଜୀବନକୁ ନେଇ କିଛି ବି ଆକଳନ କରିବା ଅସମ୍ଭବ। ଏଇ ମୁହୂର୍ତ୍ତ ପରେ କ’ଣ ଘଟିବ ତାହା କହିବା ଅସମ୍ଭବ। ଏଇ କଥା ପ୍ରସଙ୍ଗରେ ଅଳ୍ପ ଦିନ ତଳର ଏକ ଉଦାହରଣ ଆମେ ଆପଣଙ୍କୁ ଦେବୁ।

Advertisment

ଆପଣଙ୍କର ମନେଥିବା ଥିରୁବନନ୍ତପୁରମ୍‌ର ଅଟୋ ଡ୍ରାଇଭର ଅନୁପଙ୍କ କଥା। କେରଳ ସରକାରଙ୍କ ଅଧିକୃତ ଓନମ୍‌ ଲଟେରୀର ସର୍ବାଧିକ ପ୍ରାଇସ୍‌ ମନି ଭାବେ ସେ ୨୫ କୋଟି ଟଙ୍କା ଜିତିଥିଲେ। ଗତ ଶନିବାର ରାତିରେ ଭଗବର୍ତ୍ତୀ ଏଜେନ୍ସିରୁ ସେ ୫ ଶହ ଟଙ୍କାର ଲଟେରୀ ଟିକେଟ କିଣିଥିଲେ। ଆଉ ଏହି ଲଟେରୀ ଟିକେଟ୍‌ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା ।

ହେଲେ ଏତେ ଟଙ୍କା ପାଇବା ପରେ ଅନୁପଙ୍କ ଅବସ୍ଥା ଏବେ କେମିତି ଅଛି ଜାଣନ୍ତି ? ସେପ୍ଟେମ୍ବର ୧୮ରେ ସେଲିବ୍ରିଟି ପାଲଟିଥିବା ଏହି ଅଟୋ ଡ୍ରାଇଭର ଆଜିକାଲି ବହୁତ ବ୍ୟସ୍ତ ରହୁଛନ୍ତି। କାହାକୁ କ’ଣ କହିବେ, କି ଉତ୍ତର ଦେବେ ସେ ଜାଣି ପାରୁନାହାନ୍ତି। ୨୫ କୋଟି ଜିତିଲେ ସତ, ହେଲେ ସବୁ ଟାକ୍ସ ଦେବା ପରେ ତାଙ୍କ ହାତକୁ ଆସିବ ମାତ୍ର୧୫ କୋଟି । ଯାହା ବି ହେଉ, ୩୦ ବର୍ଷୀୟ ଏହି ଅଟୋ ଡ୍ରାଇଭର ଏବେ ୧୫ କୋଟିର ମାଲିକ।

Advertisment

ଏବେ ପ୍ରତିଦିନ ଆସୁଥିବା କଲକୁ ନେଇ ଅନୁପ ଭାରି ବ୍ୟସ୍ତ। ଆଜିକାଲି ତାଙ୍କ ପାଖକୁ ସାଙ୍ଗସାଥୀ, ବନ୍ଧୁବାନ୍ଧବ ଏପରିକି ଅନେକ ଅଚିହ୍ନା ଅଜଣା ଲୋକଙ୍କ ଫୋନ ଆସିବାରେ ଲାଗିଛି। ଫୋନ କରି ସମସ୍ତେ ତାଙ୍କୁ ସହାୟତା ମାଗୁଛନ୍ତି। ଘରୁ ବାହାରିଲେ ଲୋକ ତାଙ୍କୁ ଅପେକ୍ଷା କରି ରହୁଛନ୍ତି ଟଙ୍କା ମାଗିବା ପାଇଁ। ସେତିକି ନୁହେଁ, ନିକଟରେ ତାଙ୍କ ପାଖକୁ ଏକ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତିଜଣକ ତାଙ୍କୁ କହିଥିଲେ ସେ ତାଙ୍କୁ ଏକ ମଲାୟାଲାମ ଫିଲ୍ମରେ ଲିଡ୍‌ ରୋଲ ଦେବେ। ହେଲେ ଏଥିପାଇଁ ତାଙ୍କୁ ୨ କୋଟି ଦେବାକୁ ପଡ଼ିବ।

ଏମିତି ଲୋକଙ୍କ କଥା ଶୁଣି ଶୁଣି ଟଙ୍କା ପାଇବାର ଖୁସି ଅନୁପଙ୍କ ପାଇଁ ଏବେ ଚିନ୍ତାରେ ପରିଣତ ହୋଇ ଯାଇଛି । ଅନୁପଙ୍କ କହିବା ଅନୁଯାୟୀ, ଟଙ୍କା ପାଇବା ପରଠାରୁ ସେ ମାନସିକ ଶାନ୍ତି ହରାଇ ସାରିଛନ୍ତି। ସେ ନିଜ ଘରେ ମଧ୍ୟ ରହିପାରୁ ନାହାନ୍ତି। କାରଣ ତାଙ୍କଠାରୁ କିଛି ସହାୟତା ପାଇବା ପାଇଁ ଆଶାୟୀଙ୍କ ଭିଡ ସବୁବେଳେ ତାଙ୍କ ଘରେ ଲାଗି ରହୁଛି। ଏଭଳି ଅଡୁଆ ପରିସ୍ଥିତି ପାଇଁ ସେ ରହୁଥିବା ସ୍ଥାନ ପରିବର୍ତ୍ତନ କରିବା କଥା ବି ଚିନ୍ତା କରୁଛନ୍ତି। ଯେ ପର୍ଯ୍ୟନ୍ତ ସେ ଟଙ୍କା ଜିତି ନ ଥିଲେ ସେ ପର୍ଯ୍ୟନ୍ତ ସେ ଜିତିବାର ଖୁସିକୁ ଉପଭୋଗ କରୁଥିଲେ। ହେଲେ ଜିତିବା ପରେ ସେ ତାଙ୍କର ମାନସିକ ଶାନ୍ତି ହରାଇବସିଛନ୍ତି।

ଏବେ ଅନୁପ ଭାବୁଛନ୍ତି, ସେ ପ୍ରଥମ ପୁରସ୍କାର ନ ଜିତି, ୨ୟ କିମ୍ବା ୩ୟ ପୁରସ୍କାର ଜିତିଥିଲେ ହୁଏତ ଏତେ ଅସୁବିଧାର ସମ୍ମୁଖୀନ ହୋଇ ନ ଥାନ୍ତେ।

୨୫ କୋଟି ଜିତିବା ପରେ ପୁରେ ହୁଏତ ସେ ସେଲିବ୍ରିଟି ପାଲଟି ଯାଇଥିଲେ। ହେଲେ ଏବେ ଏହି ଲଟେରି ପାଇଁ ତାଙ୍କ ମୁଣ୍ଡ ବିନ୍ଧା ବାହାରି ପଡିଲାଣି। ଏଠି କହିରଖିବୁ, ଅନୁପ ପ୍ରଥମ ପୁରସ୍କାର ୨୫ କୋଟି ଜିତିଥିବାବେଳେ ୨ୟ ପୁରସ୍କାର ଭାବେ ୬ କୋଟି ଟଙ୍କା ଜିତିଛନ୍ତି କୋଟାୟାମ୍‌ ଜିଲ୍ଲା ପାଲା ଟାଉନର ଜଣେ ବ୍ୟକ୍ତି। ତେବେ ତାଙ୍କ ବିଷୟରେ ବିଶେଷ ତଥ୍ୟ ଜଣାପଡ଼ି ନାହିଁ।

Lottery System Auto Driver
Advertisment
Advertisment